Advertisment

କିପରି କରିବେ ଚିକେନ ଦମ ବିରିୟାନୀ

ବିରିୟାନୀ କଥା ପଡିଲେ ପ୍ରାୟ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ଆଜିକାଲି ଆଧୁନିକ ଦୁନିଆରେ ଏହା ପ୍ରାୟ ସମସ୍ତଙ୍କ ଘରର ପ୍ରିୟ ଡିସ୍। ଏହା ଏଭଳି ଏକ ଡିସ୍ ଯେଉଁଥିରେ ବିଭିନ୍ନ ପ୍ରକାରର ବିରିୟାନୀ ବନାଯାଇପାରେ। ଏହା ଅତ୍ୟନ୍ତ ସ୍ୱାଦକର ହେବା ସହ କମ ସମୟରେ ମଧ୍ୟ ଏକ ମନ ପସନ୍ଦର ଖାଦ୍ୟ ହୋ‍ଇଯାଇଥାଏ । ଭାରତର ଯେ କୌଣସି ସ୍ଥାନକୁ ଆପଣ ଯାଆନ୍ତୁ ନା କାହିଁକି ଏହି ଡିସଟି ଆପଣ ସହଜରେ ପାଇଯିବେ। ଆଜି ଆମେ […]

କିପରି କରିବେ ଚିକେନ ଦମ ବିରିୟାନୀ

Chicken

Advertisment

ବିରିୟାନୀ କଥା ପଡିଲେ ପ୍ରାୟ ସମସ୍ତଙ୍କ ପାଟିରୁ ଲାଳ ଆସିଯାଏ। ଆଜିକାଲି ଆଧୁନିକ ଦୁନିଆରେ ଏହା ପ୍ରାୟ ସମସ୍ତଙ୍କ ଘରର ପ୍ରିୟ ଡିସ୍। ଏହା ଏଭଳି ଏକ ଡିସ୍ ଯେଉଁଥିରେ ବିଭିନ୍ନ ପ୍ରକାରର ବିରିୟାନୀ ବନାଯାଇପାରେ। ଏହା ଅତ୍ୟନ୍ତ ସ୍ୱାଦକର ହେବା ସହ କମ ସମୟରେ ମଧ୍ୟ ଏକ ମନ ପସନ୍ଦର ଖାଦ୍ୟ ହୋ‍ଇଯାଇଥାଏ । ଭାରତର ଯେ କୌଣସି ସ୍ଥାନକୁ ଆପଣ ଯାଆନ୍ତୁ ନା କାହିଁକି ଏହି ଡିସଟି ଆପଣ ସହଜରେ ପାଇଯିବେ।

Advertisment

publive-imageଆଜି ଆମେ ଆପଣଙ୍କୁ ଏକ ଏମିତି ବିରିୟାନୀ ଡିସ୍ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣୁ ଶୁଣୁ ଆପଣଙ୍କ ପାଟିରୁ ଲାଳ ଆସିଯିବ। ଏହା ହେଉଛି ଚିକେନ ଦମ ବିରିଯାନୀ। ଆପଣ ଥରେ ଯଦି ଏହି ଡିସର ମଜ୍ଜା ପାଇଯିବେ ତେବେ ଆଉ ଭୁଲିବେ ନାହିଁ। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳି।

ସାମଗ୍ରୀ(2ଟି ଡିସ୍ ପାଇଁ)

publive-image350 ଗ୍ରାମ କଟା ଚିକେନ୍
300 ଗ୍ରାମ ସିଝା ବାସମତି ଭାତ
20 ଗ୍ରାମ ଗରମ ମସଲା ପାଉଡର
30 ମିଗ୍ରା ଘିଅ
10 ମିଗ୍ରା ପାଣି
1 କପ ଅଟା
60 ଗ୍ରାମ ଦହି
15 ଗ୍ରାମ ରସୁଣ ଓ ଅଦା ପେଷ୍ଟ
1 ଗ୍ରାମ ପୋଦିନା ପତ୍ର
10 ଗ୍ରାମ କଟା ପିଆଜ
1 ଚାମଚ କଟା ଧନିଆପତ୍ର
7 ଗ୍ରାମ ଲଙ୍କା ଗୁଣ୍ଡ

Advertisment

publive-imageଏବେ ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ପ୍ରଣାଳି କହୁଛୁ। ଆପଣମାନେ ଏହାକୁ ମନେ ରଖିବା ସହିତ ଥରେ ଚେଷ୍ଟା କରନ୍ତୁ ଆଉ ବିରିୟାନୀର ମଜ୍ଜା ନିଅନ୍ତୁ।

ପ୍ରଥମ ପଦକ୍ଷେପ:

publive-imageଗୋଟେ ବଡ ପାତ୍ର ନେଇ ଚିକେନ ସହିତ ଦହି, ଭଜା ପିଆଜ, ଲଙ୍କା ପାଉଡର, ଲୁଣ, ଧନିଆପତ୍ର, ପୋଦିନା ପତ୍ର, ଅଦା-ରସୁଣ ପେଷ୍ଟ ମିଶାଅ। ଭଲକରି ଗୋଳିସାରିବା ପରେ ଏହାକୁ 2 ଘଣ୍ଟା ପର୍ଯ୍ୟନ୍ତ ରଖ। ଏହାପରେ ଏଥିରେ ଗରମ ମସଲା ପକାଅ।

Advertisment

ଦ୍ୱିତୀୟ ପଦକ୍ଷେପ:

publive-imageଚୁଲିରେ ଏକ ହାଣ୍ଡି ବସେଇ ମିଡିଅମ ଜାଳ ଦିଅ ଓ ଘିଅକୁ ଗରମ କର। ଏହାପରେ ଚିକେନକୁ ସେଥିରେ ପକେଇ 2-3 ମିନିଟ୍ ପର୍ଯ୍ୟନ୍ତ ଭାଜ। ପରେ ଏଥିରେ ପାଣି ଦେଇ କିଛି ସମୟ ସିଝାଅ।

ତୃତୀୟ ପଦକ୍ଷେପ:

publive-imageଚିକେନ ସିଝିଗଲା ପରେ 70 ଭାଗ ସିଝିଥିବା ବାସମତି ଚାଉଳକୁ ଏଥିରେ ପକାଅ। ଏହା ଉପରେ ଭଜା ପିଆଜ, ଘିଅ ଏବଂ ଅଳ୍ପ ପାଣି ପକାଅ।

ଚତୁର୍ଥ ପଦକ୍ଷେପ:

publive-imageଅଟାକୁ ପାଣିରେ ଦଳି ହାଣ୍ଡି ଉପରେ ସିଲ୍ କର ଏବଂ ହାଣ୍ଡିକୁ ଏକ ଢାଙ୍କୁଣିରେ ଘୋଡେଇ ଦିଅ। 20 ମିନିଟ୍ ପର୍ଯ୍ୟନ୍ତ ସିଝାଅ ଏବଂ ରାଇତା ସହ ଏହାକୁ ଗରମ ଗରମ ବାଢ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ