Advertisment

ସୁସ୍ଵାଦୁ ଅଣ୍ଡା ମସଲା : ଆସନ୍ତୁ ଜାଣିବା ବିଧି

ଅଣ୍ଡା ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍ ଅଭାବ ପୂରଣ ହୁଏ। ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଲୋକମାନେ ଅଣ୍ଡାରୁ ତତକ୍ଷଣାତ୍ ଆମଲେଟ୍, ଅଣ୍ଡା ତରକାରୀ, ସିଝା ଅଣ୍ଡା ଆଦି ତିଆରି କରନ୍ତି। କିନ୍ତୁ ଆପଣ କେବେ ଅଣ୍ଡା ମସାଲା ଖାଇଛନ୍ତି କି ତିଆରି କରିଛନ୍ତି? ଯଦି ନୁହେଁ, ତେବେ ଆସନ୍ତୁ ଆପଣଙ୍କୁ ଏଥର ଅଣ୍ଡା ମସାଲାର ପ୍ରସ୍ତୁତି ବିଷୟରେ କହିବା। ଏହାକୁ ଘରେ ତିଆରି କରିବା ବହୁତ ସହଜ ଏବଂ ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ […]

ସୁସ୍ଵାଦୁ ଅଣ୍ଡା ମସଲା : ଆସନ୍ତୁ ଜାଣିବା ବିଧି

2

Advertisment

ଅଣ୍ଡା ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍ ଅଭାବ ପୂରଣ ହୁଏ। ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଲୋକମାନେ ଅଣ୍ଡାରୁ ତତକ୍ଷଣାତ୍ ଆମଲେଟ୍, ଅଣ୍ଡା ତରକାରୀ, ସିଝା ଅଣ୍ଡା ଆଦି ତିଆରି କରନ୍ତି। କିନ୍ତୁ ଆପଣ କେବେ ଅଣ୍ଡା ମସାଲା ଖାଇଛନ୍ତି କି ତିଆରି କରିଛନ୍ତି? ଯଦି ନୁହେଁ, ତେବେ ଆସନ୍ତୁ ଆପଣଙ୍କୁ ଏଥର ଅଣ୍ଡା ମସାଲାର ପ୍ରସ୍ତୁତି ବିଷୟରେ କହିବା। ଏହାକୁ ଘରେ ତିଆରି କରିବା ବହୁତ ସହଜ ଏବଂ ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ ମଧ୍ୟ। ଏହା ଅତ୍ୟନ୍ତ ମସଲାଯୁକ୍ତ ଓ ସ୍ୱାଦିଷ୍ଟ। ଆପଙ୍କ ପାଟିରେ ଥରେ ବାଜିଜେ ଏହାକୁ ଖାଇବା ପାଇଁ ଆପଣ ବାରମ୍ବାର ପ୍ରଲୋଭିତ ହେବେ। ତେବେ ଆସନ୍ତୁ ଜାଣିବା ଏହାର ସହଜ ପ୍ରଣାଳି।

Advertisment

ଅଣ୍ଡା ମସାଲା ତିଆରି ପାଇଁ ଉପାଦାନ

ମସାଲା ପେଷ୍ଟ ପାଇଁ:

publive-image

  • ୧ ଚାମଚ ଲାଲ୍ ଲଙ୍କା ପାଉଡର
  • ୧ ଚାମଚ ହଳଦୀ ପାଉଡର
  • ସ୍ୱାଦ ଅନୁସାରେ ଲୁଣ
  • ୧ ଚାମଚ ଧନିଆ ପାଉଡର
  • ୧ ଚାମଚ ଜିରା ପାଉଡର
  • ୨ ଚାମଚ ଅଦା-ରସୁଣ ପେଷ୍ଟ
  • ୪ ଟା ସିଝା ଅଣ୍ଡା
  • ଭାଜିବା ପାଇଁ ତେଲ

ତରକାରୀ ତିଆରି କରିବାକୁ:

publive-image

  • ୧ ଚାମଚ ତେଲ
  • ୧ ଚାମଚ ଜିରା ମଞ୍ଜି
  • ଗୋଟେ କଞ୍ଜା ଲଙ୍କା
  • ଚିମିଟାଏ ହେଙ୍ଗୁ
  • ୧ ଚାମଚ କଟା ରସୁଣ
  • ୧ ଚାମଚ କଟା ଅଦା
  • ୧ ଚାମଚ ହଳଦୀ ପାଉଡର
  • ୧ ଚାମଚ ଧନିଆ ପାଉଡର
  • ୧ ଚାମଚ ଜିରା ପାଉଡର
  • ସ୍ୱାଦ ଅନୁସାରେ ଲାଲ୍ ଚିଲି ପାଉଡର ଓ ଲୁଣ
  • ୨ଟା କଟା ଟମାଟୋ
  • ୧ ଚାମଚ କାଶ୍ମୀରୀ ଲାଲ ଲଙ୍କା ପାଉଡର
  • ଗୋଟେ ଦୁଇଟା ଲେମ୍ବୁ ରସ |
Advertisment

ତଡକା ପାଇଁ:

publive-image

  • କାଶ୍ମୀରୀ ରେଡ୍ ଚିଲି
  • ଜିରା
  • ସୋରିଷ
  • ତେଜପତ୍ର
  • ମେଥି ଦାନା

ଅଣ୍ଡା ମସାଲା ତିଆରି କରିବାର ପଦ୍ଧତି

publive-image

  • ମସାଲା ପେଷ୍ଟ ପାଇଁ ଉଲ୍ଲେଖ କରାଯାଇଥିବା ସମସ୍ତ ଉପାଦାନକୁ ମିଶ୍ରଣ କରନ୍ତୁ ଏବଂ ସିଝା ଅଣ୍ଡା ଉପରେ ପ୍ରଲେପ ଦିଅନ୍ତୁ।
  • ବର୍ତ୍ତମାନ ସେହି ଅଣ୍ଡାକୁ ଭଲଭାବେ ଭାଜନ୍ତୁ ଏବଂ ତେଲକୁ ଶୋଷିବା ପାଇଁ ରୋଷେଇ ଘରର ଟିସୁରେ ରଖନ୍ତୁ ଏବଂ ତା’ପରେ ଏହାକୁ ଅଧା କାଟି ଦିଅନ୍ତୁ।
  • ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରି ସେଥିରେ କଞ୍ଚା ଲଙ୍କା, ହେଙ୍ଗୁ, ପିଆଜ, ଅଦା, ରସୁଣ ପକାନ୍ତୁ।
  • ପିଆଜ ଭଲ ଭାବେ ଭାଜି ନ ହେବା ପର୍ଯ୍ୟନ୍ତ ଶୁଖିଲା ମସଲା ପକାନ୍ତୁ ନାହିଁ। କିଛି ସମୟ ପରେ ଶୁଖିଲା ମସଲା ପକାନ୍ତୁ ଏବଂ ୩୦-୪୦ ସେକେଣ୍ଡ ପାଇଁ ରାନ୍ଧନ୍ତୁ।
  • ବର୍ତ୍ତମାନ ଟମାଟୋ ପକେଇ ନରମ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ।
  • ବର୍ତ୍ତମାନ ଆପଣଙ୍କୁ ଏଥିରେ ଅଣ୍ଡାକୁ ପକେଇ ଭଲଭାବେ ମସଲା ସହିତ ମିଶେଇବାକୁ ହେବ।
  • ଏକ ତଡକା ପ୍ୟାନରେ ତେଲ, କାଶ୍ମୀରୀ ଚିଲି, ମେଥି, ଜିରା, ସୋରିଷ, ତେଜପତ୍ର ମିଶାଇ ଭଲଭାବେ ଭାଜନ୍ତୁ ଓ ଏହାକୁ ଅଣ୍ଡା ମସଲା ଉପରେ ଢାଳନ୍ତୁ।
  • ବର୍ତ୍ତମାନ ତୁମର ଅଣ୍ଡା ମସଲା ପ୍ରସ୍ତୁତ, ତୁମେ ଏଥିରେ କଟା ଧନିଆ ପତ୍ର ପକେଇ ଖାଇ ପାରିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ