Advertisment

ଘରେ ପ୍ରସ୍ତୁତ କରନ୍ତୁ ‘ତନ୍ଦୁରୀ ପାମ୍ପଲେଟ୍‌’ | Tandoor Pamplet

ଆବଶ୍ୟକ ସାମଗ୍ରୀ: ପାମ୍ପଲେଟ୍ ମାଛ, ସୋରିଷ ବଟା, ଅଦାରସୁଣ ବଟା, ଲେମ୍ବୁ, ଗରମ ମସଲା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଆଚାର, ଖାଇବା ଲାଲ୍‌ ରଙ୍ଗ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାମ୍ପଲେଟ୍ ମାଛରୁ ପିତ୍ତକୁ ବାହାର କରି ଦିଅନ୍ତୁ। ଏହାପରେ ମାଛର ଉପରି ଭାଗକୁ ଛୁରୀରେ ଦୁଇ ଭାଗ କରି କାଟି ଦିଅନ୍ତୁ। ମାଛକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ। ବର୍ତ୍ତମାନ ଗୋଟିଏ ପାତ୍ରରେ ଅଦା-ରସୁଣ ବଟା, ଲେମ୍ବୁରସ, […]

ଘରେ ପ୍ରସ୍ତୁତ କରନ୍ତୁ ‘ତନ୍ଦୁରୀ ପାମ୍ପଲେଟ୍‌’ | Tandoor Pamplet

Tandoor Pamplet in Odia

Advertisment

ଆବଶ୍ୟକ ସାମଗ୍ରୀ: ପାମ୍ପଲେଟ୍ ମାଛ, ସୋରିଷ ବଟା, ଅଦାରସୁଣ ବଟା, ଲେମ୍ବୁ, ଗରମ ମସଲା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଆଚାର, ଖାଇବା ଲାଲ୍‌ ରଙ୍ଗ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାମ୍ପଲେଟ୍ ମାଛରୁ ପିତ୍ତକୁ ବାହାର କରି ଦିଅନ୍ତୁ। ଏହାପରେ ମାଛର ଉପରି ଭାଗକୁ ଛୁରୀରେ ଦୁଇ ଭାଗ କରି କାଟି ଦିଅନ୍ତୁ। ମାଛକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ। ବର୍ତ୍ତମାନ ଗୋଟିଏ ପାତ୍ରରେ ଅଦା-ରସୁଣ ବଟା, ଲେମ୍ବୁରସ, ଲାଲ ରଙ୍ଗ, ଗରମ ମସଲା ଗୁଣ୍ଡ, ସୋରିଷ ବଟା, ଜିରା ଗୁଣ୍ଡ, ଆଚାର, ଲଙ୍କା ଗୁଣ୍ଡ, ସୋରିଷ ତେଲ ଏବଂ ଆବଶ୍ୟକ ପରିମାଣରେ ଲୁଣ ପକାଇ ଫେଣ୍ଟି ଦିଅନ୍ତୁ।

କିଛି ସମୟ ପରେ ପାମ୍ପଲେଟ୍ ମାଛକୁ ଏହି ମିଶ୍ରଣରେ ଭଲ କରି ଗୋଳାଇ ୩୦ ମିନିଟ୍ ରଖନ୍ତୁ।
ଗ୍ୟାସ୍‌ ଲଗାଇ ତନ୍ଦୁରୀ କାଠିରେ ମାଛକୁ ଫୋଡ଼ି ତନ୍ଦୁରୀ ମଧ୍ୟରେ ସିଝିବା ପର୍ଯ୍ୟନ୍ତ ରଖନ୍ତୁ। ଯେତେବେଳେ ମାଛରୁ ପାଣି ଶୁଖିଯାଇ ଲାଲ ରଙ୍ଗ ପଡ଼ିଯିବ, ସେତେବେଳେ ଏହାକୁ ବାହାର କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ତନ୍ଦୁରୀ ପାମ୍ପଲେଟ୍’। ଏହାକୁ ସାଲାଡ୍‌ ସହ ଗରମ ଗରମ ପରଷନ୍ତୁ।

Advertisment

ଆହୁରି ପଢ଼ନ୍ତୁ:How to Prepare Egg Kurma Recipe in Home

Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ