/odishatv-khabar/media/post_attachments/uploadimage/library/16_9/16_9_0/Doodh-cola_1626258747.jpg)
Doodh-cola
ଗରମର ପ୍ରଭାବ ଧିରେ ଧିରେ ବଢିବାରେ ଲାଗିଛି। ଲୋକେ ଖରାରେ ବୁଲି ଶୋଷ ମେଣ୍ଟେଇବା ନେଇ ବିଭିନ୍ନ ପାନୀୟ ଉପରେ ନିର୍ଭର କରୁଛନ୍ତି। ଏଥିରେ କିଛି ପାରମ୍ପରିକ ପାନୀୟ ଥିବାବେଳେ କେତେକ ଆଧୁନିକ ପାନୀୟ ମଧ୍ୟ ରହିଛି। ତେବେ ଆପଣ କେବେ ‘କୋଲା’ ଓ ‘କ୍ଷୀର’ର ମିଶ୍ରଣଯୁକ୍ତ ପାନୀୟ ବିଷୟରେ ଶୁଣିଛନ୍ତି କି? ଏହାକୁ ‘ଦୁଧ୍ କୋଲା’ କୁହାଯାଏ। ଏଭଳି ନାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ। ତେବେ ଆସନ୍ତୁ ଜାଣିନେବା ଏହି ପାନୀୟ ବିଷୟରେ।
/odishatv-khabar/media/post_attachments/wp-content/uploads/2021/04/Doodh-colaa.jpg)
ଯଦି ଆପଣ ଜଣେ ଖାଦ୍ୟବିଳାସୀ ବ୍ୟକ୍ତି ଏବଂ କୋଲକାତା ଯାଇଛନ୍ତି ତେବେ ନିଶ୍ଚିତ ‘ଦୁଧ୍ କୋଲା’ ବିଷୟରେ ଶୁଣିଥିବେ। ଯଦି ଶୁଣି ନାହାନ୍ତି ତେବେ ଆଜି ହିଁ ଜାଣି ନିଅନ୍ତୁ ଏ ବିଷୟରେ। ଏହା ସେପରି କିଛି ଅଦ୍ଭୁତ ପାନୀୟ ନୁହେଁ କିନ୍ତୁ ବହୁତ ଲୋକପ୍ରିୟ। ଲୋକେ ଏହାକୁ ପିଇବା ନେଇ ଲାଇନ ଲଗେଇ ଦିଅନ୍ତି। ଏହାର ପ୍ରତିଟି ଢୋକ ବେଶ ମଜାଦାର।
କଲିକତାର ସବୁଠାରୁ ଜଣାଶୁଣା ଢାବା ହେଲା ‘ବଲବନ୍ତ ସିଂହ ଢାବା’। ଏଠାରେ ‘ଦୁଧ୍ କୋଲା’ ମିଳୁଥିବାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳେ। ଲୋକଙ୍କ ଖାଇବା ଅର୍ଡ଼ର ଭିନ୍ନ ଭିନ୍ନ ହୋଇଥାଇପାରେ, କିନ୍ତୁ ‘ଦୁଧ୍ କୋଲା’ ପ୍ରାୟ ସମସ୍ତଙ୍କ ଅର୍ଡରରେ ଥାଏ। ଏହା ଯେ କେବଳ ଗରମରୁ ମୁକ୍ତି ଦିଏ ତାହା ନୁହେଁ, ଏହାର ଯେଉଁ ମିଶ୍ରଣ ତାହାର ମଧ୍ୟ ଏକ ନିଜସ୍ୱ ସ୍ୱାଦ ବେଶ ଉପଭୋଗ୍ୟ।
ଏହା ଶୁଣି ଆପଣ ଆଚମ୍ବିତ ହେବାର ସେପରି କିଛି କାରଣ ନାହିଁ, କାରଣ ଏହାକୁ ଆପଣ ଖୁବ ସହଜରେ ଘରେ ମଧ୍ୟ ବନେଇପାରିବେ। ଏହାକୁ ଥଣ୍ଡା ଥଣ୍ଡା ହିଁ ପରଷାଯାଏ ତାହା ପୁଣି ବରଫ ଖଣ୍ଡ ସହିତ। ଏହା ସହିତ ଆପଣ ଯେଉଁ ଥଣ୍ଡା ପାନୀୟକୁ ପସନ୍ଦ କରନ୍ତି ବା ଯାହାର ଫ୍ଲେବର ଆପଣଙ୍କୁ ପସନ୍ଦ ତାହା ମଧ୍ୟ ଏଥିରେ ମିଶେଇ ପାରିବେ। କିନ୍ତୁ ଏଇଠି ଆପଣଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ହେବ। ଆପଣ ଯେତେବେଳେ କ୍ଷୀରରେ ଥଣ୍ଡା ପାନୀୟ ମିଶ୍ରଣ କରୁଛନ୍ତି ବହୁତ ଧୀରେ ଧୀରେ ଏହାକୁ କରିବାକୁ ହେବ।
କୋଲକାରାରେ ଜନ୍ମିତ ଓ ସେଠାରେ ଏକ କୋର୍ପୋରେଟ ହାଉସରେ କାମ କରୁଥିବା ଉତ୍ତମ କୁମାରଙ୍କ କହିବା କଥା ହେଲା, କିଛି ବର୍ଷ ପୂର୍ବରୁ ସେ ଏହି ପାନୀୟ ବିଷୟରେ ଶୁଣିଥିଲେ। ପ୍ରଥମ ପ୍ରଥମ ସେ ଏହାକୁ ବିଶ୍ୱାସ ମଧ୍ୟ କରି ନ ଥିଲେ। କିନ୍ତୁ ପରେ ସେ ଏହାର ମୋହରେ ପଡ଼ିଯାଇଥିବା କୁହନ୍ତି। ଏବେ ପରିସ୍ଥିତି ଏମିତି ହୋଇଯାଇଛି ଯେ ସେ ସପ୍ତାହରୁ ନିହାତି ଥରେ ସେଠାକୁ ଯିବା ନିଶ୍ଚିତ ହୋଇଯାଇଛି। ଯଦି କେବେ ସାଙ୍ଗସାଥି ଜୁଟିଯାଆନ୍ତି ଦୁଇ ଥର ମଧ୍ୟ ହୋଇଯାଏ ବୋଲି ଉତ୍ତମ କୁହନ୍ତି।
ବର୍ତ୍ତମାନ ‘ଦୁଧ୍ କୋଲା’ର ପ୍ରସ୍ତୁତିକୁ ନେଇ ଅନେକ ସୂଚନା ଉପଲବ୍ଧ ହେଉଛି। କିନ୍ତୁ ଜାଣିବାଶୁଣିବା ଲୋକେ କୁହନ୍ତି ଯେ ଅଧା ଗ୍ଲାସ ଥଣ୍ଡା କ୍ଷୀରରେ ବରଫ ପକେଇ ତାକୁ ଭଲଭାବେ ଗୋଳି ଦିଅନ୍ତୁ। ପରେ ଧୀରେ ଧୀରେ ଅଳ୍ପ ଅଳ୍ପ କରି ନିଜ ପସନ୍ଦର ଥଣ୍ଡା ପାନୀୟ ସେଥିରେ ମିଶ୍ରଣ କରନ୍ତୁ। ଏବେ ପ୍ରସ୍ତୁତ ହେଇଗଲା ଆପଣଙ୍କ ‘ଦୁଧ୍ କୋଲା’। ଏବେ ପିଅନ୍ତୁ ଓ ଢେର ସାରା ମଜ୍ଜା ନିଅନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)