banana stem prawn
ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ମଞ୍ଜା, ବଡ଼ି, ଆଳୁ, ଲଙ୍କା, ପୋସ୍ତ, ସୋରିଷ, ଜିରା, ରସୁଣ, ସୋରିଷ ତେଲ, ହଳଦୀ ଗୁଣ୍ଡ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ପରିଷ୍କାର କରି ଏହାକୁ ତେଲରେ ଭାଜି ନିଅନ୍ତୁ। ମଞ୍ଜା ଏବଂ ଆଳୁକୁ କାଟି ତେଲରେ କଷି ନିଅନ୍ତୁ। ଲଙ୍କା, ପୋସ୍ତ, ସୋରିଷ, ଜିରା ଏବଂ ରସୁଣକୁ ମିଶାଇ ବାଟି ନିଅନ୍ତୁ। ବଟା ଯାଇଥିବା ମସଲା ଓ ଗୋଲମରିଚ ଗୁଣ୍ଡକୁ ମଞ୍ଜା ଓ ଆଳୁ କଷାରେ ମିଶାନ୍ତୁ। ବଡ଼ିକୁ ଭାଜି ଅଧାଚୁରା କରନ୍ତୁ ଏବଂ ସେଥିରେ ପକାନ୍ତୁ। ମଞ୍ଜା ସିଝିଗଲେ ଚିଙ୍ଗୁଡ଼ି ପକାନ୍ତୁ ଏବଂ ତରକାରି ଫୁଟିଲା ପରେ ଏହାକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଦଳୀ ମଞ୍ଜା ଚିଙ୍ଗୁଡ଼ି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/banana-stem-prwan_1626500263.jpg)