Advertisment

ଆପଣଙ୍କ ହାତରେ ଏହିସବୁ ଚିହ୍ନ ଅଛି କି? ତେବେ ଆପଣ ଭାଗ୍ୟଶାଳୀ

ହସ୍ତରେଖା କେବଳ ଯେ ଭାରତ ନୁହେଁ ବରଂ ସାରା ଦୁନିଆରେ ବହୁତ ଲୋକପ୍ରିୟ। ଲୋକ ବିଶ୍ୱାସ ରହିଛି ଯେ ମଣିଷର ହାତରେ ହିଁ ବହୁତ ରହସ୍ୟ ଲୁଚି ରହିଛି। ଯଦି ଆପଣଙ୍କ ପାଖରେ ହସ୍ତରେଖା ପଢିବାର ଦକ୍ଷତା ରହିଛି ତେବେ ଆପଣ ନିଜ ଜୀବନ ସହିତ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଲକ୍ଷଣ ବିଷୟରେ  ଜାଣି ପାରିବେ। ହସ୍ତରେଖା ଦ୍ୱାରା ନା ଯେ କେବଳ ମଣିଷର ଚରିତ୍ର ବା ସ୍ୱଭାବ ଜଣାଯାଏ ବରଂ ଭବିଷ୍ୟତକୁ ନେଇ ମଧ୍ୟ […]

ଆପଣଙ୍କ ହାତରେ ଏହିସବୁ ଚିହ୍ନ ଅଛି କି? ତେବେ ଆପଣ ଭାଗ୍ୟଶାଳୀ

1

Advertisment

ହସ୍ତରେଖା କେବଳ ଯେ ଭାରତ ନୁହେଁ ବରଂ ସାରା ଦୁନିଆରେ ବହୁତ ଲୋକପ୍ରିୟ। ଲୋକ ବିଶ୍ୱାସ ରହିଛି ଯେ ମଣିଷର ହାତରେ ହିଁ ବହୁତ ରହସ୍ୟ ଲୁଚି ରହିଛି। ଯଦି ଆପଣଙ୍କ ପାଖରେ ହସ୍ତରେଖା ପଢିବାର ଦକ୍ଷତା ରହିଛି ତେବେ ଆପଣ ନିଜ ଜୀବନ ସହିତ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଲକ୍ଷଣ ବିଷୟରେ  ଜାଣି ପାରିବେ। ହସ୍ତରେଖା ଦ୍ୱାରା ନା ଯେ କେବଳ ମଣିଷର ଚରିତ୍ର ବା ସ୍ୱଭାବ ଜଣାଯାଏ ବରଂ ଭବିଷ୍ୟତକୁ ନେଇ ମଧ୍ୟ ଅନେକ କଥା ଜଣାଯାଏ। ହସ୍ତରେଖା ଅନୁସାରେ ହାତରେ ଥିବା ଚିହ୍ନ ବା ରେଖାକୁ ଦେଖି ଅନେକ କଥାର ଅନୁମାନ ମଧ୍ୟ କରାଯାଇପାରେ।

Advertisment

publive-image

ଆପଣଙ୍କ ହାତରେ ଏମିତି ଅନେକ ଚିହ୍ନ ରହିଛି ଯାହାର ଅନେକ ବିଶିଷ୍ଠ ଅର୍ଥ ମଧ୍ୟ ରହିଛି। ତେବେ ନିଜ ହସ୍ତରେଖା ବିଷୟରେ ଜାଣିବା ପାଇଁ ଅନେକଙ୍କ ଆଗ୍ରହ ଥାଏ।  କିନ୍ତୁ ବେଳେ ବେଳେ ନିଜ ହସ୍ତରେଖାକୁ ନିଜେ ପଢିବା ସମ୍ଭବ ହୁଏ ନାହିଁ। ଯଦି ବି ଆପଣଙ୍କ ହାତରେ ଥିବା ସମସ୍ତ ସଂକେତକୁ ଆପଣ ଜାଣିପାରିଲେ ତେବେ ଆପଣ ନିଜ ବ୍ୟକ୍ତିତ୍ୱ ଏବଂ ନିଜ ଜୀବନ ସହ ଜଡ଼ିତ ଅନେକ କଥା ବିଷୟରେ ଅବଗତ ହୋଇଯିବେ। ତେବେ ଆସନ୍ତୁ ଜାଣିନେବା ହସ୍ତରେଖା ସହ ଜଡ଼ିତ ଅନେକ ରହସ୍ୟକୁ।

ମାଛ ସଂକେତ:

publive-image

ହସ୍ତରେଖା ଅନୁସାରେ, ହାତରେ ମାଛର ଚିହ୍ନ ଥିଲେ ବହୁତ ଶୁଭ ବୋଲି ଧରାଯାଏ।  ମାଛର ଚିହ୍ନକୁ ଖୁସୀ ଓ ସଫଳତାର ସଂକେତ ବୋଲି ବିଶ୍ୱାସ ରହିଛି। ହାତରେ ମାଛଭଳି ଚିହ୍ନ ଥିଲେ କେରିଅରରେ ସଫଳତା ପ୍ରାପ୍ତ ହୁଏ। ଏହା ସହିତ ବ୍ୟକ୍ତି ବ୍ୟବସାୟରେ ସଫଳତାର ଶୀର୍ଷତମ ସ୍ଥାନରେ ପହଞ୍ଚିଥାଏ। ଏଭଳି ଲୋକଙ୍କ ବୈବାହିକ ଜୀବନ ମଧ୍ୟ ବହୁତ ସୁଖଦାୟକ ହୋଇଥାଏ। ଏଭଳି ବ୍ୟକ୍ତି ମଧ୍ୟ ଅନ୍ୟପ୍ରତି ଉଦାରଭାବ ରଖିବା ସହିତ ପରୋପକାରୀ ମଧ୍ୟ ହୋଇଥାଏ।

Advertisment

ଧ୍ୱଜ ସଂକେତ:

publive-image

ହାତରେ ଯଦି ଧ୍ୱଜ ଚିହ୍ନ ଥାଏ ତେବେ ଏହା ମଧ୍ୟ ଶୁଭ ସଂକେତ ପ୍ରଦାନ କରେ। ହସ୍ତରେଖା ଅନୁସାରେ ଧ୍ୱଜ ଚିହ୍ନ ଶନି ସହ ଜଡ଼ିତ ବୋଲି କୁହାଯାଏ। ଏନେଇ ଏହାକୁ ପ୍ରସିଦ୍ଧି ଓ ଖୁସୀର ପ୍ରତୀକ ବୋଲି ଧରାଯାଏ। ତେଣୁ ଏହି ଚିହ୍ନ ଯଦି କୌଣସି ବ୍ୟକ୍ତିଙ୍କ ହାତରେ ଥାଏ ତେବେ ସେ ନିଶ୍ଚିତ ଜୀବନରେ ସଫଳତା ଓ ପ୍ରସିଦ୍ଧି ଅଭିମୁଖେ ଅଗ୍ରସର ହୋଇଥାଏ।

ସ୍ୱସ୍ତିକ ସଂକେତ:

publive-image

ଶାସ୍ତ୍ରାନୁସାରେ ହାତରେ ସ୍ୱସ୍ତିକ ଚିହ୍ନକୁ ଅତ୍ୟନ୍ତ ମଙ୍ଗଳକାରୀ ବୋଲି ଧରାଯାଏ। ଯେଉଁ ବ୍ୟକ୍ତିଙ୍କ ହାରେ ଏହି ସ୍ୱସ୍ତିକ ଚିହ୍ନ ଥାଏ ତେବେ ସେ ଅତ୍ୟନ୍ତ ଭାଗ୍ୟଶାଳୀ ହେବା ସହ ଜଣେ ସଫଳ ମଣିଷ ହୋଇଥାଏ। ଏଭଳି ବ୍ୟକ୍ତି ନିଜ ଲକ୍ଷସ୍ଥଳରେ ପହଞ୍ଚିବା ପାଇଁ ବହୁତ ପରିଶ୍ରମ କରନ୍ତି ଏବଂ ସଫଳତା ମଧ୍ୟ ପାଆନ୍ତି।  ସ୍ଵସ୍ତିକ ଚିହ୍ନ କେବଳ ଯେ ସଫଳତାର ସଂକେତ ଦିଏ ତାହା ନୁହେଁ ବରଂ ଏହା ମଧ୍ୟ ବ୍ୟକ୍ତିର ପ୍ରତିଭା ଓ ରଚନାତ୍ମକ ଦିଗ ପ୍ରତି ବି ସୂଚନା ଦିଏ। ଏଭଳି ବ୍ୟକ୍ତି ନିଜ କାମରେ ମଧ୍ୟ ବହୁତ ପ୍ରତିଭାଶାଳୀ ହୋଇଥାଏ।

Advertisment

ପଦ୍ମ ସଂକେତ:

publive-image

ସବୁ ଚିହ୍ନ ପରି ହାତରେ ପଦ୍ମ ଚିହ୍ନ ମଧ୍ୟ ଶୁଭ ସଂକେତ ବୋଲି ବିଶ୍ୱାସ ରହିଛି। ଶାସ୍ତ୍ରାନୁସାରେ, ପଦ୍ମକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ଧରାଯାଏ। ଏହି ସଂକେତ ସାରା ବିଶ୍ଵରେ ସୌଭାଗ୍ୟ ଓ ଧନର ପ୍ରତିନିଧିତ୍ଵ କରିଥାଏ। ଯଦି ଆପଣଙ୍କ ହାତରେ ପଦ୍ମ ଚିହ୍ନ ଅଛି ତେବେ ଆପଣ ଜୀବନରେ କେବେ ବି ନିର୍ଧନୀ ହେବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ