Advertisment

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

କରୋନା ଯୋଗୁ ଏଥର ସ୍ୱାଧିନତା ଦିବସ ୨୦୨୦କୁ ଦେଶବାସୀ ଘରେ ରହି ପାଳନ କରିବେ। ଭାଇରସ ଯୋଗୁ ସ୍ୱାଧନତା ଦିବସର ରଙ୍ଗ ଟିକେ ଫିକା ପଡ଼ିଯିବ। ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ସାମାଜିକ ଦୂରତାକୁ ମାନି ଘରେ ରହିବେ। ଏଭଳି ପରସ୍ଥିତିରେ ଆପଣମାନେ ଘରେ ରହି ପିଲାମାନଙ୍କ ପାଇଁ ତ୍ରିରଙ୍ଗା ହାଲୱା ରେସିପି ପ୍ରସ୍ତୁତ କରନ୍ତୁ। ତା’ ସହିତ ସ୍ୱାଧିନତା ଦିବସକୁ ଘରେ ରହି ମଧ୍ୟ ଉପଭୋଗ କରନ୍ତୁ। ଏହି ରେସପିଟି ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ ଓ […]

ଅଦ୍ୟତନ ହୋଇଛି
ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

halua

Advertisment

କରୋନା ଯୋଗୁ ଏଥର ସ୍ୱାଧିନତା ଦିବସ ୨୦୨୦କୁ ଦେଶବାସୀ ଘରେ ରହି ପାଳନ କରିବେ। ଭାଇରସ ଯୋଗୁ ସ୍ୱାଧନତା ଦିବସର ରଙ୍ଗ ଟିକେ ଫିକା ପଡ଼ିଯିବ। ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ସାମାଜିକ ଦୂରତାକୁ ମାନି ଘରେ ରହିବେ। ଏଭଳି ପରସ୍ଥିତିରେ ଆପଣମାନେ ଘରେ ରହି ପିଲାମାନଙ୍କ ପାଇଁ ତ୍ରିରଙ୍ଗା ହାଲୱା ରେସିପି ପ୍ରସ୍ତୁତ କରନ୍ତୁ। ତା’ ସହିତ ସ୍ୱାଧିନତା ଦିବସକୁ ଘରେ ରହି ମଧ୍ୟ ଉପଭୋଗ କରନ୍ତୁ। ଏହି ରେସପିଟି ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ ଓ ତିଆରି କରିବା ମଧ୍ୟ ସହଜ ଅଟେ। ଅନେକ ଲୋକ ମିଠା ହାଲୱା ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ତ୍ରିରଙ୍ଗା ହାଲୱାର ସ୍ୱାଦ ଟିକେ ଅଲଗା। ତେବେ ଆସନ୍ତୁ ଜାଣିବା ଏହି ତ୍ରିରଙ୍ଗା ହାଲୱା ବିଷୟରେ।

Advertisment

Tiranga Halwa Recipe - How to make Tiranga Halwa

ତ୍ରିରଙ୍ଗା ହାଲୱା ପ୍ରସ୍ତୁତ କରିବାର  ସାମଗ୍ରୀ-

-୩ ରୁ ୪ ଚାମଚ କ୍ଷୀର।

-୩ ଚାମଚ ଦେଶୀ ଘିଅ।

-୬କପ୍‌ ସୁଜି।

-୩ ଚାମଚ ଚିନି।

-ଏକ ଚାମଚ ଖସଖସ ସିରପ୍।

-ଗୋଟେ ଚାମଚ କମଳା ସ୍କ୍ୱାସ୍।

- ଗୋଟେ ଚାମଚ ଭାନିଲା ।

-ଏକ ପାତ୍ରରେ ଡ୍ରାଏ ଫୁଡ୍‌(ଗାର୍ନିସ୍ ପାଇଁ)।

ତ୍ରିରଙ୍ଗା  ହାଲୱା ପ୍ରସ୍ତୁତ କରିବାର ପ୍ରକ୍ରିୟା-

ପ୍ରଥମେ ଏକ ପ୍ୟାନରେ ଘିଅକୁ ପକାଇ ଗରମ କରନ୍ତୁ। ସେଥିରେ କିଛି ସୁଜି ପକାଇ ଏହାକୁ ଗୋଲ୍‌ଡେନ୍‌ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ସେଥିରେ କିଛି କ୍ଷୀର ପକାଇ ଭଲଭାବେ ଗୋଳାନ୍ତୁ। ଯେମିତି କ୍ଷୀର ସମ୍ପୂର୍ଣ୍ଣ ଭାବେ ସୁଜିରେ ମିଶିବ। ତା’ପରେ ହାଲୱାରେ ଚିନି ପାକଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାପରେ ହାଲୱାରେ କମଳା ସ୍କ୍ୱାସ୍ ମିଶାଇ ଭଲ ଭାବରେ ମିଶାନ୍ତୁ। ପରେ ପ୍ୟାନରୁ ବାହାର କରି ଏକ ପାତ୍ରରେ ରଖି ଦିଅନ୍ତୁ।

publive-image

ପୁଣି ଥରେ ଏକ ପ୍ୟାନରେ ଘିଅ ପକାଇ ଗରମ କରନ୍ତୁ। ସେଥିରେ କିଛି ସୁଜି ମିଶାଇ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ଭଜା ହୋଇଥିବା ସୁଜିରେ କ୍ଷୀର ଓ ଚିନି ପକାଇ ଭଲ ଭାବରେ ଗୋଳାନ୍ତୁ। ସେଥିରେ ଭାନିଲା ମିଶାନ୍ତୁ। କିଛି ସମୟ ପରେ ପ୍ୟାନରୁ ବାହାର କରି ଅଲଗା ରଖି ଦିଅନ୍ତୁ।

Advertisment

Recipe: स्वतंत्रता दिवस के मौके पर घर ...

ପୁଣି ଥରେ ସବୁଜ ରଙ୍ଗର ହାଲୱା ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନରେ କିଛି ଘିଅ ପକାଇ ଗରମ କରନ୍ତୁ। ସେଥିରେ କିଛି ସୁଜି ପକାଇ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ କ୍ଷୀର ପାକଇ ଭଲ ଭାବରେ ଗୋଲାନ୍ତୁ। ଏବେ ସବୁଜ ରଙ୍ଗ ହେବା ପାଇଁ ସେଥିରେ ଚିନି ଓ ଖସଖସ ସିରପକୁ ପକାଇ ଭଲ ଭାବରେ ମିଶାନ୍ତୁ। ଚିନି କମ୍‌ ପକାଇବେ କାରଣ ଖସଖସ ସିରପ ବହୁତ ମିଠା ହୋଇଥାଏ।

publive-image

ଶେଷରେ ଏକ ପ୍ଲେଟ୍‌ ଆଣନ୍ତୁ। ସେଥିରେ ପ୍ରଥମେ ସବୁଜ ରଙ୍ଗର ହାଲୱାର ଏକ ସ୍ତରକୁ ରଖନ୍ତୁ। ଏହାପରେ ଧଳା ରଙ୍ଗର ହାଲୱାର ଏକ ସ୍ତରକୁ ରଖନ୍ତୁ। ତା’ ଉପରେ କମଳା ରଙ୍ଗର ହାଲୱାକୁ ରଖନ୍ତୁ। ସମସ୍ତ ତିନୋଟି ସ୍ତରକୁ ଏକାଠି କରି ରଖିବା ପରେ ପୂର୍ବରୁ କଟା ବା ଡ୍ରାଏ ଫୁଡ୍‌ଗୁଡିକୁ ଗାର୍ନିସ୍ ପାଇଁ ତ୍ରିରଙ୍ଗା  ହାଲୱାରେ ପକାନ୍ତୁ। ପରେ ଗରମ କରି ଖାଆନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ