Bahuda Jatra
ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ବେଳାବେଳି ବାହୁଡ଼ିଛନ୍ତି ତିନି ଠାକୁର। ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ରଥରେ ବିଜେ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତି, ଆଉ ସଂଧ୍ୟା ସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି। ଏସବୁ ରୀତିନୀତିର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ otvkhabar.in
- Jun 29, 2023 11:45 IST
#ଦିନ_୪ଟାରେ_ଆରମ୍ଭ_ହେବ_ସୁନାବେଶ
- Jun 29, 2023 11:45 IST
'ଯେପର୍ଯ୍ୟନ୍ତ ଏ ନିଶ୍ୱାସ ଚାଲୁଥିବ ମୁଁ ଆସିବି। ଶରୀର ଅସୁସ୍ଥ ଥାଇ ବି ଆସିଛି।' ନିଜେ ହନୁମାନ ବେଶ ଧାରଣ କରିବାର ରହସ୍ୟ କହିଲେ ହନୁମାନ।
- Jun 29, 2023 11:18 IST
ରଥଟଣା ବେଳେ ଅଘଟଣ: ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଅସୁସ୍ଥ
ରଥ ଦଉଡ଼ିକୁ ଛୁଇଁବାକୁ ଛଟପଟ ଭକ୍ତ। ଜନସମୁଦ୍ର ହୋଇଯାଇଛି ବଡ଼ଦାଣ୍ଡ। ସୋରିଷ ପକେଇବାକୁ ବି ଜାଗା ନାହିଁ। ତେବେ ରଥ ଦଉଡି ଧରିବାକୁ ଭକ୍ତ ଆକୁଳ ହେଉଥିବା ବେଳେ ଘଟିଛି ଅଘଟଣ। ଆହୁରି ପଢନ୍ତୁ...
- Jun 28, 2023 20:21 IST
ଭକ୍ତିରେ ଗୀତଗୋବିନ୍ଦ ଗାଇଲେ ସେବାୟତ
- Jun 28, 2023 19:53 IST
ବାହୁଡ଼ିଲେ ଶ୍ରୀଜିଉ, ବାଟରେ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ ମହାପ୍ରଭୁ
ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ବେଳାବେଳି ବାହୁଡ଼ିଛନ୍ତି ତିନି ଠାକୁର। ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ରଥରେ ବିଜେ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତି, ଆଉ ସଂଧ୍ୟାସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି। ଗୁଣ୍ଡିଚା ଯାତ୍ରା ଭଳି ବାହୁଡାରେ ଆଜି ନା କୌଣସି ବିଳମ୍ବ ହୋଇଥିଲା ନା କୌଣସି ବ୍ୟତିକ୍ରମ ଘଟିଥିଲା। ଆହୁରି ପଢନ୍ତୁ...
- Jun 28, 2023 19:11 IST
ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ
- Jun 28, 2023 18:24 IST
ସିଂହଦ୍ୱାରରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିବାର ସୁନ୍ଦର ଦୃଶ୍ୟ
- Jun 28, 2023 17:58 IST
ସିଂହଦ୍ୱାର ସାମ୍ନାରେ ପହଞ୍ଚିଲେ ତାଳଧ୍ୱଜ ଓ ଦର୍ପଦଳନ ରଥ
- Jun 28, 2023 17:17 IST
ମାଉସୀ ମାଆ ହାତର ପୋଡ଼ପିଠା ଖାଇବା ମହାପ୍ରଭୁଙ୍କ ସବୁଠାରୁ ପ୍ରିୟ
- Jun 28, 2023 17:05 IST
ତାଳଧ୍ୱଜ ରଥ ଦଉଡ଼ି ଛିଡ଼ିବାରୁ କିଛି ଭକ୍ତ ଆହତ
- Jun 28, 2023 17:03 IST
କହ୍ନେଇ ବେଶରେ କାଳିଆ ଭକ୍ତ
- Jun 28, 2023 16:26 IST
ବଡ଼ ଭାଇଙ୍କ ପଛେ ପଛେ ଯାଉଛନ୍ତି ସାନ ଭଉଣୀ
- Jun 28, 2023 16:10 IST
ଶରଧାବାଲିରୁ ମହାପ୍ରଭୁଙ୍କ ପାଦଧୂଳି ସାଉଁଟୁଛି ଭକ୍ତ
- Jun 28, 2023 15:45 IST
କୁନି ଭକ୍ତଙ୍କ କୁନି ଠାକୁର... କୁନି ରଥ...
- Jun 28, 2023 15:44 IST
ରଥରେ ସ୍ୱର୍ଣ୍ଣ ଖଡ଼ିକାରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା
- Jun 28, 2023 15:30 IST
ଶରଧାବାଲିରୁ ବଡ଼ଶଙ୍ଖ ଯାଏଁ ଲୋକାରଣ୍ୟ
- Jun 28, 2023 15:20 IST
ଜୟ ଜଗନ୍ନାଥ ଧ୍ୱନୀରେ ଉଚ୍ଛୁଳୁଛି ସାରା ପରିବେଶ
- Jun 28, 2023 15:06 IST
ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ... ପଛେ ପଛେ ଭଉଣୀ ସୁଭଦ୍ରା..
- Jun 28, 2023 15:05 IST
ଗଡ଼ିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ
- Jun 28, 2023 15:00 IST
କାଳିଆ ସାଆନ୍ତ ହଟିଆ ଠାକୁର.. ଭାବରେ ବନ୍ଧା ହେଲେ ତିଳେ ମାତ୍ର ଗର୍ବ ସହିବେନି
- Jun 28, 2023 14:56 IST
ମାଉସୀ ମାଆ ହାତର ପୋଡ଼ପିଠା ମହାପ୍ରଭୁଙ୍କର ଭାରି ପ୍ରିୟ
- Jun 28, 2023 14:48 IST
ଅପେକ୍ଷା କରିଛି ମାଉସୀ..
- Jun 28, 2023 14:38 IST
ମାଆ ସୁଭଦ୍ରାଙ୍କ ରଥ ଟାଣିବାକୁ ଆକୁଳ ବ୍ୟାକୁଳ ହେଉଛନ୍ତି ଅଗଣିତ ଭକ୍ତ..ସୋରିଷ ପକେଇବାକୁ ବି ଜାଗା ନାହିଁ.. ଶରଧାବାଲିରେ ଜନସମୁଦ୍ର..
- Jun 28, 2023 14:31 IST
ଘଣ୍ଟୁଆଙ୍କ ଘଣ୍ଟ ବାଦ୍ୟର ତାଳେ ତାଳେ ମାଆ ସାଆନ୍ତାଣୀ ସୁଭଦ୍ରାଙ୍କ ରଥ ଟାଣି ନେଉଛନ୍ତି ଭକ୍ତଗଣ
- Jun 28, 2023 14:25 IST
ମଣିମାଙ୍କ ଦର୍ଶନ ପାଇଁ ଆସୁଛନ୍ତି ଗଜପତି
- Jun 28, 2023 14:24 IST
ରଥ ଉପରେ ସେବା ଦେଲେ ଗଜପତି
- Jun 28, 2023 14:24 IST
ଉତ୍କଳରେ ନେତା ନାହିଁ ପ୍ରୟୋଜନ ଉତ୍କଳର ନେତା ସ୍ୱଂୟ ନାରାୟଣ
- Jun 28, 2023 14:23 IST
ରଥ ଉପରେ ନମସ୍କାର ମୁଦ୍ରାରେ ଆଦ୍ୟ ସେବକ
- Jun 28, 2023 14:23 IST
ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ପବିତ୍ର ସୁବାସିତ ଜଳ ସିଞ୍ଚନ କରୁଛନ୍ତି ଗଜପତି ମହାରାଜ
- Jun 28, 2023 14:22 IST
ସ୍ୱର୍ଣ୍ଣ ଖଡ଼ିକାରେ ନନ୍ଦିଘୋଷ ରଥରେ ଛେରାପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ
- Jun 28, 2023 13:30 IST
କାଳିଆ ପାଖରେ କେହି ନୁହଁ ପର ସବୁ ତା ନିଜର
- Jun 28, 2023 13:30 IST
ଆଖି ପାଉନି.. ସମୁଦ୍ରକୁ ଦେଖିଲା ଭଳି ମନେହେଉଛି.. ଯୁଆଡ଼େ ଦେଖିଲେ ମହାପ୍ରଭୁଙ୍କ ଭକ୍ତ ହିଁ ଭକ୍ତ..
- Jun 28, 2023 13:24 IST
ପାରମ୍ପରିକ ତାମ ଯାନରେ ଛେରାପହଁରା ପାଇଁ ଆସୁଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ
/odishatv-khabar/media/post_attachments/media/Fzsa2JUaYAE9e8D.webp)
- Jun 28, 2023 13:22 IST
କହୁଥିଲେ ସରିବନି କାଳିଆର କଥା
- Jun 28, 2023 13:22 IST
ମଦନ ମୋହନଙ୍କ ମହିମା
- Jun 28, 2023 13:21 IST
ବଳଦେବଙ୍କ ରଥରେ କାହିଁକି ବିଜେ ହୁଅନ୍ତି ରାମକୃଷ୍ଣ?
- Jun 28, 2023 13:21 IST
ରଥ ଉପରୁ ମହାପ୍ରଭୁଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରଣାମ କରୁଛନ୍ତି ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ
/odishatv-khabar/media/post_attachments/media/FzsbV54agAAI13o.jpeg)
- Jun 28, 2023 13:15 IST
ମହାପ୍ରଭୁଙ୍କ ବାହୁଡା ଯାତ୍ରା: ଶ୍ରୀମନ୍ଦିରକୁ ଫେରୁଛନ୍ତି ଶ୍ରୀଜିଉ... ତିନି ରଥରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତି
- Jun 28, 2023 13:14 IST
ପାର୍ଶ୍ୱଦେବାଦେବୀଙ୍କ ସମେତ ବିଭିନ୍ନ ପ୍ରକାର ନିଖୂଣ କାରୁକାର୍ଯ୍ୟରେ ସଜେଇ ହୋଇଥାନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ
ପାର୍ଶ୍ୱଦେବାଦେବୀଙ୍କ ସମେତ ବିଭିନ୍ନ ପ୍ରକାର ନିଖୂଣ କାରୁକାର୍ଯ୍ୟରେ ସଜେଇ ହୋଇଥାଏ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ.. ଏହି କାରୁକାର୍ଯ୍ୟ ପଛରେ ଥାଆନ୍ତି ଚିତ୍ରକାର ସେବାୟତ.. ଶୁଣନ୍ତୁ ତାଙ୍କ ଅନୁଭୂତି…
- Jun 28, 2023 13:03 IST
ଏଇପଟେ ପହଣ୍ଡି ହୋଇ ଯାଇଥିଲେ ମହାପ୍ରଭୁ.. ତାଙ୍କ ପାଦଧୂଳି ଟିକେ ସାଉଁଟିବାକୁ ବ୍ୟାକୁଳ ହୋଇଉଠିଛି ଭକ୍ତ..
- Jun 28, 2023 13:00 IST
ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ହେଲା ରଥଟଣା
ଚଳିତବର୍ଷ ସଅଳ ସଅଳ ଚାଲିଛି ସମସ୍ତ ନୀତିକାନ୍ତି । ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ । ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ।
- Jun 28, 2023 12:57 IST
ଜୟ ଜଗନ୍ନାଥରେ କମ୍ପୁଛି ଅଞ୍ଚଳ
/odishatv-khabar/media/post_attachments/media/FzsWL_zaYAAre28.webp)
- Jun 28, 2023 12:39 IST
ମହାପ୍ରଭୁଙ୍କ ପାଇଁ ରଥ ଉପରକୁ ନିଆଯାଉଛି ତୁଳସୀ
/odishatv-khabar/media/post_attachments/media/FzsR9-6aEAAVmX7.webp)
- Jun 28, 2023 12:34 IST
ରଥରେ ଛେରାପହଁରା କରୁଛନ୍ତି ଗଜପତି ମାହାରାଜା ଦିବ୍ୟସିଂହ ଦେବ
/odishatv-khabar/media/post_attachments/media/FzsPPw3aUAEt7No.jpeg)
/odishatv-khabar/media/post_attachments/media/FzsPPw4aMAA816Z.jpeg)
/odishatv-khabar/media/post_attachments/media/FzsPPw6akAAgBMw.jpeg)
- Jun 28, 2023 12:33 IST
ରଥରେ ବସି ଚକା ଚକା ଆଖିରେ ଭକ୍ତଙ୍କୁ ଦେଖୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ
/odishatv-khabar/media/post_attachments/media/FzsPb7CaMAAfxJL.webp)
- Jun 28, 2023 12:32 IST
ରଥରେ ବସିଛନ୍ତି ମା’ ସୁଭଦ୍ରା
/odishatv-khabar/media/post_attachments/media/FzsPsYyakAIK0EQ.webp)
- Jun 28, 2023 12:20 IST
ସେ ଆନନ୍ଦ କହିହେବ ନାହିଁ.. ଘଣ୍ଟୁଆଙ୍କ ଘଣ୍ଟନାଦର ତାଳେ ତାଳେ ନାଚି ନାଚି ଆସୁଛନ୍ତି ମହାପ୍ରଭୁ..ଘଣ୍ଟୁଆ ନାଚୁଥାନ୍ତି.. ଭକ୍ତ ନାଚୁଥାନ୍ତି ଆଉ ନାଚୁଥାନ୍ତି କାଳିଆ ସାଆନ୍ତ..
- Jun 28, 2023 11:53 IST
ଶରଧାବାଲିରେ ମୀରାବାଇ ବେଶରେେ ରାଣୀ ପ୍ରିୟଦର୍ଶିନୀ...
- Jun 28, 2023 11:52 IST
ରଥାରୁଢ଼ ହେଲେଣି ତିନି ଠାକୁର । ଏବେ ଛେରାପହଁରା ନୀତି ପାଇଁ ତାମ ଯାନରେ ବସି ଆସୁଛନ୍ତି ଗଜପତି ମହାରାଜା
/odishatv-khabar/media/post_attachments/v/t39.30808-6/356903268_269154819090281_1494412301490924453_n.jpg)
/odishatv-khabar/media/post_attachments/v/t39.30808-6/356884413_269154769090286_7927708542087518918_n.jpg)
/odishatv-khabar/media/post_attachments/v/t39.30808-6/356873882_269154855756944_5866992538157176810_n.jpg)
- Jun 28, 2023 11:43 IST
ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ଚଉଦିଗ
- {{ created_at }}{{ blog_title }}{{{ blog_content }}}
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687959578.jpg)