Advertisment

ହିନ୍ଦୁ ନୂଆବର୍ଷର ଭବିଷ୍ୟବାଣୀ: କରୋନା ବିଲୁପ୍ତ ହେବ

ହିନ୍ଦୁ ନୂଆବର୍ଷ ୧୩ ଏପ୍ରିଲ ୨୦୨୧ରେ ବିକ୍ରମ ସମ୍ବତ ୨୦୭୮ରେ ପାଳନ ହେବ। ନୂଆବର୍ଷର ପ୍ରବେଶରେ ନୂଆ ଉତ୍ସବ ବି ଆରମ୍ଭ ହେବ। ମୋଟ୍ ୬୦ଟି ସମ୍ବତ୍ସର ଥିବା ହିନ୍ଦୁ ଶାସ୍ତ୍ର କହିଛି। ହିନ୍ଦୁ ନବବର୍ଷ ୨୦୭୮ରେ ଏଥର ୯୦ ବର୍ଷ ପରେ ଏକ ଅଦ୍ଭୁତ ସଂଯୋଗ ସୃଷ୍ଟି ହେବାକୁଯାଉଛି। ତେବେ ଆସନ୍ତୁ ଜାଣିବା ଏହି ସଂଯୋଗ ଆମ ପାଇଁ ସୁଖକର ହେବ ନା ଦୁଖଦାୟକ ହେବ। ସମ୍ବତ୍ସର ଅର୍ଥ ୧୨ମାସର ଏକ ଅବଧି। ସୂର୍ଯ୍ୟ ସିଦ୍ଧାନ୍ତ […]

ହିନ୍ଦୁ ନୂଆବର୍ଷର ଭବିଷ୍ୟବାଣୀ: କରୋନା ବିଲୁପ୍ତ ହେବ

Religion

Advertisment

ହିନ୍ଦୁ ନୂଆବର୍ଷ ୧୩ ଏପ୍ରିଲ ୨୦୨୧ରେ ବିକ୍ରମ ସମ୍ବତ ୨୦୭୮ରେ ପାଳନ ହେବ। ନୂଆବର୍ଷର ପ୍ରବେଶରେ ନୂଆ ଉତ୍ସବ ବି ଆରମ୍ଭ ହେବ। ମୋଟ୍ ୬୦ଟି ସମ୍ବତ୍ସର ଥିବା ହିନ୍ଦୁ ଶାସ୍ତ୍ର କହିଛି। ହିନ୍ଦୁ ନବବର୍ଷ ୨୦୭୮ରେ ଏଥର ୯୦ ବର୍ଷ ପରେ ଏକ ଅଦ୍ଭୁତ ସଂଯୋଗ ସୃଷ୍ଟି ହେବାକୁଯାଉଛି। ତେବେ ଆସନ୍ତୁ ଜାଣିବା ଏହି ସଂଯୋଗ ଆମ ପାଇଁ ସୁଖକର ହେବ ନା ଦୁଖଦାୟକ ହେବ।

Advertisment

publive-imageସମ୍ବତ୍ସର ଅର୍ଥ ୧୨ମାସର ଏକ ଅବଧି। ସୂର୍ଯ୍ୟ ସିଦ୍ଧାନ୍ତ ଅନୁସାରେ, ସମ୍ବତ୍ସର ବୃହସ୍ପତି ଗ୍ରହର ଆଧାରରେ ନିର୍ଦ୍ଧାର କରାଯାଏ। ବୃହସ୍ପତି ପ୍ରତି ୧୨ ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମା କରିଥାଏ। ଏହି ୬୦ ସମ୍ବତ୍ସର ବା ୬୦ ବର୍ଷରେ ଏହାକୁ ତିନୋଟି ଅଂଶରେ ଭାଗ କରାଯାଇଥାଏ।

ସମ୍ବତ୍ସରର ପ୍ରଥମ ଅଂଶକୁ ଆମେ ବ୍ରହ୍ମାଙ୍କ ସହିତ ଯୋଡୁଥିବାବେଳେ ଦ୍ୱତୀୟ ଅଂଶକୁ ବିଷ୍ଣୁବିଂଶାତି ଏବଂ ଅନ୍ତିମ ଭାଗକୁ ଶିବବିଂଶତି କହୁ। ସମ୍ବତ୍ସର ବା ହିନ୍ଦୁ ବର୍ଷ, ପ୍ରତ୍ୟେକର ଭିନ୍ନ ଭିନ୍ନ ନାମ ହୋଇଥାଏ।

Advertisment

publive-imageଶାସ୍ତ୍ରାନୁସାରେ, ୨୦୭୮ ସମ୍ବତ୍ସରର ନାମ ଆନନ୍ଦ ହେବ। ଏହାର ପ୍ରଭାବରେ ଆପଣଙ୍କ ଜୀବନରେ ଆନନ୍ଦ ହିଁ ଆସିବ। ମହାମାରୀର ପ୍ରକୋପ କମିଯିବ। ଏହି ସମ୍ବତ୍ସରର ସ୍ୱାମୀ ଭଗ ଦେବତା। ତାଙ୍କର ଆଗମନରେ ଲୋକଙ୍କ ଭିତରେ ଆନନ୍ଦ ଖେଳିଯିବ। ଏପ୍ରିଲ ୧୩ ମଙ୍ଗଳବାର ଏବଂ ଏହି ଦିନଠାରୁ ପ୍ରତିପଦା ଆରମ୍ଭ ହେଉଥିବାରୁ ଏହି ସମ୍ବତ୍ସରର ରାଜା ମଙ୍ଗଳ ହେବ।

ନୂତନ ବିକ୍ରମ ସମ୍ବତ ୨୦୭୮ ବୃଷଭ ଲଗ୍ନ ଓ ରେବତୀ ନକ୍ଷତ୍ରରେ ଆରମ୍ଭ ହେବ। ଏଥର ଅମାବାସ୍ୟା ଓ ନବ ସମ୍ବତ୍ସର ଦିନ ସୂର୍ଯ୍ୟପୂଜା ଏବଂ ଚନ୍ଦ୍ର ପୂଜା ଉଭୟ ମୀନ ରାଶିରେ ଠିକ ଗୋଟିଏ ଅଂଶରେ ହିଁ ରହିବ। ଏହାର ଅର୍ଥ ମୀନ ରାଶିରେ ନବ ଚନ୍ଦ୍ର ଉଦଯ୍ୟ ହେବ।

Advertisment

ବୃଷଭ ରାଶିରେ ମଙ୍ଗଳ ଓ ରାହୁ ଉଭୟ ଉପସ୍ଥିତ ରହିବେ। ରାଜା, ମନ୍ତ୍ରୀ ଓ ବର୍ଷା ଏହି ତିନୋଟିର ଅଧିକାର ମଙ୍ଗଳ ପାଖରେ ରହିବ। ୨୦୭୮ ସମ୍ବତ ବର୍ଷ କହୁଛି ଯେ ଚଳିତ ବର୍ଷ ବହୁତ ଗରମ ହେବ। ବର୍ଷା ବହୁତ କମ ହେବ। ଏଥର ଧନର ଅଧିକାର ମଧ୍ୟ ବୃହସ୍ପତିଙ୍କ ପାଖରେ ରହୁଥିବାରୁ ସାରା ଦୁନିଆରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ।

publive-imageଜ୍ୟୋତିର୍ବିଦ କମଲ ଆନନ୍ଦଙ୍କ ମତରେ, ମଙ୍ଗଳ ହେଉଛି କ୍ରୁର ଗ୍ରହ ଓ ଯୁଦ୍ଧର ଦେବତା। ତେଣୁ ଏହି ସମ୍ବତ ବର୍ଷ ଦୁର୍ଘଟଣା, ନିରାଶ, ହିଂସା, ଭୂକମ୍ପ, ପୁଲିସ୍ ଓ ଏୟାରଫୋର୍ସ ବହୁତ ଅଧିକ ପ୍ରଭାବିତ ହେବ।  ଚଳିତ ବର୍ଷ ଘରପୋଡ଼ିର ସମ୍ଭାବନା ଅଧିକ ରହିବ। ଶଲ୍ୟ ଚିକିତ୍ସାରେ ଉନ୍ନତି ଆସିବ। ଦୁର୍ଘଟଣା ମାମଲା ବୃଦ୍ଧି ପାଇବ। ସାମାଜିକ ଓ ରାଜନୈତିକ ଅସ୍ଥିରତା ଦେଖାଯିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ମଦ୍ ବୃଦ୍ଧିପାଇବ। ଏହି ସମ୍ବତ ବର୍ଷରେ ଅଧିକ ଝଡ ତୋଫାନର ସମ୍ଭାବନା ରହିଥିବା ବେଳେ ବର୍ଷା ବହୁତ କମ ହେବ।

ଏହି ନିର୍ଣ୍ଣୟ ସିନ୍ଦୁ ଶାସ୍ତ୍ର ଅନୁସାରେ, ସମ୍ବତ ୨୦୭୮ ରାକ୍ଷସ ନାମରେ ଜଣାଯିବ। ପ୍ରମାଦି ସମ୍ବତ୍ସର ସମ୍ପୂର୍ଣ୍ଣ ବର୍ଷ ଅତିକ୍ରମ କରିବ ନାହିଁ। ଏନେଇ ୯୦ ବର୍ଷରେ ପଡୁଥିବା ସମ୍ବତ୍ସର ବା ପରବର୍ତ୍ତି ସମ୍ବତ୍ସର ବିଲୁପ୍ତ ହୋଇଯିବ। ଫଳରେ ରୋଗ, ଭୟ ଏବଂ ରାକ୍ଷସ ପ୍ରବୃତ୍ତି ବୃଦ୍ଧି ପାଇବ ଏବଂ ଲୋକଙ୍କ ମଧ୍ୟରେ ଅପରାଧ କ୍ଷମତା ବଢିଯିବ।

publive-imageତେବେ ୧୩ ଏପ୍ରିଲରେ ଆରମ୍ଭ ହେଉଥିବା ନବସମ୍ବତ୍ସରର ରାତି ୧୨ଟା ୩୨ରେ ମେଷ ରାଶିକୁ ଆସିଯିବ। ତେଣୁ ମେଷ ସଂକ୍ରାନ୍ତି ଆରମ୍ଭ ହେବ। ଏହାକୁ ଚଳିତ ବର୍ଷର ସବୁଠାରୁ ବଡ଼ ସଂକ୍ରାନ୍ତି ବୋଲି ଧରାଯିବ। ସମ୍ବତ୍ସର ପ୍ରତିପଦା ଓ ମେଷ ସଂକ୍ରାନ୍ତି ଏକ ଦିନରେ ହିଁ ପଡୁଛି। ଏହି ସଂଯୋଗ ୯୦ ବର୍ଷ ପରେ ସୃଷ୍ଟିହୋଇଛି। ଏନେଇ ଚଳିତ ବର୍ଷ ହସ ଉଲ୍ଲାସରେ ଅତିବାହିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ