Advertisment

Sindoor's Sacred Mystery: ମଙ୍ଗଳବାର ହନୁମାନଙ୍କ ପ୍ରତିମାରେ କାହିଁକି ଚଢାଯାଏ ସିନ୍ଦୂର?

ରାମ ଭକ୍ତ ହନୁମାନ ନିଜ ଭକ୍ତମାନଙ୍କ ସବୁ କଷ୍ଟ ଓ ସମସ୍ୟାକୁ ସହଜରେ ଦୂର କରିଥାନ୍ତି। ଏହା ବିଶ୍ଵାସ ରହିଛି ଯେ ଭଗବାନ ହନୁମାନ ଖୁବ୍ ଶୀଘ୍ର ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ତାଙ୍କ ପୂଜାପାଠରେ ସେପରି କିଛି ଆଡମ୍ବର କରିବାକୁ ପଡେନି।

ଅଦ୍ୟତନ ହୋଇଛି
sindoor

sindoor Photograph: (OTV)

Advertisment

ରାମ ଭକ୍ତ ହନୁମାନ ନିଜ ଭକ୍ତମାନଙ୍କ ସବୁ କଷ୍ଟ ଓ ସମସ୍ୟାକୁ ସହଜରେ ଦୂର କରିଥାନ୍ତି। ଏହା ବିଶ୍ଵାସ ରହିଛି ଯେ ଭଗବାନ ହନୁମାନ ଖୁବ୍ ଶୀଘ୍ର ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ତାଙ୍କ ପୂଜାପାଠରେ ସେପରି କିଛି ଆଡମ୍ବର କରିବାକୁ ପଡେନି।  କେବଳ ମଙ୍ଗଳବାର ହନୁମାନଙ୍କ ପୂଜା ପରେ ଅମୃତବାଣୀ ବା ଶ୍ରୀ ହନୁମାନ ଚାଳିଶା ପଢିଦେଲେ ହିଁ ବଜରଙ୍ଗବାଲି ପ୍ରିତ ହୋଇଯାଆନ୍ତି ଓ ଭକ୍ତମାନଙ୍କ ମନସ୍କାମନା ପୂରଣ କରନ୍ତି।

Advertisment

ଏମିତି ତ ହିନ୍ଦୁ ଧର୍ମରେ ସିନ୍ଦୁରର ବି ଏକ ମହତ୍ଵ ରହିଛି। ପ୍ରାୟ ଅନେକ ଦେବ-ଦେବୀଙ୍କୁ ସିନ୍ଦୁର ଲଗାଯାଇଥାଏ। ସେହିପରି କେଶରୀ ନନ୍ଦନ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରାଯାଏ। କିନ୍ତୁ ଏହା ପଛରେ ଥିବା ପ୍ରକୃତ ରହସ୍ୟ ଅନେକ ଲୋକେ ଜାଣନ୍ତି ନାହିଁ। ତେବେ ଆସନ୍ତୁ ରାମଚରତିମାନସ ଆଧାରରେ ମଙ୍ଗଳବାରକୁ ଶ୍ରୀହନୁମାନଙ୍କୁ କାହିଁକି ସିନ୍ଦୁର ଲଗାଯାଏ ଜାଣିନେବା।

ରାମଚରିତମାନସର କଥାବସ୍ତୁ ଅନୁସାରେ ୧୪ ବର୍ଷ ବନବାସ ଶେଷକରି ପ୍ରଭୁ ଶ୍ରୀରାମ ଯେତେବେଳେ ମାତା ସୀତା ଓ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ଫେରିଲେ, ହନୁମାନ ଗୋଟେ ଦିନ ମାତା ସୀତାଙ୍କ ମଥାରେ ସିନ୍ଦୁର ଲାଗିଥିବା ଦେଖିଲେ। ତାଙ୍କ ପାଇଁ ଏହା ଏକ ଅଦ୍ଭୁତ ଜିନିଷ ଥିଲା।  ତେଣୁ ସେ ମାତା ସୀତାଙ୍କୁ ଏହି ସିନ୍ଦୁରର ରହସ୍ୟ ବିଷୟରେ ପଚାରିଲେ। ମାତା ସୀତା ଉତ୍ତର ଦେବାକୁ ଯାଇ କହିଲେ ଯେ ସିନ୍ଦୁର ଲଗେଇବା ଦ୍ଵାରା ତାଙ୍କୁ ଶ୍ରୀରାମଙ୍କ ସ୍ନେହ ପ୍ରାପ୍ତ ହୁଏ ଏବଂ ତାଙ୍କ ଆୟୁ ମଧ୍ୟ ବଢେ। ଏହା ସହିତ ସିନ୍ଦୁର ମଧ୍ୟ ସୌଭାଗ୍ୟର ପ୍ରତୀକ। ଏହା ଶୁଣି ହନୁମାନ ସାରା ଦେହରେ ସିନ୍ଦୁର ବୋଳିହୋଗଲେ। ସେ ଭାବିଲେ ଯେ ଯଦି କେବଳ ମଥାରେ ସିନ୍ଦୁର ଲାଗିଲେ ଭଗବାନ ରାମଙ୍କ ସ୍ନେହ ମିଳେ ତେବେ ସାରା ଶରୀରରେ ସିନ୍ଦୁର ବୋଲି ହୋଇଗଲେ ରାମଙ୍କର ଢେରସାରା ପ୍ରେମ ମିଳିବ ଏବଂ ତାଙ୍କ ସ୍ଵାମୀ ରାମଙ୍କର ବି ଆୟୁ ବୃଦ୍ଧି ହେବ।

Advertisment

ଏମିତି କରି ହନୁମାନ ସେହି ଅବସ୍ଥାରେ ହିଁ ସଭାସ୍ଥଳକୁ ଚାଲିଲେ। ଶ୍ରୀରାମ ଯେତେବେଳେ ସିନ୍ଦୁର ବିଷୟରେ ତାଙ୍କୁ ପଚାରିଲେ ହନୁମାନ କହିଲେ ଯେ ସେ କେବଳ ଭଗବାନ ରାମଙ୍କ ସ୍ନେହ ପ୍ରାପ୍ତ ପାଇଁ ଏଭଳି କରିଛନ୍ତି। ଏଥିରେ ପ୍ରସନ୍ନ ହୋଇ ପ୍ରଭୁ ରାମ ତାଙ୍କୁ କୋଳେଇ ଧରିଲେ। ବାସ୍ ସେବେଠାରୁ ଶ୍ରୀହନୁମାନଙ୍କ କୃପା ପାଇବା ନେଇ ଭକ୍ତମାନେ ତାଙ୍କ ମୂର୍ତ୍ତିରେ ସିନ୍ଦୁର ଲଗାନ୍ତି। ଏହା ଦ୍ଵାରା ହନୁମାନଙ୍କ ତେଜ ବୃଦ୍ଧି ହେବା ସହ ଭକ୍ତମାନଙ୍କ ମଧ୍ୟରେ ଆସ୍ଥା ମଧ୍ୟ ପ୍ରକଟ ହୁଏ।

ତେବେ ମନେରଖନ୍ତୁ ଯଦି ଆପଣ ହନୁମାନଙ୍କ ପ୍ରତିମାରେ ସିନ୍ଦୁର ଲଗେଇବାକୁ ଯାଉଛନ୍ତି ତେବେ ତାଙ୍କ ପ୍ରତିମାକୁ ପ୍ରଥମେ ସ୍ନାନ କରାନ୍ତୁ। ଏହା ପରେ ସବୁ ପୂଜା ସାମଗ୍ରୀ ଅର୍ପଣ କରି ମନ୍ତ୍ର ଉଚ୍ଚାରଣ ସହ ଜସ୍ମନ୍ ତେଲରେ ସିନ୍ଦୁର ଗୋଳି ପ୍ରତିମା ଉପରେ ଅଳ୍ପ ଦେଶୀ ଘିଅ ଲଗାଇ ସିନ୍ଦୁରକୁ ବୋଳନ୍ତୁ।

Advertisment

ତେବେ ମଙ୍ଗଳବାରକୁ ହିଁ ଭଗବାନ ହନୁମାନଙ୍କ ଦେହରେ ସିନ୍ଦୁର ଚଢେଇଲେ ଭଲ ଫଳ ପ୍ରାପ୍ତହୁଏ ବୋଲି ବିଶ୍ଵାସ ରହିଛି। ଯଦି ଶନିଦଶା କଷ୍ଟରୁ ମୁକ୍ତ ହେବାକୁ ଥାଏ ଦେବେ ଶନିବାର ହିଁ ହନୁମାନଙ୍କ ପ୍ରତିମାରେ ସିନ୍ଦୁର ଚଢାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ