Advertisment

Live Updates: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ

ଅଦ୍ୟତନ ହୋଇଛି
Snana Yatra 2022 Live Updates

Snana Yatra 2022 Live Updates

Advertisment

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ ଦେଖାଦେବେ କାଳିଆ ଠାକୁର । ବଡ଼ଦାଣ୍ଡରୁ ଭକ୍ତ ଦେଖିବ ଚତୁର୍ଦ୍ଧା ମୂରତି। ପବିତ୍ର ସ୍ନାନଯାତ୍ରାର ଟିକିନିକି ଖବର ଓ ଭିଡିଓ ଦେଖନ୍ତୁ ଓଟିଭିର ଏହି ଲାଇଭ୍ ପେଜ୍‌ରେ ।

Advertisment
  • Jun 14, 2022 14:28 IST

    'ଜୋତା, ଚପଲ କାଢ଼ି ଆସନ୍ତୁ.. ମହାପ୍ରଭୁଙ୍କ ଟଙ୍କ ତୋରାଣୀ ମାଗଣାରେ ପିଅନ୍ତୁ..'

  • Jun 14, 2022 14:23 IST

    ବାହାଘର ସରୁ ସରୁ ଭାଇ-ଭଉଣୀଙ୍କ ସହ ଯାତ୍ରା ପାଇଁ ବାହାରିଲେ କଳାକହ୍ନେଇ

  • Jun 14, 2022 14:22 IST

    ଆଃ କି ଦିବ୍ୟ ଦୃଶ୍ୟ....ଜଗତ ଆଗରେ ମହାସ୍ନାନ କଲା କାଳିଆ

  • Jun 14, 2022 13:53 IST

    ସ୍ନାନ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ

  • Jun 14, 2022 13:43 IST

    ଗରାବଡ଼ୁ ସେବାୟତା ଜଳ ଆଣିଥିଲେ...ଏବେ ସ୍ନାନ ବେଦୀରେ ସ୍ନାନ କଲେ ଶ୍ରୀଜିଉ

  • Jun 14, 2022 13:37 IST

    ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଛି ହନୁ

  • Jun 14, 2022 13:36 IST

    ଜଗାର ସ୍ନାନ ଦେଖିବା ପାଇଁ ଲୋକାରଣ୍ୟ ହେଲା ବଡ଼ଦାଣ୍ଡ

  • Jun 14, 2022 13:35 IST

    ସ୍ନାନ ପାଇଁ ପ୍ରସ୍ତୁତ ହେଲେଣି ମହାପ୍ରଭୁ

  • Jun 14, 2022 13:35 IST

    'ଜୋତା, ଚପଲ କାଢ଼ି ଆସନ୍ତୁ.. ମହାପ୍ରଭୁଙ୍କ ଟଙ୍କ ତୋରାଣୀ ମାଗଣାରେ ପିଅନ୍ତୁ..'

  • Jun 14, 2022 13:34 IST

    ଚାମର ପଡ଼ିଲାଣି, ଭୋଗ ଖାଇବାକୁ ପ୍ରସ୍ତୁତ ହେଲାଣି କାଳିଆ

  • Jun 14, 2022 13:34 IST

    କେତେ ଗରା ଜଳ କେଉଁ ଦିଅଁ ପାଖରେ ଲାଗେ?

  • Jun 14, 2022 13:33 IST

    ଘଂଟ ବାଜୁଛି, ମୃଦଙ୍ଗ ବାଜୁଛି। କାଳିଆ ପାଖରେ ଭୋଗ ଲାଗୁଛି

  • Jun 14, 2022 13:33 IST

    ସବୁଦିନ ଦର୍ପଣରେ ହେଲେ ଆଜି ପ୍ରତ୍ୟେକ୍ଷ ରୂପରେ କରନ୍ତି ସ୍ନାନ

  • Jun 14, 2022 12:48 IST

    ସ୍ନାନବେଦିରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ

    ସ୍ନାନବେଦିରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ
    ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ଆରମ୍ଭ
    ସୁନା କୂଅକୁ ଆସିଥିବା ଜଳରେ ଚାଲିଛି ଦିବ୍ୟସ୍ନାନ

  • Jun 14, 2022 12:04 IST

    ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ କ’ଣ ରହିଛି ସମ୍ପୂର୍ଣ୍ଣ ନୀତିକାନ୍ତି ? ଜାଣନ୍ତୁ..

    ଦେବ ସ୍ନାନ ପୂର୍ଣ୍ଣିମା ଏକ ପବିତ୍ର ପର୍ବ । ଏହା ଶ୍ରୀ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ରୂପେ ବିଖ୍ୟାତ । ଶ୍ରୀ କ୍ଷେତ୍ରର ୧୩ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ । ଜ୍ୟେଷ୍ଠମାସ ପୂର୍ଣ୍ଣିମା ଦିନ ଏହି ଯାତ୍ରା ପାଳିତ ହୋଇଥାଏ । ଦେବାଦେବ ଭଗବାନ ସକଳ ଦେବତାଙ୍କର ଅଧିଶୂର ଶ୍ରୀ ଜଗନ୍ନାଥଙ୍କ ସ୍ନାନକୁ ସମଗ୍ର ଓଡିଶାର ପୁରପଲ୍ଲୀ, ଗାଁ ଗଣ୍ଡାରେ ଦେବସ୍ନାନ ରୂପରେ ପାଳିତ କରାଯାଏ । ଲୋକଙ୍କୁ ପାପତାପରୁ ଉଦ୍ଧାର କରିବାକୁ ଜଗତର ନାଥ ଜଗନ୍ନାଥ ବଡ ଦାଣ୍ଡକୁ ଓଲ୍ଲାଇ ଆସିଥାନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା ଜଗନ୍ନାଥଙ୍କର ଆର୍ବିଭାବ ଦିବସ ବୋଲି ପୈାରାଣିକ ମତ ରହିଛି । ତେଣୁ ଏହି ଦିନ ତାଙ୍କୁ ମହାସ୍ନାନ କରା ଯାଇଥାଏ । ଅଧିକ ପଢ଼ନ୍ତୁ..

  • Jun 14, 2022 11:38 IST

    ସ୍ନାନ ବସ୍ତ୍ରରେ ଚତୁର୍ଦ୍ଧା ମୂର୍ତ୍ତି

  • Jun 14, 2022 11:37 IST

    ଚାଲିଛି ଶ୍ରୀଜିଉଙ୍କ ଅବକାଶ ନୀତି

  • Jun 14, 2022 11:37 IST

    #ଫଟୋରେ_ଖବର

  • Jun 14, 2022 11:36 IST

    ସ୍ନାନବେଦୀରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ

  • Jun 14, 2022 11:36 IST

    ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

  • Jun 14, 2022 11:17 IST

    ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଛି ସୁଭାଷିତ ପୁଷ୍ପ.. ଜଗାର ଆଜି ସବୁ ନୀତି ଦେଖିବେ ଭକ୍ତ

  • Jun 14, 2022 11:16 IST

    ସ୍ନାନ ମଣ୍ଡପରେ ସଜେଇ ହେଲେଣି ଶ୍ରୀଜିଉ.. ଆଉ କିଛି ସମୟରେ ହେବ ଦିବ୍ୟ ସ୍ନାନ ନୀତି

  • Jun 14, 2022 11:16 IST

    ସ୍ନାନ ମଣ୍ଡପରେ ଚାଲିଛି ଠାକୁରଙ୍କ ନୀତିକାନ୍ତି.. ଦେଖନ୍ତୁ ଲାଇଭ ଦୃଶ୍ୟ

  • Jun 14, 2022 09:58 IST

    ନୀଳଗିରିରେ ଆରମ୍ଭ ହୋଇଗଲାଣି ସ୍ନାନ ଯାତ୍ରା, ଦେଖନ୍ତୁ ଲାଇଭ ଦୃଶ୍ୟ

  • Jun 14, 2022 09:57 IST

    ଆଉ କିଛି ସମୟ ପରେ ସ୍ନାନ କରିବେ ମହାପ୍ରଭୁ

  • Jun 14, 2022 09:57 IST

    ରୁନ୍ଧା ଚାଲିଛି ଶ୍ରୀ ଅଙ୍ଗ.. ଚକା ଉପରେ ବିଜେ ଅଛନ୍ତି ଶ୍ରୀଜିଉ

  • Jun 14, 2022 09:56 IST

    ଜାତିଆଣ ଭାବ ଦେଖେନି ଜଗା.. ସେ ଭକ୍ତର ଭାବକୁ ବୁଝେ

  • Jun 14, 2022 09:55 IST

    ମଦନମୋହନ ଓ ରାମକୃଷ୍ଣଙ୍କ ଚାଲିଛି ପହଣ୍ଡି ବିଜେ..

  • Jun 14, 2022 09:55 IST

    ସ୍ନାନ ବେଦୀରେ ବିରାଜ କଲେଣି ମହାପ୍ରଭୁ..

  • Jun 14, 2022 09:54 IST

    ୧୦୮ ସୁଭାଷିତ ଜଳରେ ମହାସ୍ନାନ କରିବେ ଶ୍ରୀଜିଉ

  • Jun 14, 2022 08:27 IST

    ଆଜି ଭକ୍ତର ଆନନ୍ଦ କହିଲେ ନସରେ, ଦୁଇ ବର୍ଷ ପରେ ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

  • Jun 14, 2022 08:03 IST

    ବୈଶାଖ ମାସରେ ଟାଣୁଆ ଖରା.. ସେଇଥିପାଇଁ ହୁଏ ଚନ୍ଦନ ଯାତରା..

  • Jun 14, 2022 08:02 IST

    ଆଜି ଦେବସ୍ନାନ ପୂର୍ଣ୍ଣିମା; ଚତୁର୍ଦ୍ଧାମୂରତି ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରୁଛନ୍ତି, ଦେଖନ୍ତୁ କିଛି ଚିତ୍ର...

  • Jun 14, 2022 08:00 IST

    ସ୍ନାନ ମଣ୍ଡପେ ଭକ୍ତଙ୍କ ଗହଳି, ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ବିଜେ ଶ୍ରୀଜିଉ

  • Jun 14, 2022 07:38 IST

    ରଥଯାତ୍ରାର ଆଦ୍ୟ ପର୍ବ ସ୍ନାନଯାତ୍ରା ଓ ଜଗନ୍ନାଥଙ୍କ ଗଜାନନ ବେଶ

    ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ରଥଯାତ୍ରାର ଆଦ୍ୟ ପର୍ବ। ଏହି ଦିନରୁ ହିଁ ଆରମ୍ଭ ହୋଇଥାଏ ଶ୍ରୀଜିଉଙ୍କ ରଥଯାତ୍ରା ପର୍ବ। ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଦେଖି ଚର୍ମଚକ୍ଷୁକୁ ପବିତ୍ର କରିବା ପାଇଁ ଚାହିଁ ବସିଥାନ୍ତି ଭକ୍ତଗଣ।

    ଅଧିକ ପଢ଼ନ୍ତୁ...

  • Jun 14, 2022 07:14 IST

    କରୋନା ପରେ ପୁଣି ଏକାଠି ହେଲେ ଭକ୍ତ ଓ ଭଗବାନ.. ପହଣ୍ଡି ବେଳେ ଭକ୍ତଙ୍କୁ କଣେଇ କଣେଇ ଚାହୁଁଛି ଜଗା

  • Jun 14, 2022 07:01 IST

    ସ୍ନାନବେଦୀରେ ଚତୁର୍ଦ୍ଧାମୂରତି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

    ଆଜି ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମୀ ତିଥି । ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ଦେବସ୍ନାନ ନୀତି । ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ୧୦୮ ଗରା ସୁବାସିତ ଜଳରେ ଆଜି ସ୍ନାନ କରିବେ ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣମୀ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।  ଧାଡ଼ି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିଜେ କଲେ ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର ବିଜେ କଲେ । ଧାଡ଼ିପହଣ୍ଡିରେ ଦେବୀ ସୁଭଦ୍ରା, ଶେଷରେ ଶ୍ରୀଜଗନ୍ନାଥ ବିଜେ କଲେ ।

    ଏହାର ବିଶେଷତ୍ୱ ଓ ଇତିହାସ ଜାଣିବାକୁ ପଢ଼ନ୍ତୁ..

  • Jun 14, 2022 06:52 IST

    ହଲି ହଲି ଆସୁଛି ଜଗା.. ପେଟେ ଖାଇକି ଦଇତାଙ୍କ କାନ୍ଧରେ ଝୁଲୁଛି..

  • Jun 14, 2022 06:51 IST

    ଝୁଲି ଝୁଲି ସ୍ନାନ ମଣ୍ଡପ ଅଭିମୁଖେ ଯାଉଛି କାଳିଆ ସାଆନ୍ତ

  • Jun 14, 2022 06:50 IST

    ଆଲଟ ପଡ଼ୁଛି, ଚାମର ପଡ଼ୁଛି.. ଝୁଲି ଝୁଲି ଜଗା ଆସୁଛି

  • Jun 14, 2022 06:29 IST

    ଝୁଲି ଝୁଲି ସ୍ନାନ ମଣ୍ଡପ ଆଡ଼କୁ ଆସୁଛି କଳା କହ୍ନେଇ.. ମୁଣ୍ଡରେ ଟାହିଆ ବାନ୍ଧିଛି, ଅଧରରେ ପଡ଼ିଛି ଅଧର ଗଣ୍ଠି.. ଆଃ କି ଅପୂର୍ବ ଦୃଶ୍ୟ....

  • Jun 14, 2022 06:28 IST

    ଶୂନ୍ୟ ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ ହେଉଛନ୍ତି ଦେବୀ ସୁଭଦ୍ରା

  • Jun 14, 2022 06:27 IST

    ସ୍ନାନ ମଣ୍ଡପରେ ପହଣ୍ଡି ହୋଇ ପହଞ୍ଚିଲେ ଶ୍ରୀବଳଭଦ୍ର ମହାପ୍ରଭୁ

  • Jun 14, 2022 06:27 IST

    ସ୍ନାନ ମଣ୍ଡପକୁ ବିଜେ କରୁଛନ୍ତି ମହାପ୍ରଭୁ ବଳଭଦ୍ର.. ଦଇତାଙ୍କ କାନ୍ଧରେ ଝୁଲୁଛନ୍ତି ବଡ଼ ଭାଇ

  • Jun 14, 2022 06:26 IST

    ଆଗେ ଆଗେ ବଡ଼ ଭାଇ.. ପଛେ ପଛେ ସ୍ନାନ ମଣ୍ଡପ ଅଭିମୁଖେ ମାଆ ସୁଭଦ୍ରା ଆସିଗଲେଣି..

  • Jun 14, 2022 06:25 IST

    ସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର.. ଭକ୍ତଙ୍କ ଲାଗିଲାଣି ଗହଳି, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ବଡଦାଣ୍ଡ

  • Jun 14, 2022 06:24 IST

    ଶ୍ରୀଅଙ୍ଗରେ ପାଟ ରସି.. ଭିଡ଼ିଛନ୍ତି କଷି କଷି.. ହେ ରାଘବ ଦାସେ, ତୁମ ମଥାରେ ମୋ ଟାହିଆ ହସେ

  • Jun 14, 2022 06:23 IST

    ଦେଖ ଦେଖ.. ଆସୁଛି ଝୁଲି ଝୁଲି ଧଳାହାତୀ.. ସ୍ନାନ ମଣ୍ଡପକୁ ବିଜେ କରୁଛନ୍ତି ପ୍ରଭୁ ବଳଭଦ୍ର ମହାପ୍ରଭୁ

  • Jun 14, 2022 06:17 IST

    ପଡ଼ିଲା ହରିବୋଲ ହୁଳହୁଳି.. ପହଣ୍ଡି ହୋଇ ଆସିଲେ ସୁଦର୍ଶନ ମହାପ୍ରଭୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ