Advertisment

ଏମିତି ପ୍ରସ୍ତୁତ କରନ୍ତୁ ‘ମଶରୁମ୍ ପନିର୍‌ ପଲାଉ’ | Mushroom Paneer Pulao

How to Make Mushroom Paneer Pulao ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ବଟମ୍‌ ମଶରୁମ, ଛୋଟ ଛୋଟ ଖଣ୍ଡ ପନିର୍‌, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ। ଏବେ କଡ଼େଇରେ ଦୁଇ ଚାମଚ […]

author-image
Sangita Sahu
ଏମିତି ପ୍ରସ୍ତୁତ କରନ୍ତୁ ‘ମଶରୁମ୍ ପନିର୍‌ ପଲାଉ’ | Mushroom Paneer Pulao

Mushroom Paneer Pulao in Odia

How to Make Mushroom Paneer Pulao

ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ବଟମ୍‌ ମଶରୁମ, ଛୋଟ ଛୋଟ ଖଣ୍ଡ ପନିର୍‌, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ। ଏବେ କଡ଼େଇରେ ଦୁଇ ଚାମଚ ଘିଅ ଗରମ କରି ସେଥିରେ ସେଥିରେ ଡାଳଚିନି, ଲବଙ୍ଗ ଓ ଗୁଜୁରାତି ସହ କଟା ପିଆଜକୁ ପକାଇ ଭାଜନ୍ତୁ । ପରେ ସେଥିରେ ଅଦା ଓ ରସୁଣ ବଟା ଓ ଟମାଟୋ ପେଷ୍ଟ ପକାଇ କଷନ୍ତୁ ।

ମସଲାରୁ ବାସ୍ନା ଆସିଲେ ସେଥିରେ ମଶରୁମ୍, ପନିର୍‌ ଏବଂ ଗରମ ମସଲା ପାଉଡର୍‌ ପକାନ୍ତୁ। ଏବେ କାଜୁ ବଟା ,ଏକ କପ୍ ପାଣି ଓ ଲୁଣ ସେଥିରେ ମିଶାନ୍ତୁ। ହାଲୁକା ଆଂଚରେ ଅଳ୍ପ ସମୟ ବସାଇ ମସଲାକୁ ଟିକେ ବହଳିଆ ରଖନ୍ତୁ। ପଲାଉ କରିବା ପାଇଁ ବଳକା ଘିଅ ଆଉ ଏକ ପାତ୍ରରେ ଗରମ କରି ସେଥିରେ ବଳକା ଥିବା ପିଆଜ ଭାଜନ୍ତୁ। ଏଥର ଚାରି କପ୍‌ ପାଣି ଓ ଅଳ୍ପ ଟିକେ ଲୁଣ ପକାଇ ଗୋଳାନ୍ତୁ।

Advertisment

ଏବେ ଆଉ ଏକ ବଡ କଡ଼େଇ ନେଇ ଭାତ ଏବଂ ଆଗରୁ ପ୍ରସ୍ତୁତ ଥିବା ପନିର୍‌ ଓ ମଶ୍‌ରୁମ୍‌ ମସଲା ଭଲ କରି ଗୋଳାଇ ହାଲୁକା ଆଂଚରେ ଅଳ୍ପ ସମୟ ବସାନ୍ତୁ। ବାସ୍ନା ଆସିଲେ ଗ୍ୟାସରୁ ଓହ୍ଲାଇ କାଢି ଆଣି ପରଷନ୍ତୁ ସ୍ୱାଦିଷ୍ଟ ‘ମଶ୍‌ରୁମ୍‌ ପନିର୍‌ ପଲାଉ’।

Odia Food Recipes
Advertisment
Advertisment