Advertisment

ମାଟି ହାଣ୍ଡି ପୋସ୍ତ ଚିକେନ୍‌ | Mati Handi Posta Chicken

ଅଧିକାଂଶ ଲୋକଙ୍କୁ ଚିକେନ୍ ଖାଇବାକୁ ଭଲଲାଗେ। କେହି କେହି ଚିକେନ୍‌କୁ ଝୋଳ କରି ଖାଆନ୍ତି କରିଥାନ୍ତି ତ ଆଉ କେହି ଏହାକୁ କଷା କରି ଖାଆନ୍ତି। କିନ୍ତୁ କେବେ ମାଟି ହାଣ୍ଡି ପୋସ୍ତ ଚିକେନ୍‌ ଖାଇଛନ୍ତି କି ? ଏହା ପାଟିକୁ ବହୁତ ସୁଆଦିଆ ଲାଗିଥାଏ। How to Prepare Mati Handi Posta Chicken‌ ଆବଶ୍ୟକ ସାମଗ୍ରୀ… ଚିକେନ୍‌, ପୋସ୍ତ ବଟା, ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ, ଅଦା-ରସୁଣ-ପିଆଜ ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, […]

ମାଟି ହାଣ୍ଡି ପୋସ୍ତ ଚିକେନ୍‌ | Mati Handi Posta Chicken

Mati Handi Posta Chicken

Advertisment

ଅଧିକାଂଶ ଲୋକଙ୍କୁ ଚିକେନ୍ ଖାଇବାକୁ ଭଲଲାଗେ। କେହି କେହି ଚିକେନ୍‌କୁ ଝୋଳ କରି ଖାଆନ୍ତି କରିଥାନ୍ତି ତ ଆଉ କେହି ଏହାକୁ କଷା କରି ଖାଆନ୍ତି। କିନ୍ତୁ କେବେ ମାଟି ହାଣ୍ଡି ପୋସ୍ତ ଚିକେନ୍‌ ଖାଇଛନ୍ତି କି ? ଏହା ପାଟିକୁ ବହୁତ ସୁଆଦିଆ ଲାଗିଥାଏ।

Advertisment

How to Prepare Mati Handi Posta Chicken‌

ଆବଶ୍ୟକ ସାମଗ୍ରୀ...

ଚିକେନ୍‌, ପୋସ୍ତ ବଟା, ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ, ଅଦା-ରସୁଣ-ପିଆଜ ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ତେଲ, ଟମାଟୋ, ରସୁଣ ଓ ଅଦା ଛେଚା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ଭୁର୍ସୁଙ୍ଗ ପତ୍ର, ଲୁଣ, କଞ୍ଚା ଲଙ୍କା ଓ ଲେମ୍ବୁ।

ପ୍ରସ୍ତୁତି ପ୍ରଣାଳୀ...

ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସେଥିରେ ପୋସ୍ତ ବଟା ଏବଂ ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ୍‌ ପକାଇ ଗୋଳାଇ ଦିଅନ୍ତୁ। ତା’ସହିତ ସେଥିରେ ଅଦା-ରସୁଣ-ପିଆଜ ବଟା ମଧ୍ୟ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ସେଥିରେ ଅଳ୍ପ କଟା ପିଆଜ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ଛେଚା, କଟା ଟମାଟୋ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ କିଛି ସମୟ ଛାଡ଼ି ଦିଅନ୍ତୁ।

Advertisment

ପରେ ଏକ ମାଟି ପାତ୍ରରେ ତେଲ ଗରମ କରି କଟା ହୋଇଥିବା ଗୋଟା କଞ୍ଚା ଲଙ୍କା, କଟା ପିଆଜ ଓ ଭୁର୍ସୁଙ୍ଗ ପତ୍ର ପକାଇ ଛୁଙ୍କ କରନ୍ତୁ। ଏହାପରେ ମ୍ୟାରିନେଟ୍‌ ଚିକେନ୍‌କୁ ଛୁଙ୍କରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମାଟି ପାତ୍ରକୁ ଘୋଡ଼ାଇ ଦିଅନ୍ତୁ ଓ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ।

ଆହୁରି ପଢ଼ନ୍ତୁ: Prepare Chicken Recipe without Onion Garlic

ପାଞ୍ଚ ଦଶ ମିନିଟ୍‌ରେ ଥରେ ଘୋଡ଼ଣୀ କାଢ଼ି ଚିକେନ୍‌କୁ ଭଲ ଭାବେ ଗୋଳାଇବେ। ନ ହେଲେ ଚିକେନ୍‌ ମାଟି ପାତ୍ରରେ ଲାଗି ଯାଇପାରେ। ପ୍ରାୟ ଅଧା ଘଣ୍ଟା ପରେ ଚିକେନ୍ ସିଝି ଯିବ। ତା’ପରେ ଏଥିରେ ଧନିଆ ପତ୍ର ପକାନ୍ତୁ ଓ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ମାଟି ହାଣ୍ଡି ପୋସ୍ତ ଚିକେନ୍‌’। ଆପଣ ଏହାକୁ ଉଭୟ ଭାତ ଓ ରୁଟି ସହିତ ଖାଇପାରିବେ।

Advertisment
Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ