ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ଆସି ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ଼ ଚତୁର୍ଦ୍ଧା ମୂରତି। ଆସନ୍ତାକାଲି ବାହୁଡ଼ିବେ ଶ୍ରୀମନ୍ଦିର। ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି। ଏଥିପାଇଁ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ କରାଯାଇଥାଏ। ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀରେ ପ୍ରସ୍ତୁତ ୯ଟି ଅଧରହାଣ୍ଡିକୁ ରଥରେ ଥିବା ପାର୍ଶ୍ୱ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ । ରାତି ୮ଟାରେ ଅଧରପଣା ନୀତି ଶେଷ ହେବ। ଏହା ପରେ ରାତି ୯ଟାରେ ମହାସ୍ନାନ ଓ ପରେ ରାତି ୧୦ଟାରେ ମଇଲମ ଓ ବେଶ ହେବ। ରାତି ସାଢ଼େ ୧୦ଟାରେ ସଂଧ୍ୟା ଆଳତି ହୋଇ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। ମହାପ୍ରଭୁଙ୍କ ଏହି ମହାର୍ଘ୍ୟ ନୀତି ଅଧରପଣାର ଟିକିନିକି ଖବର ଜାଣିବା ପାଇଁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ OTVkhabar.in
21:49 PM
21:48 PM
21:48 PM
21:31 PM
21:28 PM
21:27 PM
21:22 PM
21:20 PM
21:11 PM
21:08 PM
21:07 PM
20:36 PM
20:22 PM
20:20 PM
19:46 PM
19:12 PM
18:56 PM
ନଅ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରିଆସିଛନ୍ତି ମହାବାହୁ। ରାଜାଧିରାଜ ବେଶରେ ଭକ୍ତ ମନ ତୋଷିଛନ୍ତି। ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ଅଧିକ ପଢ଼ନ୍ତୁ...
16:24 PM
ମହାପ୍ରଭୁଙ୍କ ବିଭିନ୍ନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ଠାକୁରଙ୍କ ଦୈନଦିନ ନୀତି ସମେତ କେତେକ ବିଶେଷ ପର୍ବପର୍ବାଣିରେ ମଧ୍ୟ ହୋଇଥାଏ। ଏହାର ଅନ୍ୟ ଏକ ନାମ ହେଲା ‘ପ୍ରପାଣକ’। ଏହି ନାମ ଅପଭ୍ରଂଶରେ ପ୍ରପାନକ ବା ପଣା ନାମରେ ପରିଚିତ ହୋଇଛି। ମାଦଳାପାଞ୍ଜି ତଥ୍ୟ ଅନୁସାରେ ଅତୀତରେ ଶ୍ରୀମନ୍ଦିରରେ ପଣା ପ୍ରସ୍ତୁତ କରୁଥିବା ସେବକଙ୍କୁ ‘ପଣା ସୁଆର ସେବକ’ କୁହାଯାଉଥିଲା। ଅଧିକ ପଢ଼ନ୍ତୁ...