suji-ape
ଆବଶ୍ୟକ ସାମଗ୍ରୀ: ସୁଜି, ଦହି, ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର, କଟା ଟମାଟୋ, ଲୁଣ, ଖାଇବା ସୋଢ଼ା, ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ଦହି ଓ ପାଣି ମିଶାଇ ସେଥିରେ ସୁଜି ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ଦହି ଓ ସୁଜି ମିଶ୍ରଣରେ ଭଜା ମସଲା, ଲୁଣ ଓ ଖାଇବା ସୋଢ଼ା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
ଏବେ ଏକ ଛାଞ୍ଚରେ ତେଲ ମାରି ମସଲାଗୋଳା ସୁଜିକୁ ରଖି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ତାକୁ ଲେଉଟାଇ ଦେଇ ପୁଣି ଘୋଡ଼ଣୀ ଘୋଡ଼ଇ ଦିଅନ୍ତୁ। ଦୁଇ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ସୁଜି ଆପେ’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/suji-ape_1625217153.jpg)