Advertisment

Bahuda Yatra 2025 Live Updates: ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି

ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସରିଲା

ଅଦ୍ୟତନ ହୋଇଛି
Bahuda Yatra 2025 Live Updates

BahudaYatra

Advertisment

ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସରିଲା ଲୀଳାଖେଳା ।  ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଯିବେ ମହାପ୍ରଭୁ । ଉଛୁଳି ପଡ଼ୁଛି ବଡ଼ଦାଣ୍ଡ, ଭାବବିହ୍ବଳ ଭକ୍ତ । ନାକଚଣା ଦ୍ବାରରେ ଦଣ୍ଡାୟମାନ ତିନି ରଥ  । ବିଶ୍ବନିୟନ୍ତାଙ୍କ ଅପେକ୍ଷାରେ ତିନି ରଥ ।  ଏହି ବାହୁଡ଼ାଯାତ୍ରାର ଟିକିନିଖି ଖବର ପାଇବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ ଇନ୍‌ କରନ୍ତୁ  otvkhabar.in 

Advertisment
  • Jul 05, 2025 18:56 IST

    ବିଶ୍ବ ପ୍ରସିଦ୍ଧ ବାହୁଡ଼ା ଯାତ୍ରା; ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ ରଥ...

    ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ ରଥ । ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା...ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ...ଅଧିକ ପଢ଼ନ୍ତୁ

  • Jul 05, 2025 18:07 IST

    କମ୍ପି ଉଠୁଛି ବଡ଼ ଦାଣ୍ଡ; ନାଚୁଛନ୍ତି ଜଗନ୍ନାଥ-କୃଷ୍ଣ-ଚୈତନ୍ୟ...

    ଜୟ ଜଗନ୍ନାଥ, ହରିବୋଲେର କମ୍ପି ଉଠୁଛି ବଡ଼ ଦାଣ୍ଡ। ନାଚୁଛନ୍ତି ଜଗନ୍ନାଥ। ନାଚୁଛନ୍ତି କୃଷ୍ଣ ଆଉ ଚୈତନ୍ୟ। ଦୁଇ ଭଉଣୀ ଏକାଠି ହୋଇ ବଡ଼ ଦାଣ୍ଡରେ ମୃଦଙ୍ଗର ତଳେ ତଳେ ଜଗାକୁ ସୁମରି ସୁମରି ନାଚୁଛନ୍ତି। ଅଧିକ ପଢନ୍ତୁ

  • Jul 05, 2025 16:58 IST

    ଜଗତର ଠାକୁର କାଳିଆ ସାଆନ୍ତ

    ରଥରେ ଗଜପତି ମହାରାଜାଙ୍କ ଛେରାପହଁରା । ମହାପ୍ରଭୁଙ୍କ ଆଗରେ କେହି ବି ବଡ଼ ନୁହଁନ୍ତି...ଏହା ହିଁ ପ୍ରତିପାଦିତ କରେ ଏହି ପରମ୍ପରା ।

  • Jul 05, 2025 16:39 IST

    ବିଶ୍ବ ପ୍ରସିଦ୍ଧ ବାହୁଡ଼ା ଯାତ୍ରା; ଗଡ଼ିଲା ୩ ରଥ...

    ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସରିଛି ଲୀଳାଖେଳା । ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଯାଉଛନ୍ତି ମହାପ୍ରଭୁ । ଉଛୁଳି ପଡ଼ୁଛି ବଡ଼ଦାଣ୍ଡ, ଭାବବିହ୍ବଳ ଭକ୍ତ । ଅଧିକ ପଢ଼ନ୍ତୁ 

  • Jul 05, 2025 16:18 IST

    ଗଡ଼ିଲା ନନ୍ଦିଘୋଷ

    ତାଳଧ୍ବଜ, ଦର୍ପଦଳନ ପଛରେ ଗହଳି ଲଗାଇ ଗଡ଼ିଲା ନନ୍ଦିଘୋଷ । କାଳିଆ ସାଆନ୍ତଙ୍କ ରଥ ଟାଣିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ 

  • Jul 05, 2025 16:15 IST

    ମହାପ୍ରଭୁଙ୍କ ପାଖରେ ନୃତ୍ୟ

    'ଆଶା ନଥିଲା ଜଗନ୍ନାଥଙ୍କ ପାଖରେ ନୃତ୍ୟ ପରିବେଷଣ କରିବୁ ବୋଲି।' - ନୃତ୍ୟଶିଳ୍ପୀ

  • Jul 05, 2025 16:11 IST

    ଗଜପତି ମହାରାଜାଙ୍କ ଛେରାପହଁରା

    ଆଦ୍ୟସେବକ ଗଜପତି ମହାରାଜାଙ୍କ ଛେରାପହଁରା । ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷରେ ଛେରାପହଁରା । ଧାର୍ଯ୍ୟ ସମୟଠୁ ଆଗୁଆ ରଥଟଣା ନେଇ ପ୍ରକ୍ରିୟା । 

  • Jul 05, 2025 15:06 IST

    ରଥଟଣା ଆରମ୍ଭ, ଗଡ଼ିଲା ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ

  • Jul 05, 2025 14:46 IST

    ସରିଛି ପହଣ୍ଡି, କିଛି ସମୟ ପରେ ରଥଟଣା

  • Jul 05, 2025 14:15 IST

    ଗଜପତି ମହାରାଜାଙ୍କ ଛେରାପହଁରା

    ଆଦ୍ୟସେବକ ଗଜପତି ମହାରାଜାଙ୍କ ଛେରାପହଁରା

  • Jul 05, 2025 13:58 IST

    ରଥରେ ବିଜେ ହେଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

    ରଥରେ ବିଜେ ହେଲେ ମଦନମୋହନ, ରାମକୃଷ୍ଣ...ମହାଜନ ସେବାୟତମାନଙ୍କ ଦ୍ୱାରା ପରିବେଷ୍ଟନ ହୋଇ ବିଜେ କଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା।

  • Jul 05, 2025 13:46 IST

    ଜନାରଣ୍ୟ ବଡ଼ଦାଣ୍ଡ

    ଜନାରଣ୍ୟ ହୋଇଛି ବଡ଼ଦାଣ୍ଡ । ଚକାଆଖିକୁ ଟିକେ ଦେଖିବାକୁ କାହିଁ କେତେ ଦୂର ଧାଇଁ ଆସିଛି ଭକ୍ତ । ଦେଖନ୍ତୁ ଶାରଧାବାଲିରୁ ଏ ଦୃଶ୍ୟ

  • Jul 05, 2025 13:43 IST

    ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ଶ୍ରୀଜଗନ୍ନାଥ ବିଜେ କରୁଥିବାର ଦିବ୍ୟ ଦୃଶ୍ୟ

  • Jul 05, 2025 12:43 IST

    ସରିଲା ପହଣ୍ଡି ବିଜେ, ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି

  • Jul 05, 2025 12:31 IST

    ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି; ଘଣ୍ଟ ନାଦ, ହରିବୋଲରେ ପ୍ରକମ୍ପିତ ଶରଧାବାଲି

  • Jul 05, 2025 12:19 IST

    ଜଗା ଦର୍ଶନ ପାଇଁ ଧାଇଁ ଆସିଛନ୍ତି ବିଦେଶିନୀ ଭକ୍ତ

    ମହାପ୍ରଭୁଙ୍କ ପ୍ରତି ଥିବା ଭଲପାଇବାକୁ ଗୋଟି ଗୋଟି ବର୍ଣ୍ଣନା କରୁଛନ୍ତି ବିଦେଶିନୀ ଭକ୍ତ । ଶୁଣନ୍ତୁ କ’ଣ କହୁଛନ୍ତି ।

  • Jul 05, 2025 12:10 IST

    ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରୁଥିବାର ମନଲୋଭା ଦୃଶ୍ୟ

  • Jul 05, 2025 12:00 IST

    ଚାଲିଛି ଶ୍ରୀଜଗନ୍ନାଥଙ୍କ ପହଣ୍ଡି

  • Jul 05, 2025 11:56 IST

    ୮୪ ସଂଖ୍ୟାକୁ ନେଇ ଅନେକ କଥା...

    ଆସିଛି ୪୨ ଚକ । ଯିବ ବି ୪୨ ଚକ । ସମୁଦାୟ ୮୪ ଚକ । ହେଲେ ଏହି ୮୪ ସଂଖ୍ୟାକୁ ନେଇ ରହିଛି ଅନେକ କିଛି କଥା । ଜାଣନ୍ତୁ...

  • Jul 05, 2025 11:53 IST

    ଅଧର ଚୁମ୍ବିତ ମାଳା

    ମହାପ୍ରଭୁଙ୍କ ଅଧର ଚୁମ୍ବିତ ମାଳା ମହାଲକ୍ଷ୍ମୀଙ୍କ ନିକଟକୁ ଯିବା ପୂର୍ବରୁ ଶୁଣନ୍ତୁ କ’ଣ କହୁଛନ୍ତି ସେବାୟତ ।

  • Jul 05, 2025 11:41 IST

    ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ

    ତୁ ଜଗା, ତୁ କୃଷ୍ଣ , ତୁ ଚୈତନ୍ୟ....। ତୁ ବିଶ୍ୱ ନିୟନ୍ତା, ତୁ ଭାବର ଠାକୁର। ଯେପରି ଡାକିଲେ, ଯେଉଁଠି ଡାକିଲେ ଭକ୍ତ ଡାକ ଶୁଣିଥାଉ ତୁ....। ଭକ୍ତ ତୋର , ତୁ ଭକ୍ତର.....।

  • Jul 05, 2025 11:35 IST

    ଶୋଧନ ହେଲା ରଥ ଓ ଚାରମାଳ, ବିଜେ କରିବେ ମହାପ୍ରଭୁ

    ମହାପ୍ରଭୁ ପବିତ୍ର ଜଳରେ ଶୋଧନ ହେଲା ରଥ ଏବଂ ଚାରମାଳ। ମହାପ୍ରଭୁଙ୍କ ନିତ୍ୟ ଜିନିଷ ବୋହି ଆଣିଲେ ସେବାୟତ, ବାହୁଡ଼ା ପହଣ୍ଡି ବେଳ ହେଲା ।

  • Jul 05, 2025 11:21 IST

    ତାଳଧ୍ୱଜ ରଥକୁ ବିଜେ କରୁଛନ୍ତି ପ୍ରଭୁ ଶ୍ରୀବଳଭଦ୍ର

  • Jul 05, 2025 11:15 IST

    ଗୁଣ୍ଡିଚା ଶବ୍ଦ ବଡ଼ ବିଚିତ୍ର

    ଆଜି ଅପୂର୍ବ ବାହୁଡ଼ା ଯାତ୍ରା । ସରିଗଲା ମହାପ୍ରଭୁଙ୍କ ଲୀଳାଖେଳା । ହେଲେ ଜାଣନ୍ତି ଗୁଣ୍ଡିଚା ଶବ୍ଦ ବଡ଼ ବିଚିତ୍ର। କାରଣ ମହାପ୍ରଭୁ ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ କରିଥିଲେ, ଗୁଣ୍ଡିଚା ମନ୍ଦିରରେ ପ୍ରଭୁଙ୍କ ଜନ୍ମବେଦୀ।

  • Jul 05, 2025 11:12 IST

    ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ

  • Jul 05, 2025 11:09 IST

    ଜଗା ବାହୁଡ଼ିଲେ ବର୍ଷେ ଯାଏଁ ବନ୍ଦ ରହିବ ଗୁଣ୍ଡିଚା ମନ୍ଦିର

    ଆଜି ପବିତ୍ର ବାହୁଡ଼ାଯାତ୍ରା...ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି...ଆଜିଠୁ ବର୍ଷେ ଯାଏଁ ବନ୍ଦ ରହିବ ଗୁଣ୍ଡିଚା ମନ୍ଦିର...

  • Jul 05, 2025 10:50 IST

    ବଡ଼ଦାଣ୍ଡ ବିଶ୍ୱର ସବୁଠାରୁ ବଡ଼ ମଞ୍ଚ : ଓଡ଼ିଶୀ ନୃତ୍ୟଶିଳ୍ପୀ

    ଏ ବଡ଼ଦାଣ୍ଡ ହେଉଛି ବିଶ୍ୱର ସବୁଠାରୁ ବଡ଼ ମଞ୍ଚ...ଏଇଠି ମହାପ୍ରଭୁଙ୍କ ଆଗରେ ନୃତ୍ୟ କଲେ ମିଳେ ଅପୂର୍ବ ଆନନ୍ଦ....ବୋଲି କହିଲେ ଓଡ଼ିଶୀ ନୃତ୍ୟଶିଳ୍ପୀ

  • Jul 05, 2025 10:45 IST

    ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

  • Jul 05, 2025 10:43 IST

    ପୁରୀ ସହରରେ କଡ଼ା ସୁରକ୍ଷା

    ‘ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ମନ୍ଦିର ପ୍ରଶାସନ ଦ୍ୱାରା ସବୁ ନୀତିକାନ୍ତି ଚାଲିଛି। ପୋଲିସ ତରଫରୁ ବାହୁଡ଼ା ଯାତ୍ରାରେ ପୁରୀ ଜଗୁଛନ୍ତି ୨୦୫ପ୍ଲାଟୁନ୍ ଫୋର୍ସ। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ ସହର।’ - ୱାଇ.ବି. ଖୁରାନିଆ, ପୋଲିସ ଡିଜି

  • Jul 05, 2025 10:36 IST

    ନୀଳାଚଳ ହିଁ ଶ୍ରେଷ୍ଠ ଧାମ

    ନୀଳାଚଳ ହେଉଛି ଶ୍ରେଷ୍ଠ ଧାମ । ୪ ଯୁଗେ ସାର ଜଗନ୍ନାଥ ଧାମ, ସ୍ବର୍ଗେ ଅନୁପମ ମର୍ତ୍ତେ ଅଭିରାମ । ମର୍ତ୍ତ୍ୟରେ ଏପରି ସୁନ୍ଦର ଜାଗା ଦେଖି ସମସ୍ତେ ଉଲ୍ଲସିତ।

  • Jul 05, 2025 10:33 IST

    ଚାଲିଛି ପହଣ୍ଡି ବିଜେ, ଉତ୍ସବମୁଖର ଶରଧାବାଲି

  • Jul 05, 2025 10:25 IST

    ଖେଚୁଡ଼ି ଖାଇ ବାହୁଡ଼ିବେ ମହାବାହୁ

    ସରିଲା ଜନ୍ମବେଦୀ ଲୀଳା । ଭାଇଭଉଣୀଙ୍କୁ ସାଥିରେ ଧରି ଆଜି ବାହୁଡ଼ିବେ ମହାପ୍ରଭୁ । ହରିବୋଲରେ ଉଛୁଳୁଛି ଶରଧାବାଲି ।

  • Jul 05, 2025 10:20 IST

    ପହଣ୍ଡି ବିଜେ ନୀତି ଆରମ୍ଭ

  • Jul 05, 2025 10:11 IST

    ଶରଧାବାଲିରେ ଆଇଟମ ଗାର୍ଲ ରାଣୀ ପ୍ରିୟଦର୍ଶିନୀ

    ମହାପ୍ରଭୁଙ୍କ ପ୍ରେମରେ ପାଗଳିନୀ ହେଲେ ରାଣୀ ପ୍ରିୟଦର୍ଶିନୀ...ମୀରାବାଇ ବେଶରେ ନାଚୁଛନ୍ତି କହିଲେ ମୋତେ କାଳିଆର ଡୋରୀ ଲାଗିଛି....

  • Jul 05, 2025 10:03 IST

    ଜନ୍ମବେଦୀରେ ସାରି ଲୀଳା, ବାହୁଡ଼ିବେ ଚକାଡୋଳା। ଗୁଣ୍ଡିଚା ମନ୍ଦିର ଛାଡ଼ି ଶରଧାବାଲିକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି।

  • Jul 05, 2025 09:52 IST

    ରଥଯାତ୍ରାର ତାତ୍ପର୍ଯ୍ୟ କ'ଣ?

    କାହିଁକି ଏହି ରଥଯାତ୍ରା...କ'ଣ ଏହି ରଥର ମାହାତ୍ମ୍ୟ? ରଥଯାତ୍ରାର କଣ ରହିଛି ବୈଶିଷ୍ଟ୍ୟ ଶୁଣନ୍ତୁ କଥାବାଚକଙ୍କ ଠାରୁ...

  • Jul 05, 2025 09:45 IST

    ରଥ-ପଥ ସବୁ ପ୍ରସ୍ତୁତ...ବାହୁଡ଼ିବେ ମହାପ୍ରଭୁ

    ଶରଧାବାଲି ଚଳଚଞ୍ଚଳ । ହରିବୋଲ ହୁଳହୁଳିରେ କମ୍ପୁଛି ତ୍ରିଭୁବନ ।

  • Jul 05, 2025 09:36 IST

    ବାହୁଡ଼ା ଯାତ୍ରା ପାଇଁ ସୁରକ୍ଷା ବଳୟରେ ପୁରୀ ସହର

    ଆଜି ପବିତ୍ର ବାହୁଡ଼ା ଯାତ୍ରା । କଡ଼ା ସୁରକ୍ଷା ବଳୟରେ ପୁରୀ ସହର । ଟ୍ରାଫିକ୍ ଉପରେ ନଜର ରଖିଛି AI କ୍ୟାମେରା ଓ ଡ୍ରୋନ୍। ଟ୍ରାଫିକ୍ ଡ୍ୟୁଟିରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଜଳ, ସ୍ଥଳ ଓ ଆକାଶମାର୍ଗ ସବୁଠି କଡ଼ା ନଜର । ଅଧିକ ପଢନ୍ତୁ

  • Jul 05, 2025 09:28 IST

    'ତାଙ୍କର ଆଖି କାନ କିଛି ନାହିଁ, କିନ୍ତୁ ସବୁ ଦେଖୁଛନ୍ତି'

    ମହାପ୍ରଭୁ ଜଗନ୍ନାଥଙ୍କର ଆଖି, କାନ, ହାତ, ଗୋଡ଼ କିଛି ନାହିଁ । ତଥାପି ସେ ସବୁ ଦେଖନ୍ତି ସବୁ କରନ୍ତି। କେବଳ ଜଗନ୍ନାଥଙ୍କ ଚକା ଆଖିରେ ଆଖି ମିଶାଇ ଦେବା କଥା । - ଭକ୍ତ

  • Jul 05, 2025 09:18 IST

    ସଜେଇ ହୋଇଛି ଶ୍ରୀମନ୍ଦିର, ଫେରୁଛି ଜଗା

  • Jul 05, 2025 09:09 IST

    ମହାବାହୁ କରିବେ ଦକ୍ଷିଣାୟନ ଯାତ୍ରା

    ଆଜି ବାହୁଡ଼ିବେ ମହାବାହୁ। କରିବେ ଦକ୍ଷିଣାୟନ ଯାତ୍ରା। ଗଡ଼ିଗଡ଼ି ଯିବ ରଥ । ନିଜ ପ୍ରାଣପ୍ରିୟ ପ୍ରଭୁଙ୍କୁ ଦେଖି ବିମୋହିତ ହେବ ଭକ୍ତ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ଗଡ଼ି ଗଡ଼ି ଯିବ ରଥ।

  • Jul 05, 2025 09:02 IST

    ରାଧାରାଣୀ ତୃପ୍ତ, ଚିନ୍ତାରେ ଲକ୍ଷ୍ମୀ

    ହେ ରାଧିକେ, କଥା ଦେଉଛି । ତୁମ ସହ ଲୀଳା କରିବାକୁ ତ ମୁଁ ଏଠିକି ଆସିଛି । ସେଥିପାଇଁ ତ ଏହା ନାମ ରାସୋତ୍ସବ।

  • Jul 05, 2025 08:46 IST

    କାଳିଆ ଖାଇବ ଅଣଲେଉଟା ଚକୁଳି

    ମା’ ପଣତକାନିକୁ ଛାଡ଼ି ଆଜି ନିଳକନ୍ଦରକୁ ଫେରିବେ କାଳିଆ ଠାକୁର। ଛଟପଟ ହେଉଛି ମା’ ମନ । ପୁଅଠୁ ଦୂରତା ବା କୋଉ ମା’ ସହିବ । ତେଣୁ କାଳିଆ ଠାକୁରକୁ ଆଜି ଅଣଲେଉଟା ଚକୁଳି ଖୁଆଇଦେବ ମା’ ।

  • Jul 05, 2025 08:39 IST

    ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷା କରିଛି ସିଂହଦ୍ୱାର

    ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ । ନଅ ଦିନର ଯାତ୍ରା ସାରି ଫେରୁଛନ୍ତି ଶ୍ରୀଜିଉ । ନାକଚଣା ଦ୍ବାରରେ ଦଣ୍ଡାୟମାନ ତିନି ରଥ । ବିଶ୍ୱ ନିଅନ୍ତାଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ । ଅଧିକ ପଢନ୍ତୁ

  • Jul 05, 2025 08:23 IST

    ତିନି ଠାକୁରଙ୍କ ଅଶ୍ୱ କଥା

  • Jul 05, 2025 08:22 IST

    ରଥଟଣା ଓ ସଅଳ ନୀତିକାନ୍ତି ପାଇଁ ବ୍ୟାପକ ବ୍ୟବସ୍ଥା...

  • Jul 05, 2025 08:12 IST

    ସଜେଇ ହୋଇ କାଳିଆକୁ ଅପେକ୍ଷା କରିଛି ସିଂହଦ୍ବାର,ଚାତକ ପରି ଚାହିଁ ରହିଛି ଅରୁଣ ସ୍ତମ୍ଭ

  • Jul 05, 2025 08:07 IST

    ଜୟ ଜଗନ୍ନାଥ...ଚାଲ ଦେଖିବା ବାହୁଡ଼ା ଯାତ, ଚାଲ ଟାଣିବା କାଳିଆ ରଥ...ବାହୁଡ଼ାରେ ଆଜି ବାହୁଡ଼ିବେ ପ୍ରଭୁ

  • Jul 05, 2025 08:01 IST

    ରଥଯାତ୍ରାକୁ କାହିଁକି କୁହାଯାଏ ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ?

  • Jul 05, 2025 07:56 IST

    ନାଚିଲେଣି ନର୍ତ୍ତକୀ, କାଳିଆକୁ ଅପେକ୍ଷା

Rath Yatra Bahuda Yatra Rath Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ