Advertisment

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି ଫ୍ରାଏଡ୍‌ ରାଇସ୍‌ | Chingudi Fried Rice

Chingudi Fried Rice ଆପଣ ଭିନ୍ନ ଭିନ୍ନ ପ୍ରକାରର ଫ୍ରାଏଡ୍‌ ରାଇସ୍ ଖାଇଥିବେ। ଯାହା ପାଟିକୁ ଖୁବ୍‌ ସୁଆଦିଆ ଲାଗେ। ଆଜି ଆମେ ଆପଣଙ୍କୁ ଚିଙ୍ଗୁଡ଼ି ଫ୍ରାଏଡ୍‌ ରାଇସ୍‌ ରେସିପି ବିଷୟରେ କହିବୁ। ଚାଲନ୍ତୁ ଜାଣିବା ଘରେ ଏହାକୁ କେମିତି ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ଚିଙ୍ଗୁଡ଼ି, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, କଞ୍ଚା ମଟର, ତେଲ, ଘିଅ, ହଳଦୀଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଧୋଇ ଦିଅନ୍ତୁ। […]

author-image
Sangita Sahu
ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି ଫ୍ରାଏଡ୍‌ ରାଇସ୍‌ | Chingudi Fried Rice

Chingudi Fried Rice In Odia

Chingudi Fried Rice

ଆପଣ ଭିନ୍ନ ଭିନ୍ନ ପ୍ରକାରର ଫ୍ରାଏଡ୍‌ ରାଇସ୍ ଖାଇଥିବେ। ଯାହା ପାଟିକୁ ଖୁବ୍‌ ସୁଆଦିଆ ଲାଗେ। ଆଜି ଆମେ ଆପଣଙ୍କୁ ଚିଙ୍ଗୁଡ଼ି ଫ୍ରାଏଡ୍‌ ରାଇସ୍‌ ରେସିପି ବିଷୟରେ କହିବୁ। ଚାଲନ୍ତୁ ଜାଣିବା ଘରେ ଏହାକୁ କେମିତି ପ୍ରସ୍ତୁତ କରିବେ।

Advertisment

ଆବଶ୍ୟକ ସାମଗ୍ରୀ:

ବାସୁମତୀ ଚାଉଳ, ଚିଙ୍ଗୁଡ଼ି, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, କଞ୍ଚା ମଟର, ତେଲ, ଘିଅ, ହଳଦୀଗୁଣ୍ଡ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚାଉଳକୁ ଧୋଇ ଦିଅନ୍ତୁ। ଏକ ଡେକ୍‌ଚିରେ ପାଣି ଗରମ କରି ଏହା ଫୁଟିବା ପରେ ସେହି ଚାଉଳ ପକାଇ ଭାତ ରାନ୍ଧନ୍ତୁ। ଏବେ ଚିଙ୍ଗୁଡ଼ିର ମୁଣ୍ଡ ଓ ଖୋଳପା ଛଡ଼ାଇ ଭଲ ଭାବେ ଧୋଇ ଦେବା ପରେ ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। ପିଆଜ, ରସୁଣ, ଅଦା ଓ କଞ୍ଚଲଙ୍କାକୁ ଗ୍ରାଇଣ୍ଡିଂ କରି ରଖନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି ସେଥିରେ ବଟା ମସଲା ପକାଇ କଷନ୍ତୁ। ମସଲା ହୋଇ ଆସିଲେ, ସେଥିରେ ଚିଙ୍ଗୁଡ଼ିକୁ ପକାଇ ଆଉଟିକେ କଷନ୍ତୁ।

Advertisment

[caption id="attachment_72667" align="aligncenter" width="750"]Chingudi Fried Rice in odia Chingudi Fried Rice[/caption]

ଏବେ ଆଉ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଆଳୁ ଓ ଫୁଲକୋବିକୁ ଛୋଟ ଛୋଟ କାଟି ଛାଣି ଦିଅନ୍ତୁ। କିଛି କଟା ପିଆଜକୁ ମଧ୍ୟ ଛାଣନ୍ତୁ। ଏବେ ଗରମ ଘିଅରେ ପୂର୍ବ ରନ୍ଧା ଭାତକୁ ପକାଇ କିଛି ସମୟ ଭାଜି ଦିଅନ୍ତୁ। ଭାତ ଘିଅରେ ଭାଜି ହେବା ପରେ ସେଥିରେ କଞ୍ଚା ମଟର, ଛଣା ଆଳୁ, କୋବି, କଷା ଚିଙ୍ଗୁଡ଼ି ଓ ପିଆଜ ଭଜାକୁ ପକାଇ ଭଲଭାବରେ  ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌। ଏହାକୁ ଗରମ ଗରମ ପରଷି ଖାଆନ୍ତୁ।

ଆହୁରି ପଢ଼ନ୍ତୁ: How to Prepare Khasi Kalija Palang Masala

Odia Food Recipes
Advertisment
Advertisment