SARALA_AWARD Photograph: (OTV)
ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାରରେ ପୁରସ୍କୃତ କରାଯାଇଛି। ୨୦୨୩ରେ ପ୍ରକାଶିତ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ବରରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଉତ୍ତରୀୟ, ସମ୍ମାନପତ୍ର ଏବଂ ଫଳକ ସହିତ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।
ସେହିପରି ଖ୍ୟାତନାମା ଚିତ୍ରଶିଳ୍ପୀ ବଳଦେବ ମହାରଥା ଏବଂ ଓଡ଼ିଆ ସଂଗୀତ ଗୁରୁ ରାମହରି ଦାସଙ୍କୁ ‘ଇଲା ବଂଶୀଧର ପଣ୍ଡା କଳା ସମ୍ମାନ’ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦରେ ଉଭୟଙ୍କୁ ୨ ଲକ୍ଷ ପଚାଶ ହଜାର ଟଙ୍କାର ଅର୍ଥରାଶି ସହ ପ୍ରଦାନ କରାଯାଇଛି ମାନପତ୍ର ଓ ଫଳକ।
ସାହିତ୍ୟ ଓ କଳା କ୍ଷେତ୍ରରେ ସାଧନା ସହ କୃତୀ ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଇଥାଏ ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ସହ ‘ଇଲା ବଂଶୀଧର ପଣ୍ଡା କଳା ସମ୍ମାନ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ହିନ୍ଦୀ କବୟିତ୍ରୀ ତଥା ଲେଖିକା ପ୍ରଫେସର ସବିତା ସିଂ । ଇମ୍ଫା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ପାରମିତା ପଣ୍ଡାଙ୍କ ସହ ରାଜ୍ୟର ବହୁ ବିଶିଷ୍ଟ ଲେଖକ ଏବଂ ସାହିତ୍ୟପ୍ରେମୀ ଯୋଗଦେଇଥିଲେ କାର୍ଯ୍ୟକ୍ରମରେ। ...
ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ଶାରଳା ପୁରସ୍କାର
୨୦୨୩ରେ ପ୍ରକାଶିତ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ପୁରସ୍କାର
ଚିତ୍ରଶିଳ୍ପୀ ବଳଦେବ ମହାରଥା ଓ ସଂଗୀତ ଗୁରୁ ରାମହରି ଦାସଙ୍କୁ ବି ସମ୍ମାନ
‘ଇଲା ବଂଶୀଧର ପଣ୍ଡା କଳା ସମ୍ମାନ’ରେ ବଳଦେବ ଓ ରାମହରି ସମ୍ମାନିତ
ମୁଖ୍ୟ ଅତିଥି ଥିଲେ ବିଶିଷ୍ଟ ହିନ୍ଦୀ କବୟିତ୍ରୀ ପ୍ରଫେସର ସବିତା ସିଂ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/26/sarala_award-2025-10-26-22-11-54.jpg)