Advertisment

୫ ମିନିଟ୍‌ରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପାଓଭାଜି | Pav Bhaji Recipe Cooking Tips

ଭୁବନେଶ୍ୱର: କରୋନାକୁ ନେଇ ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ଘରେ ରହି ବାହାରେ ମିଳୁଥିବା ଚଟ୍‌ପଟା ଖାଦ୍ୟ ଖାଇବାକୁ ଭାରି ଇଛା ହେଉଥିବା। କିନ୍ତୁ କରୋନା ଭାଇରସ ଯୋଗୁ ସବୁକିଛି ବନ୍ଦ। ଲକ୍‌ଡାଉନ୍‌ ହେତୁ ଘରେ ରହି ଲୋକମାନେ କିଛି ନୂଆ ରେସିପି ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଆପଣ ଚାହିଁଲେ ଘରେ ରହି ଚଟ୍‌ପଟା ଖାଦ୍ୟ ପ୍ରସ୍ତୁତ କରି ତାର ମଜା ନେଇପାରିବେ। ସେଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ସ୍ୱାଦିଷ୍ଟ ପାଓଭାଜି […]

୫ ମିନିଟ୍‌ରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପାଓଭାଜି | Pav Bhaji Recipe Cooking Tips

paubhaji

Advertisment

ଭୁବନେଶ୍ୱର: କରୋନାକୁ ନେଇ ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ଘରେ ରହି ବାହାରେ ମିଳୁଥିବା ଚଟ୍‌ପଟା ଖାଦ୍ୟ ଖାଇବାକୁ ଭାରି ଇଛା ହେଉଥିବା। କିନ୍ତୁ କରୋନା ଭାଇରସ ଯୋଗୁ ସବୁକିଛି ବନ୍ଦ। ଲକ୍‌ଡାଉନ୍‌ ହେତୁ ଘରେ ରହି ଲୋକମାନେ କିଛି ନୂଆ ରେସିପି ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଆପଣ ଚାହିଁଲେ ଘରେ ରହି ଚଟ୍‌ପଟା ଖାଦ୍ୟ ପ୍ରସ୍ତୁତ କରି ତାର ମଜା ନେଇପାରିବେ। ସେଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ସ୍ୱାଦିଷ୍ଟ ପାଓଭାଜି ରେସିପି ଉପୟା ବତାଇବୁ। ମାତ୍ର ୫ ମିନିଟ୍‌ରେ ଆପଣ ଏହାକୁ ପ୍ରସ୍ତୁତ କରି ପାଓଭାଜିର ମଜା ନେଇପାରିବେ।  ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।

Advertisment

ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ:-  ଦୁଇ ଚାମଚ ତେଲ, ୪ଟି ପାଉଁରୁଟିରେ କିଛି ବଟର ମାରି ରଖନ୍ତୁ, କିଛି କଟା ପିଆଜ, କିଛି କଟା ରସୁଣ ଓ ବଟା ଅଦା, କିଛି ଧନିଆ ପତ୍ର, ଗୋଟେ ଚାମଚ ବଟର, ୨ଟା କ୍ୟାପ୍‌ସିକମ୍‌, କିଛି କଟା ଆଳୁ, ଲଙ୍କାଗୁଣ୍ଡ, ଗୋଟେ ଚାମଚ ପାଓଭାଜି ମସଲା, କିଛି ଟମାଟୋ ପେଷ୍ଟ।

କିପରି ପ୍ରସ୍ତୁତ କରିବେ: -  ପ୍ରଥମେ ପ୍ୟାନ୍ ଗରମ ଦୁଇଚାମଚ ତେଲ ପକାନ୍ତୁ। ତେଲ ଗରମ ହେବାପରେ ସେଥିରେ ବଟର ଓ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭଲଭାବରେ ଭାଜି ହୋଇଗଲା ପରେ ସେଥିରେ କଟା ରସୁଣ ଓ ବଟା ଅଦାକୁ ପକାଇ ଭଲ ଭାବରେ ମିଶାଇ ଭାଜନ୍ତୁ। ପରେ ସେଥିରେ କିଛି ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ। ସେଥିରେ କଟା ଆଳୁ, କଟା କ୍ୟାପସିକମ୍‌ ପାଓଭାଜି ମସଲା, ସ୍ୱାଦ ଅନୁଯାୟୀ ଲୁଣ ଓ ଆବଶ୍ୟକତା ଅନୁଯାୟୀ ଲଙ୍କାଗୁଣ୍ଡ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏକ ଘୋଡଣୀ ସାହାଯ୍ୟରେ କିଛି ସମୟ ଘୋଡ଼ାଇ ରଖନ୍ତୁ। କିଛି ସମୟପରେ ବାହାର କରି ପୁଣିଥରେ ପାଓଭାଜି ମସଲା ପକାଇ ୩ମିନିଟ୍‌ ପାଇଁ ଘୋଡ଼ାଇ ଦିଅନ୍ତୁ।  ସ୍ୱାଦିଷ୍ଟ ମସଲା ଭାଜି ପ୍ରସ୍ତୁତ ହୋଇଯିବା ପରେ ତାକୁ କାଢ଼ି ଦିଅନ୍ତୁ।

Advertisment

ପୁଣି ପ୍ୟାନ ଗରମ କରି ସେଥିରେ ବଟର ପକାନ୍ତୁ। ପରେ ପାଉଁରୁଟିକୁ ମଝିରୁ ଭଲଭାବରେ କାଟି ଦିଅନ୍ତୁ। କଟା ହୋଇଥିବା ଜାଗାରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ମସଲାକୁ ସେଥିରେ ରଖନ୍ତୁ। ଏହାପରେ ପ୍ୟାନରେ ୫ରୁ ୭ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଅଳ୍ପ ଆଞ୍ଚରେ ଉଷୁମ କରନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ପାଓଭାଜି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ