/odishatv-khabar/media/post_attachments/uploadimage/library/16_9/16_9_0/News-18-5_1626259804.jpg)
ଦେଶ ବର୍ତ୍ତମାନ କରୋନା ମହାମାରୀର ଦ୍ଵିତୀୟ ଲହର ସହିତ ସଂଘର୍ଷ କରୁଛି। ଏହି ସମୟରେ ତୃତୀୟ ଲହର ସମ୍ଭାବନା ମଧ୍ୟ ସାମ୍ନାକୁ ଆସିଛି। ଏପରି ପରିସ୍ଥିତିରେ, ଟିକାକରଣ ବ୍ୟତୀତ ଲୋକମାନେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ ସୁସ୍ଥ ରହିବା ପାଇଁ ଅନେକ ଉପାୟ ଅବଲମ୍ବନ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଘରେ ଏପରି ଉଦ୍ଭିଦ ଲଗାଇବା, ଯାହା ଅମ୍ଳଜାନ ଯୋଗାଇଥାଏ। ତେବେ କୋଭିଡ-୧୯ ରୋଗୀଙ୍କ ମଧ୍ୟରେ ସବୁଠାରୁ ଗୁରୁତର ସମସ୍ୟା ହେଉଛି ଶରୀରରେ ଅମ୍ଳଜାନର ଅଭାବ। ଏଭଳି ପରିସ୍ଥିତିରେ ଅନେକ ବିଶେଷଜ୍ଞ ଏହିପରି ଇନଡୋର ପ୍ଲାଣ୍ଟ ବିଷୟରେ କହୁଛନ୍ତି।
[caption id="attachment_269847" align="alignnone" width="750"]
Source : Healthline[/caption]
ଅନେକ ପ୍ରକାରର ପ୍ରଦୂଷଣ, ଧୂଳି, ଏପରିକି ଘର ଭିତରେ ଥିବା ଭଲ ପେଣ୍ଟିଂ ମଧ୍ୟ ବାୟୁର ଗୁଣ ଉପରେ ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତିରେ ଘର ଭିତରେ ଏପରି ଉଦ୍ଭିଦ ଲଗାଇବା ଏକ ଭଲ ବିକଳ୍ପ, ଯାହା ବାୟୁ ବିଶୋଧନକାରୀ ପରି କାମକରେ ଏବଂ ଅମ୍ଳଜାନ ସ୍ତର ବଜାୟ ରଖେ। ବୈଜ୍ଞାନିକଙ୍କ କହିବା କଥା ଅନେକ ଉଦ୍ଭିଦ ଅଛି ଯାହା ଘରେ ଲଗାଇଲେ ବାୟୁରେ ଥିବା କ୍ଷତିକାରକ ଉପାଦାନଗୁଡ଼ିକରୁ ରକ୍ଷା ମିଳିଥାଏ।
ଏହିପରି ଉଦ୍ଭିଦକୁ ଅମ୍ଳଜାନ କାରଖାନା ମଧ୍ୟ କୁହାଯାଇପାରେ। ବାୟୁକୁ ଶୁଦ୍ଧକରିବା ସହିତ ମାନସିକ ଚାପ ହ୍ରାସକରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। କରୋନା ସମୟରେ ଏହି ଉଦ୍ଭିଦଗୁଡିକ ସର୍ବୋତ୍ତମ କାର୍ଯ୍ୟ କରିପାରିବେ।
[caption id="attachment_269848" align="alignnone" width="750"]
Source : The Indian Express[/caption]
ଆମେ ମନେରଖିବା ଉଚିତ୍ ଯେ ଉଦ୍ଭିଦ ବାଛିବାବେଳେ ଶୀଘ୍ର ବଢୁଥିବା ଉଦ୍ଭିଦଗୁଡିକୁ ନିଅନ୍ତୁ। ଏହି ଉଦ୍ଭିଦଗୁଡିକ ଅଧିକରୁ ଅଧିକ କାର୍ବନ ଡାଇଅକ୍ସାଇଡ୍ ଗ୍ରହଣ କରିଥାନ୍ତି, ଅର୍ଥାତ୍ ସେମାନେ ଅଧିକ ଅମ୍ଳଜାନ ପ୍ରଦାନ କରିଥାନ୍ତି। କିନ୍ତୁ ଏହିସବୁ ଉଦ୍ଭିଦଗୁଡ଼ିକୁ ପାଣିପାଗ ଅନୁଯାୟୀ ଚୟନ କରାଯିବା ଉଚିତ। ଏହା ବ୍ୟତୀତ ବିଶେଷ ଧ୍ୟାନ ଦେବା ଜରୁରୀ ଯେ ଉଦ୍ଭିଦଗୁଡିକରେ ଯେପରି କୌଣସି ରୋଗ କିମ୍ବା ଫଙ୍ଗଲ୍ ସଂକ୍ରମଣ ନ ଥାଏ। କରୋନା କାଳରେ, ବ୍ଲାକ୍ଫଙ୍ଗସ୍ ଭଳି ରୋଗ ଶୀଘ୍ର ବ୍ୟାପିଥାଏ, ଏପରି ପରିସ୍ଥିତିରେ ସୁସ୍ଥ ଉଦ୍ଭିଦ ବାଛିବା ଉଚିତ।
[caption id="attachment_269849" align="alignnone" width="750"]
Source : IndiaMART[/caption]
ରବର ପ୍ଲାଣ୍ଟ ଲଗାଇ ପାରିବେ, ଯାହାକୁ ଫାଇକସ୍ ରୋବଷ୍ଟା ମଧ୍ୟ କୁହାଯାଏ। ଯଦି ଘରେ କୌଣସି ଖୋଲା ସ୍ଥାନ ନାହିଁ କିମ୍ବା ଯଦି ଆପଣ ଏହାକୁ ନିଜ କ୍ୟୁବିକଲ ଅଫିସରେ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ଏକ ରବର ପ୍ଲାଣ୍ଟ ଲଗାଇ ପାରିବେ। ଏହି ଉଦ୍ଭିଦ, ଯାହା ଦେଖିବା ପାଇଁ ବହୁତ ସୁନ୍ଦର ଏବଂ କମ୍ ସ୍ଥାନ ଦଖଲ କରିବା ସହିତ କମ୍ ରକ୍ଷଣାବେକ୍ଷଣରେ ଅଧିକ ଲାଭଦାୟକ ହୋଇଥାଏ।
[caption id="attachment_269850" align="alignnone" width="750"]
Source : Pinterest[/caption]
ଆଲୋଭେରା ବି ଏକ ଉତ୍କୃଷ୍ଟ ଇନଡୋର ଉଦ୍ଭିଦ ଯାହା ବଢିବା ପାଇଁ ଅଧିକ ସୂର୍ଯ୍ୟ କିରଣ ଆବଶ୍ୟକ କରେ ନାହିଁ । ଏହାର ଔଷଧୀୟ ଗୁଣ ବ୍ୟତୀତ ବାୟୁକୁ ଶୁଦ୍ଧକରିବାର କ୍ଷମତା ମଧ୍ୟ ଅଛି। ଏହା ଫର୍ମାଲଡିହାଇଡ୍, ଅର୍ଥାତ୍ ମିଥେନେଲ୍ ଓ ବେଂଜୀନ ଭଳି ବାୟୁ ଅଶୁଦ୍ଧତାକୁ ଦୂର କରିଥାଏ। ଏହା କାର୍ବନ ମନୋକ୍ସାଇଡ୍ ପରି ଅତ୍ୟଧିକ ବିଷାକ୍ତ ଉପାଦାନକୁ ବାହାରକରି ବାୟୁକୁ ଶୁଦ୍ଧ କରିଥାଏ।
[caption id="attachment_269851" align="alignnone" width="750"]
Source : Patrika[/caption]
ତୁଳସୀର ଔଷଧୀୟ ଗୁଣ ସମସ୍ତେ ଜାଣନ୍ତି। କିନ୍ତୁ ତୁଳସୀ ମଧ୍ୟ ପରିବେଶକୁ ଶୁଦ୍ଧ ରଖିବା କାର୍ଯ୍ୟକରେ। ଘର ଭିତରେ ଟିକିଏ ଖରା ପଡୁଥିବା ସ୍ଥାନରେ ତୁଳସୀ ଲଗାଯାଇପାରେ। ଏହା ମଧ୍ୟ ପ୍ରତି ୨ ରୁ ୩ ଦିନରେ ଜଳ ଆବଶ୍ୟକ କରେ, ତେଣୁ ଏହାକୁ ଏକ ବାଲକୋନୀ କିମ୍ବା ଅପେକ୍ଷାକୃତ ଖୋଲା ସ୍ଥାନରେ ଲଗାନ୍ତୁ। ତୁଳସୀ ଦିନକୁ ପ୍ରାୟ ୨୦ ଘଣ୍ଟା ପାଇଁ ଅମ୍ଳଜାନ ଦେଇଥାଏ, ଏହା ସହିତ ବାୟୁରେ ଥିବା ବିଷାକ୍ତ ଉପାଦାନ ଯେପରିକି କାର୍ବନ ଡାଇଅକ୍ସାଇଡ୍ ଓ ସଲଫର୍ ଡାଇଅକ୍ସାଇଡ୍ ଗ୍ରହଣ କରିଥାଏ।
[caption id="attachment_269852" align="alignnone" width="750"]
Source : HGTV[/caption]
ସ୍ପାଇଡର ପ୍ଲାଣ୍ଟ ପ୍ରାୟ ଯତ୍ନର ଆବଶ୍ୟକ କରେ ନାହିଁ ଏବଂ ଏହା ଅତ୍ୟନ୍ତ ଲାଭଦାୟକ ଅଟେ। ଏହାର ବାୟୁରେ ଥିବା ଅଶୁଦ୍ଧତାକୁ ଦୂରକରିବାର କ୍ଷମତା ଅଛି। ଏହା ଜାଇଲିନ୍, ବେଂଜୀନ, ଫର୍ମାଲଡିହାଇଡ୍ ଓ କାର୍ବନ ମନୋକ୍ସାଇଡ୍ ପରି ବିଷାକ୍ତ ଉପାଦାନଗୁଡ଼ିକୁ ଫିଲ୍ଟର୍ କରିଥାଏ ଏବଂ ଆପଣଙ୍କ ଚାରିପାଖରେ ଏକ ପ୍ରତିରକ୍ଷା ଢାଲ ସୃଷ୍ଟିକରିଥାଏ। ଏହା ଦେଖିବାକୁ ମଧ୍ୟ ବହୁତ ସୁନ୍ଦର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)