2
ଅନେକ ସ୍ୱତନ୍ତ୍ର ଦିନରେ ଘରେ ପ୍ରାୟ ପୁରି ତିଆରି କରାଯାଏ। ଏହାର କାରଣ ହେଉଛି ଯେ ଏହାର ଭିନ୍ନ ସ୍ୱାଦ ହେତୁ ସମସ୍ତେ ଏହାକୁ ପସନ୍ଦ କରନ୍ତି। ଅନ୍ୟପଟେ, ଯଦି ଆମେ ମିଠା ପୁରି ବିଷୟରେ କଥା ହେବା, ତେବେ ଏହା ଶୁଣି ପାଟିରୁ ନିଶ୍ଚିତ ଲାଳ ବାହାରି ଆସିବଣି। ଆପଣ ନିଶ୍ଚୟ ଅନେକ ପ୍ରକାରର ପୁରି ଖାଇଥିବେ, କିନ୍ତୁ ମିଠା ପୁରିର ସ୍ୱାଦ ପ୍ରାୟ ଚାଖି ନ ଥିବେ। ତେଣୁ ଏହା ଶୁଣିବା କ୍ଷଣି ନିଶ୍ଚିତ ଆପଣଙ୍କ ମନରେ ଖାଇବା ନେଇ ଆଗ୍ରହ ଆସିବଣି। ଏଥର ନିଶ୍ଚିତ ଭାବରେ ଏହାକୁ ତିଆରି କରିବାକୁ ଚେଷ୍ଟା କରନ୍ତୁ। ଘରର ବୁଢା ହୁଅନ୍ତୁ କି ପିଲା ହୁଅନ୍ତୁ, ସମସ୍ତେ ମିଠା ପୁରି ପସନ୍ଦ କରିବେ। ତେଣୁ ଆପଣଙ୍କ ପ୍ରିୟ ଲୋକଙ୍କ ପାଇଁ ତୁରନ୍ତ ଏହି ସ୍ୱତନ୍ତ୍ର ପୁରି ପ୍ରସ୍ତୁତ କରନ୍ତ। ତେବେ ଆସନ୍ତୁ ଜାଣିନେବା ମିଠା ପୁରି ତିଆରି କରିବାର ରେସିପି-
ମିଠା ପୁରି ତିଆରି ପାଇଁ ଉପାଦାନ-
/odishatv-khabar/media/post_attachments/wp-content/uploads/2021/06/1-35.jpg)
- ମଇଦା – ୨ କପ୍
- କ୍ଷୀର – ୩/୪ କପ୍
- ଘିଅ – ୧ ଚାମଚ
- ଚିନି ପାଉଡର – ୧/୪ କପ୍
- ଘିଅ – ଛାଣିବା ପାଇଁ
- ଶୁଖିଲା ପେଶା ନଡ଼ିଆ ୫୦ ଗ୍ରାମ
- ୫ଟି ପେଶା ଗୁଜୁରାତି
କିପରି ତିଆରି କରିବେ ମିଠା ପୁରି-
/odishatv-khabar/media/post_attachments/wp-content/uploads/2021/06/Untitled-1-41.jpg)
ମଇଦାରେ ଚିନି ପାଉଡର, ନଡିଆ, ଗୁଜୁରାତି ଏବଂ ଘିଅ ପକେଇ ଭଲ ଭାବରେ ମିଶାନ୍ତୁ୍। ଏହା ପରେ କ୍ଷୀରରେ ଚିନି ମିଶାନ୍ତୁ ଏବଂ ଏହି ମଇଦାକୁ ଭଲ ଭାବରେ ଦଳନ୍ତୁ। ଏହା ପରେ, ଦଳା ହୋଇଥିବା ମଇଦାକୁ କିଛି ସମୟ ପାଇଁ ଘୋଡାଇ ରଖନ୍ତୁ। ମଇଦାକୁ ବାହାର କରି ଏକ ବଡ ବଲ ତିଆରି କରନ୍ତୁ ଓ ଏହାକୁ ବେଲନ୍ତୁ। ତା’ପରେ ଏକ ଛୋଟ ଗ୍ଲାସ କିମ୍ବା କୌଣସି ପାତ୍ର ସାହାଯ୍ୟରେ ଗୋଲ ଗୋଲ କରି କାଟନ୍ତୁ। ଏହାକୁ ନ କାଟି ଗୋଟିଏ ଗୋଟିଏ ବେଲି ମଧ୍ୟ ତିଆରି କରିପାରିବେ। ଏବେ ଏକ କଡେଇରେ ଘିଅକୁ ଗରମ କରି ସେଥିରେ ବେଲା ହୋଇଥିବା ପୁରି ପକାନ୍ତୁ। ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ପୁରିକୁ ଛାଣନ୍ତୁ। ଏହା ପରେ ଏହାକୁ ଏକ ଥାଳିରେ ବାହାର କରି ରଖନ୍ତୁ। ବର୍ତ୍ତମାନ ଆପଣଙ୍କ ସ୍ୱାଦିଷ୍ଟ ମିଠା ପୁରି ପ୍ରସ୍ତୁତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/2-31_1625224318.jpg)