Advertisment

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’ | Paneer Pulao Recipe in Odia

ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ‘ ପନୀର୍ ପଲାଉ’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ। How to Make Paneer Pulao Recipe ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ,  ଛୋଟ ଛୋଟ ଖଣ୍ଡ ପନିର୍‌ ଏକ କପ୍, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ। ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ।  ଏହାପରେ […]

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’ | Paneer Pulao Recipe in Odia

paneer pulao in odia

Advertisment

ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ‘ ପନୀର୍ ପଲାଉ’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ।

Advertisment

How to Make Paneer Pulao Recipe

ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ,  ଛୋଟ ଛୋଟ ଖଣ୍ଡ ପନିର୍‌ ଏକ କପ୍, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ।

[caption id="attachment_111030" align="alignnone" width="623"]Paneer Pulao Recipe Paneer Pulao Recipe[/caption]

Advertisment

ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ।  ଏହାପରେ ଏହାକୁ ଛାଣି ଦିଅନ୍ତୁ।  ଏବେ କଡ଼େଇରେ ଦୁଇ ଚାମଚ ଘିଅ ଗରମ କରି ସେଥିରେ  ଡାଳଚିନି, ଲବଙ୍ଗ ଓ ଗୁଜୁରାତି ସହ କଟା ପିଆଜକୁ ପକାଇ ଭାଜନ୍ତୁ। ପରେ ସେଥିରେ ଅଦା ଓ ରସୁଣ ବଟା ଓ ଟମାଟୋ ପେଷ୍ଟ ପକାଇ କଷନ୍ତୁ।

ଆହୁରି ପଢ଼ନ୍ତୁ:How to Prepare Mati Handi Posta Chicken

ମସଲାରୁ ବାସ୍ନା ଆସିଲେ ସେଥିରେ ପନୀର୍‌ ଏବଂ ଗରମ ମସଲା ପାଉଡର୍‌ ପକାନ୍ତୁ। ଏବେ କାଜୁ ବଟା ,ଏକ କପ୍ ପାଣି ଓ ଲୁଣ ସେଥିରେ ମିଶାନ୍ତୁ। ହାଲୁକା ଆଞ୍ଚରେ ଅଳ୍ପ ସମୟ ବସାଇ ମସଲାକୁ ଟିକେ ବହଳିଆ ରଖନ୍ତୁ। ପଲାଉ କରିବା ପାଇଁ ବଳକା ଘିଅ ଆଉ ଏକ ପାତ୍ରରେ ଗରମ କରି ସେଥିରେ ବଳକା ଥିବା ପିଆଜ ଭାଜନ୍ତୁ।

Advertisment

ଏଥର ଚାରି କପ୍‌ ପାଣି ଓ ଅଳ୍ପ ଟିକେ ଲୁଣ ପକାଇ ଗୋଳାନ୍ତୁ। ସେଥିରେ ପୂର୍ବରୁ ଛାଣି କରି ରଖିଥିବା ଚାଉଳ ପକାନ୍ତୁ। ଏହା ଅଧା ସିଝି ଗଲା ପରେ ପୂର୍ବରୁ ପ୍ରସ୍ତୁତ ଥିବା ପନୀର୍‌ ମସଲା ଭଲ କରି ଗୋଳାଇ ହାଲକା ଆଞ୍ଚରେ ଅଳ୍ପ ସମୟ ବସାନ୍ତୁ। ବାସ୍ନା ଆସିଲେ ଗ୍ୟାସରୁ ଓହ୍ଲାଇ କାଢି ଆଣି ପରଷନ୍ତୁ ସ୍ୱାଦିଷ୍ଟ ‘ପନୀର୍‌ ପଲାଉ’।

Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ