/odishatv-khabar/media/post_attachments/uploadimage/library/16_9/16_9_0/News-18_1620827747.jpg)
ସନ୍ଧ୍ୟା ଜଳଖିଆରେ ଆପଣ ଆଳୁ ଓ ପିଆଜ ପକୋଡା ଖାଇ ଖାଇ ବିରକ୍ତ ହୋଇଗଲେଣି କି? ତେବେ ସନ୍ଧ୍ୟା ଜଳଖିଆକୁ ଆଉ ଟିକେ ନିଆରା କରିବା ପାଇଁ ଚାଲନ୍ତୁ ଏଥର କିଛି ନୂଆ କରିବା। ଯଦି ଆପଣ ଆମିଷ ଖାଇବାକୁ ପସନ୍ଦ କରନ୍ତି, ତେବେ ଏଥର ଆପଣ ଘରେ ଏଗ୍ ଡେଭିଲ୍ ଫ୍ରାଏ ଚେଷ୍ଟା କରିପାରିବେ। ଏହା ଖାଇବାକୁ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଥରେ ଖାଇବା ପରେ ଆପଣ ଏହାକୁ ବାରମ୍ବାର ଖାଇବାକୁ ମନ ବଳେଇବେ ନିଶ୍ଚିତ। ଏହାକୁ ପ୍ରସ୍ତୁତ କରିବା ପାଇଁ, ଆପଣଙ୍କୁ କିଛି ସିଝା ଅଣ୍ଡାର ଆବଶ୍ୟକ ରହିଛି। ତେବେ ଆସନ୍ତୁ ଏହାର ସହଜ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିନେବା।
Advertisment
ଏଗ୍ ଡେଭିଲ୍ ଫ୍ରାଏ ପାଇଁ ଉପାଦାନ:
/odishatv-khabar/media/post_attachments/wp-content/uploads/2021/05/Archanas-Kitchen-1.jpg)
- ସିଝା ଅଣ୍ଡା – ୪ଟା
- ସିଝା ଆଳୁ – ୧ କପ୍
- ବେସନ – ୧ କପ୍
- ରୁଟି ଗୁଣ୍ଡ – ୧ କପ୍
- କଟା ପିଆଜ – ୨ଟା
- କଟା ରସୁଣକୁ – ୪ ଟି
- କଟା ଅଦା – ୧ ଇଞ୍ଚ
- ସ୍ୱାଦ ଅନୁସାରେ ଲୁଣ
- ଗୋଲ ମରିଚ ପାଉଡର – ୧ ଚାମଚ
- ଚିଲି ପାଉଡର – ୧ ଚାମଚ
- କଟା କଞ୍ଚା ଲଙ୍କା – ୧ଟା
- କଟା ଧନିଆ ପତ୍ର – କପେ
- ଭାଜିବା ପାଇଁ ରିଫାଇନ ତେଲ
ଏଗ୍ ଡେଭିଲ୍ ଫ୍ରାଏର ପ୍ରସ୍ତୁତି:
/odishatv-khabar/media/post_attachments/wp-content/uploads/2021/05/Cookpad.jpg)
- ସର୍ବପ୍ରଥମେ ଏକ ପ୍ୟାନରେ ତେଲ ଗରମ କରନ୍ତୁ।
- ଏଥିରେ ଅଦା, ରସୁଣ ଏବଂ ପିଆଜ ପକାନ୍ତୁ।
- ୨ ମିନିଟ୍ ପରେ ସିଝା ଆଳୁ, ଲୁଣ, ଚିଲି ପାଉଡର, କଞ୍ଚା ଲଙ୍କା ଓ ମରିଚ ଗୁଣ୍ଡ ପକାନ୍ତୁ।
- ଏବେ ଧନିଆ ପତ୍ର ପକାଇ ଭଲ ଭାବେ ମିଶାନ୍ତୁ।
- ଏବେ ଅଣ୍ଡାକୁ ଦୁଇ ଫାଳକରି କାଟି ଦିଅନ୍ତୁ।
- ଗୋଟିଏ ଖଣ୍ଡରେ ଆଳୁ ଦିଅନ୍ତୁ। ସେହିଭଳି ସବୁକୁ ପ୍ରସ୍ତୁତ କରନ୍ତୁ।
- ବର୍ତ୍ତମାନ ବେସନ, ହଳଦୀ ପାଉଡର, ଲୁଣ ସହିତ ବଟା ପ୍ରସ୍ତୁତ କରନ୍ତୁ।
- ଏଥିରେ ପ୍ରସ୍ତୁତ ଅଣ୍ଡା ପକୋଡାକୁ ପକେଇ ରୁଟି ପାଉଡର ମିଶାନ୍ତୁ।
- ଏକ ପ୍ୟାନରେ ତେଲ ଗରମ କରି ଭାଜନ୍ତୁ।
- ହଳଦିଆ ହେବା ପର୍ଯ୍ୟନ୍ତ ଭାଜନ୍ତୁ ଏବଂ ସାଲାଡ ଓ ସୋରିଷ ସସ୍ ସହିତ ଗରମ ଗରମ ପରିବେଷଣ କରନ୍ତୁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)