Advertisment

କଦଳୀ ମଞ୍ଜା ଓ ଚିଙ୍ଗୁଡ଼ିକୁ ମିଶାଇ ଘରେ ପ୍ରସ୍ତୁତ କରନ୍ତୁ ଏହି ନୂଆ ଆଇଟମ୍‌

ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ମଞ୍ଜା, ବଡ଼ି, ଆଳୁ, ଲଙ୍କା, ପୋସ୍ତ, ସୋରିଷ, ଜିରା, ରସୁଣ, ସୋରିଷ ତେଲ, ହଳଦୀ ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ପରିଷ୍କାର କରି ଏହାକୁ ତେଲରେ ଭାଜି ନିଅନ୍ତୁ। ମଞ୍ଜା ଏବଂ ଆଳୁକୁ କାଟି ତେଲରେ କଷି ନିଅନ୍ତୁ। ଲଙ୍କା, ପୋସ୍ତ, ସୋରିଷ, ଜିରା ଏବଂ ରସୁଣକୁ ମିଶାଇ ବାଟି ନିଅନ୍ତୁ। ବଟା ଯାଇଥିବା ମସଲା ଓ ଗୋଲମରିଚ ଗୁଣ୍ଡକୁ ମଞ୍ଜା ଓ ଆଳୁ […]

କଦଳୀ ମଞ୍ଜା ଓ ଚିଙ୍ଗୁଡ଼ିକୁ ମିଶାଇ ଘରେ ପ୍ରସ୍ତୁତ କରନ୍ତୁ ଏହି ନୂଆ ଆଇଟମ୍‌

banana stem prawn

Advertisment

ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ମଞ୍ଜା, ବଡ଼ି, ଆଳୁ, ଲଙ୍କା, ପୋସ୍ତ, ସୋରିଷ, ଜିରା, ରସୁଣ, ସୋରିଷ ତେଲ, ହଳଦୀ ଗୁଣ୍ଡ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ପରିଷ୍କାର କରି ଏହାକୁ ତେଲରେ ଭାଜି ନିଅନ୍ତୁ। ମଞ୍ଜା ଏବଂ ଆଳୁକୁ କାଟି ତେଲରେ କଷି ନିଅନ୍ତୁ। ଲଙ୍କା, ପୋସ୍ତ, ସୋରିଷ, ଜିରା ଏବଂ ରସୁଣକୁ ମିଶାଇ ବାଟି ନିଅନ୍ତୁ। ବଟା ଯାଇଥିବା ମସଲା ଓ ଗୋଲମରିଚ ଗୁଣ୍ଡକୁ ମଞ୍ଜା ଓ ଆଳୁ କଷାରେ ମିଶାନ୍ତୁ। ବଡ଼ିକୁ ଭାଜି ଅଧାଚୁରା କରନ୍ତୁ ଏବଂ ସେଥିରେ ପକାନ୍ତୁ। ମଞ୍ଜା ସିଝିଗଲେ ଚିଙ୍ଗୁଡ଼ି ପକାନ୍ତୁ ଏବଂ ତରକାରି ଫୁଟିଲା ପରେ ଏହାକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଦଳୀ ମଞ୍ଜା ଚିଙ୍ଗୁଡ଼ି।

Banana Stem Prawn Prawn
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ