/odishatv-khabar/media/post_attachments/uploadimage/library/16_9/16_9_0/success_1626510020.jpg)
success
୨୫ ବର୍ଷ ବୟସ ପର୍ଯ୍ୟନ୍ତ ଅନେକ ପିଲାଙ୍କର ଖରାପ ଅଭ୍ୟାସ ଦେଖାଦେଇଥାଏ । ଏହି ବୟସ ଆପଣଙ୍କର ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାର ବୟସ। ଯଦି ଏହି ଅଭ୍ୟାସ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଲାଗି ରହେ ତା ହାଲେ ଜୀବନରେ ସଫଳତା ହାସଲ କରିବା କ୍ଷେତ୍ରରେ ଅନେକ ବାଧା ଆଣିଥାଏ । ଆପଣ ଆଜି ହିଁ ସମୀକ୍ଷା କରନ୍ତୁ ଆପଣ କେଉଁ ରାସ୍ତାରେ ଅଛନ୍ତି । ଯଦି ଭୁଲ ରାସ୍ତାରେ ଅଛନ୍ତି ତେବେ ଆଜି ହିଁ ସେହି ରାସ୍ତାରୁ ଦୂରେଇ ଯାଆନ୍ତୁ ।
ଜାଣନ୍ତୁ ସାତଟି ସୂତ୍ର ଯାହା ଆପଣଙ୍କୁ ସଫଳତାର ପଥରେ ଅଗ୍ରସର କରିବ
୧. ନିଶାଦ୍ରବ୍ୟ ଛାଡ଼ନ୍ତୁ
ଯଦି ଆପଣ ଧୂମପାନ କରୁଥାନ୍ତି ବା ନିଶାଦ୍ରବ୍ୟ ସେବନ କରୁଛନ୍ତି, ତାହଲେ ଏହି ଅଭ୍ୟାସ ତୁରନ୍ତ ଛାଡନ୍ତୁ । ସବୁ ପ୍ରକାର ନିଶା ଆମ ଶରୀର ଓ ମନ ପାଇଁ କ୍ଷତିକାରକ ହୋଇଥାଏ । ଏହା ଆପଣଙ୍କ ସ୍ମରଣଶକ୍ତି ଓ ଚିନ୍ତାଶକ୍ତିକୁ ଦୁର୍ବଳ କରିବ।
ଦେଖାଯାଏ ଅଧିକାଂଶ ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ସିଗାରଟ୍ ଟାଣିଥାନ୍ତି । ସତକଥା ହେଉଛି ସିଗାରେଟ୍ରେ ଥିବା ନିକୋଟିନ୍ ଆପଣ ମନକୁ ସାମୟିକ ଭାବେ ହାଲୁକା କରିବ ସିନା ସବୁଦିନ ପାଇଁ ଆପଣ ପରାଜୟ ପଥରେ ଅଗ୍ରସର ହେବେ। କୌଣସି ପ୍ରକାର ନିଶା ଆପଣଙ୍କୁ ସମାଧାନର ପନ୍ଥା ଦେଖାଇବ ନାହିଁ । ବରଂ ଆପଣ ମାନସିକ ଭାବେ ଦୁର୍ବଳ ହୋଇଯିବେ।
୨.ଶୋଇବାସମୟଠିକ୍ରଖନ୍ତୁ, ଧ୍ୟାନ କରନ୍ତୁ
ଦେଖାଯାଏ ବହୁ ଲୋକଙ୍କର ଶୋଇବା ଓ ଶଯ୍ୟାତ୍ୟାଗ ସମୟ ଠିକ୍ ନଥାଏ । କେତେବେଳେ ଶୀଘ୍ର ଶୁଅନ୍ତି ତ କେତେବେଳେ ଡେରିରେ ଶୁଅନ୍ତି । ଏହି କାରଣ ଯୋଗୁ ଆମର ଶରୀର ଏକ ନିର୍ଦ୍ଦିଷ୍ଟ ଧାରାରେ ପଡ଼ି ନଥାଏ । ଏଥି ଯୋଗୁ କ୍ଲାନ୍ତ ଲାଗେ ଓ ଓଜନ ମଧ୍ୟ ବଢିଥାଏ । ଆଜିକାଲି ଡେରିରେ ଶୋଇବା ସମସ୍ତଙ୍କର ଏକ ଅଭ୍ୟାସ ହୋଇଗଲାଣି । ତେଣୁ ଅଭ୍ୟାସ ଭାଙ୍ଗି ରାତି ୧୧ ଟା ପୂର୍ବରୁ ଶୋଇବା ଏବଂ ଭୋର ୫ ଟା ପୂର୍ବରୁ ଶଯ୍ୟା ତ୍ୟାଗ କରନ୍ତୁ । ଶଯ୍ୟା ତ୍ୟାଗ କରିବା ପରେ ଧ୍ୟାନ କରନ୍ତୁ । ଅତି କମ୍ରେ ୫ ମିନିଟ୍ରୁ ଧ୍ୟାନ ଆରମ୍ଭ କରନ୍ତୁ । ଧିରେ ଧିରେ ଅଭ୍ୟାସ ବଢ଼ାଇ ଅଧ ଘଣ୍ଟା ପର୍ଯ୍ୟନ୍ତ କରନ୍ତୁ । ପ୍ରତି ଦିନ ଧ୍ୟାନ କରିବା ଦ୍ୱାରା ଆପଣଙ୍କ ଏକାଗ୍ରତା, ମାନସିକ ଶକ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସଫଳ ହେବାକୁ ଆପଣଙ୍କର ରାସ୍ତା ଖୋଲିଯିବ। ଆପଣ ଜାଣିପାରିବେ ଆପଣଙ୍କ ପାଇଁ କ’ଣ ଠିକ୍, ଆଉ କ’ଣ ଭୁଲ । ଧ୍ୟାନ କରିବା ସମୟ ଆପଣ ନିଜେ ମଧ୍ୟ ନିର୍ଦ୍ଧାରଣ କରିପାରବେ । କିନ୍ତୁ ଧ୍ୟାନର କୌଣସି ବିକଳ୍ପ ନାହିଁ । ଆପଣଙ୍କ ଗୋଟିଏ ସପ୍ତାହ ଧ୍ୟାନ କରି ପରିବର୍ତ୍ତନ ଅନୁଭବ କରିପାରିବେ ।/odishatv-khabar/media/post_attachments/wp-content/uploads/2018/06/exercise.jpg)
୩. ପ୍ରତିଦିନବ୍ୟାୟାମକରନ୍ତୁ
ସ୍ୱାସ୍ଥ୍ୟ ହିଁ ସମ୍ପଦ । ସୁସ୍ଥ ରହିବା ପାଇଁ ବ୍ୟାୟାମ କରନ୍ତୁ । ରୋଗଗ୍ରସ୍ତ ଓ କ୍ଲାନ୍ତ ଶରୀରକୁ ଧରି ଆପଣ ଏହି ପ୍ରତିଯୋଗିତାମୂଳକ ସମାଜରେ ତିଷ୍ଠି ରହିପାରିବେ ନାହିଁ । ତେଣୁ ସବୁବେଳେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରନ୍ତୁ । ୩୦ ବର୍ଷ ପରେ ଦେହର ମାଂସପେଶୀ ଦୁର୍ବଳ ହେବାକୁ ଲାଗିଥାଏ । ଏହି ବୟସରେ ବ୍ୟାୟାମ କରିବା ନିହାତି ଅବଶ୍ୟକ। ପ୍ରତିଦିନ କିଛି ନା କିଛି ବ୍ୟାୟାମ କରନ୍ତୁ । ସବୁଦିନ ଚାଲନ୍ତୁ, ସାଇକେଲ ଚଲାନ୍ତୁ, ସୁଇମିଙ୍ଗ୍ ଇତ୍ୟାଦି କରନ୍ତୁ । ସମୟ ମିଳିଲେ ଗୋଟିଏ ଦୁଇଟି ଯୋଗାସନ ଯଦି କରିପାରୁଛନ୍ତି ତା ହେଲେ ଆହୁରି ଭଲ ।
୪. ନିଜକୁଅନ୍ୟସହତୁଳନାକରନ୍ତୁନାହିଁ
ନିଜକୁ ଅନ୍ୟ ସହ ତୁଳନା କରିବା ସବୁଠୁ ବଡ଼ ମୁର୍ଖାମୀ । ତେଣୁ ଏହା କେବେ ବି କରନ୍ତୁ ନାହିଁ । ଆପଣ ଆପଣଙ୍କୁ ହିଁ ଭଲ ଭାବେ ଚିହ୍ନିଛନ୍ତି । ଆପଣ କ’ଣ କରିପାରିବେ ତାହା ଆପଣଙ୍କ ଅପେକ୍ଷା ଅଧିକ କେହି ଜାଣି ନାହାନ୍ତି । ତେଣୁ ଅନ୍ୟ ସହ ତୁଳନା କରି ନିଜକୁ ଦୁର୍ବଳ କରନ୍ତୁ ନାହିଁ । ବରଂ ଆପଣଙ୍କ ମାନସିକ ଦକ୍ଷତା ବଢ଼ାଇବାକୁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କୁ ଲକ୍ଷ୍ୟପଥରେ ପହଂଚାଇବ। /odishatv-khabar/media/post_attachments/wp-content/uploads/2018/06/yes-you-can.jpg)
୬. ଭୁଲରୁ ଶିଖନ୍ତୁ, ଉଚ୍ଚ ଚିନ୍ତା କରନ୍ତୁ
ନିଜକୁ କାହା ସହ ତୁଳନା ନ କରି ସବୁବେଳେ ଉଚ୍ଚ ଆଶା ରଖନ୍ତୁ । ଉଚ୍ଚ ଆଶା ରହିଲେ ଆପଣଙ୍କ ମସ୍ତିଷ୍କରେ ସକରାତ୍ମକ ଶକ୍ତି ପ୍ରବାହ ହେବ । ଆଉ ଏକ ବଡ଼ କଥା ହେଉଛି ସବୁବେଳେ ନିଜ ଭୁଲକୁ ମାନି ନିଅନ୍ତୁ । ନିଜ ଭୁଲରୁ ଶିଖନ୍ତୁ ଯେ ଦୋଷ କେଉଁଠି ରହିଛି ଓ ଏହାକୁ ସଠିକ ଭାବେ କାମରେ ପ୍ରୟୋଗ କରନ୍ତୁ ।
୫. କର୍ମ କରି ଚାଲନ୍ତୁ, ବିଫଳତା ସ୍ୱୀକାର କରନ୍ତୁ ନାହିଁ
କର୍ମ କରି ଚାଲନ୍ତୁ। କଠିନ ପରିଶ୍ରମ କରନ୍ତୁ । ବିଳମ୍ବ ହେଲେ ମଧ୍ୟ ସଫଳତା ମିଳିବ। ଯଦି ବିଫଳ ହେବେ ତଥାପି ଭାଂଗିପଡ଼ନ୍ତୁ ନାହିଁ । ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟ ଧରି ବିପଦର ସାମ୍ନା କରିପାରିଲେ ସଫଳତା ପଥରୁ ଆପଣଙ୍କୁ କେହି ବିଚ୍ୟୁତ କରିପାରିବେ ନାହିଁ । ଜାଣନ୍ତୁ ଜୀବନ ସଂଘର୍ଷମୟ । ବିନା ସଂଘର୍ଷରେ ଆପଣଙ୍କୁ କିଛି ବି ମିଳିବନି । ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ, ଦିନ ପରେ ରାତି, ରାତି ପରେ ଦିନ । ଅନ୍ଧାର ପରେ ଆଲୋକ, ଆଲୋକ ପରେ ଅନ୍ଧାର । ଠିକ୍ ସେମିତି ବିଫଳତା ପରେ ସଫଳତା ନିଶ୍ଚିତ । ତେଣୁ ଆଦୌ ଭାଙ୍ଗି ପଡ଼ନ୍ତୁ ନାହିଁ । ସବୁବେଳେ ଭାବନ୍ତୁ ସଫଳତା ଆପଣଙ୍କୁ ଅପେକ୍ଷା କରି ବସିଛି ।
୭. ସଞ୍ଚୟକରନ୍ତୁ
ବଦ ଖର୍ଚ୍ଚ କରିବା ବନ୍ଦ କରି ସହି ଅର୍ଥକୁ ସଞ୍ଚୟ କରିବା ଶିଖନ୍ତୁ । ମଣିଷ ଆର୍ଥିକ ସଂକଟରେ ଥିବା ବେଳେ ସବୁ ବେଳେ ମାନସିକ ଭାବେ ଦୁର୍ବଳ ହୋଇପଡ଼େ । ସଂଚୟ ଆପଣଙ୍କୁ ସେତିକି ବେଳେ ସାହାଯ୍ୟ କରିବ। ଏହା ଏକ ଭଲ ଅଭ୍ୟାସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)