Advertisment

ପୂଜାସ୍ଥଳରେ ରଖନ୍ତୁ ଏହି 5ଟି ଜିନିଷ : କେବେବି ଅଭାବ ରହିବନି

ପ୍ରତ୍ୟେକ ହିନ୍ଦୁ ଘରେ କିଛି ଥାଉ କି ନ ଥାଉ ଛୋଟ ଠାକୁର ଘରଟେ ବା ମନ୍ଦିରଟିଏ ନିଶ୍ଚିତ ଥିବ। ଏହି ଯାଗାରେ ବସି ଆମର ସବୁ ଦୁଖ ଓ ଦୁର୍ଦ୍ଦଶାକୁ ଆମେ ଭୁଲିଯାଇଥାଉ। ଏହିଠାରୁ ହିଁ ପୂରା ଘରେ କୃପାର ବର୍ଷା ହୋଇଥାଏ। ପୂଜା ସ୍ଥଳରେ କିଛି ସ୍ୱତନ୍ତ୍ର ଜିନିଷ ରଖିଲେ ସର୍ବଦା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ସେଭଳି କିଛି ଜିନିଷ ବିଷୟରେ ଜାଣିନେବା। ମୟୂର […]

ପୂଜାସ୍ଥଳରେ ରଖନ୍ତୁ ଏହି 5ଟି ଜିନିଷ : କେବେବି ଅଭାବ ରହିବନି

Worship

Advertisment

ପ୍ରତ୍ୟେକ ହିନ୍ଦୁ ଘରେ କିଛି ଥାଉ କି ନ ଥାଉ ଛୋଟ ଠାକୁର ଘରଟେ ବା ମନ୍ଦିରଟିଏ ନିଶ୍ଚିତ ଥିବ। ଏହି ଯାଗାରେ ବସି ଆମର ସବୁ ଦୁଖ ଓ ଦୁର୍ଦ୍ଦଶାକୁ ଆମେ ଭୁଲିଯାଇଥାଉ। ଏହିଠାରୁ ହିଁ ପୂରା ଘରେ କୃପାର ବର୍ଷା ହୋଇଥାଏ। ପୂଜା ସ୍ଥଳରେ କିଛି ସ୍ୱତନ୍ତ୍ର ଜିନିଷ ରଖିଲେ ସର୍ବଦା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ସେଭଳି କିଛି ଜିନିଷ ବିଷୟରେ ଜାଣିନେବା।

Advertisment

ମୟୂର ପର:
publive-imageନିଜ ଘରର ପୂଜାସ୍ଥଳରେ ମୟୂର ପର ନିଶ୍ଚିତ ରଖନ୍ତୁ। ବିଶ୍ୱାସ ରହିଛି ଯେ ପୂଜାସ୍ଥଳରେ ମୟୂର ପର ରଖିଲେ ଘରେ ସର୍ବଦା ସକାରାତ୍ମକତା ରହିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୂର ପର ବହୁତ ପସନ୍ଦ। ତେଣୁ ଯେଉଁମାନେ ଘରେ ମୟୂର ପର ରଖନ୍ତି ସେମାନଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଦୃଷ୍ଟି ରହିଥାଏ। ଏହା ମଧ୍ୟ କୁହାଯାଏ ଯେ ଘରେ ମୟୂର ପର ରଖିଲେ ପୋକ-ଜୋକ ବା ଝିଟିପିଟି ପ୍ରବେଶ କରନ୍ତି ନାହିଁ।

ଗଙ୍ଗାଜଳ:
publive-imageହିନ୍ଦୁଧର୍ମରେ ଗଙ୍ଗାଜଳକୁ ପବିତ୍ର ବୋଲି ଧରାଯାଏ। ପ୍ରାୟ ସମସ୍ତଙ୍କ ପୂଜା ଘରେ ଗଙ୍ଗାଜଳ ରଖାଯାଏ। ଏହା ବିଶ୍ୱାସ ରହିଛି ଯେ ମନ୍ଦିରରେ ଗଙ୍ଗାଜଳ ରଖିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ହୋଇଥାଏ। ତେଣୁ ଘରେ ପୂଜାସ୍ଥଳରେ ଯଦି ଆପଣମାନେ କୌଣସି ଚାନ୍ଦି ବା ପିତଳ ପାତ୍ରରେ ଗଙ୍ଗାଜଳ ରଖୁଛନ୍ତି ତେବେ ଘରେ ସୁଖ-ଶାନ୍ତି ଖେଳିଯାଏ।

Advertisment

ଶଙ୍ଖ:
publive-imageଘରର ପୂଜାସ୍ଥଳରେ ଶଙ୍ଖ ରଖିବା ଜରୁରୀ। ଏହାଦ୍ୱାରା ଘରର ପରିବେଶ ସୁଦ୍ଧ ରହିବା ସହ ସର୍ବଦା ସକାରାତ୍ନକତା ଦେଖାଯାଏ ବୋଲି ବିଶ୍ୱାସ ରହିଛି। ଶଙ୍ଖ ଧ୍ୱନି ସୁଖ-ଶାନ୍ତି ପ୍ରଦାନ କରେ। ବିଶ୍ୱାସ ରହିଛି ଯେ ଦକ୍ଷିଣାବର୍ତ୍ତି ଶଙ୍ଖ ରଖିବା ଦ୍ୱାରା ଶୁଭ ପରିଣାମ ମିଳିଥାଏ।

ଶାଳଗ୍ରାମ:
publive-imageପୂଜାସ୍ଥଳରେ ଶାଳଗ୍ରାମ ରଖିବା ବହୁତ ଶୁଭ ବୋଲି ଧରାଯାଏ। ଶାଳଗ୍ରାମ ଭଗବାନ ବିଷ୍ଣୁଙ୍କ ରୂପ ବୋଲି ବିଶ୍ୱାସ ରହିଛି। ପୂଜାସ୍ଥଳରେ ଶାଳଗ୍ରାମ ରଖିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ମିଳେ ଏବଂ ଜୀବନରେ କେବେ ବି ଆର୍ଥିକ ସଂକଟ ଦେଖାଯାଏନି।

Advertisment

ଗୋମୂତ୍ର:
publive-imageହିନ୍ଦୁ ଧର୍ମ ଅନୁସାରେ ଗୋମୂତ୍ରକୁ ମଧ୍ୟ ପବିତ୍ର ବୋଲି ଧରାଯାଏ। ଏହା ବିଶ୍ୱାସ ରହିଛି ଯେ ଘରେ ଗୋମୂତ୍ର ରଖିଲେ ଘରର ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଦେବୀ ଦେବତାଙ୍କ ଆଶୀର୍ବାଦର ବର୍ଷା ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ