/odishatv-khabar/media/post_attachments/uploadimage/library/16_9/16_9_0/AtZ-News-6_1621254780.jpg)
କରୋନା ଜୀବାଣୁର ଦ୍ୱିତୀୟ ତରଙ୍ଗ ଲୋକଙ୍କୁ ନିଜ ଅଧୀନକୁ ନେଇଛି। ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ତାଲାବନ୍ଦ କରାଯାଇଛି। ଏହା ସହିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ, ସାବୁନ୍ ଓ ହ୍ୟାଣ୍ଡୱାସରେ ବାରମ୍ବାର ହାତ ସଫା କରିବାକୁ ଓ ସାମାଜିକ ଦୂରତା ଗ୍ରହଣ କରିବାକୁ କୁହାଯାଉଛି।
ଏହା ବ୍ୟତୀତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ମଧ୍ୟ ପରାମର୍ଶ ଦିଆଯାଉଛି। ବାସ୍ତବରେ ଏହି ସମୟରେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। କୋଭିଡକୁ ରୋକିବା ପାଇଁ ଦେଶର ଲକ୍ଷ ଲକ୍ଷ ଲୋକ ଘରୋଇ ଉପଚାର ପାଇଁ ଚେଷ୍ଟା କରୁଛନ୍ତି ଯାହା ଦ୍ଵାରା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇପାରିବ। ହେଲେ ଆପଣ ଜାଣନ୍ତି କି ଆପଣଙ୍କ ରୋଷେଇ ଘରେ ଥିବା ଜାଇଫଳ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିପାରେ।
/odishatv-khabar/media/post_attachments/wp-content/uploads/2021/05/The-Indian-Express.jpg)
ଜାଇଫଳ ହେଉଛି ଇଣ୍ଡୋନେସିଆର ଏକ ଫଳ ଯାହାକି ମିରିଷ୍ଟିକା ସୁଗନ୍ଧ ନାମରେ ଜଣାଶୁଣା ଚିର ସବୁଜ ଗଛର ମଞ୍ଜି। ଏହି ଗଛ ଦକ୍ଷିଣ ଭାରତରେ ମଧ୍ୟ ଚାଷ କରାଯାଏ। ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରାଯାଇପାରେ। କେବଳ ଏତିକି ନୁହେଁ, ଜାଇଫଳ ଖାଇବା ଦ୍ଵାରା ରକ୍ତରେ ଶର୍କରା ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ ଏବଂ ଲୋକଙ୍କ ମଧ୍ୟରେ ଯୌନଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ତେବେ ଆସନ୍ତୁ ଜାଣିନବା ଜାଇଫଳ ଖାଇବା ଦ୍ୱାରା ଆପଣ ଆଉ କ’ଣ ଲାଭ ହୋଇଥାଏ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି :
ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏକ କପ୍ ଗରମ କ୍ଷୀରରେ ଅଧା ଚାମଚ ମହୁ, ଚୁରା ଗୁଜୁରାତି ଓ ୨ ଚାମଚ ଜାଇଫଳ ଗୁଣ୍ଡ ମିଶେଇ ପିଅନ୍ତୁ। ଏହା କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇନ ନାହିଁ ବରଂ ଆପଣ ରାତିରେ ଭଲ ନିଦ ମଧ୍ୟ ପାଇବେ।
ଅନିଦ୍ରା ସମସ୍ୟା ଦୂର :
/odishatv-khabar/media/post_attachments/wp-content/uploads/2021/05/Mce-Zone.jpg)
ଯେଉଁ ଲୋକମାନେ ରାତିରେ ଠିକ୍ ଭାବରେ ଶୋଇପାରୁ ନାହାଁନ୍ତି କିମ୍ବା ଅନିଦ୍ରା ସମସ୍ୟା ରହିଛି ତେବେ ସେମାନେ ପ୍ରତିଦିନ ଜାଇଫଳର ଏକ ଛୋଟ ମାତ୍ରା ନେଇପାରନ୍ତି। ଏହିପରି ଲୋକମାନଙ୍କ ପାଇଁ ଜାଇଫଳ ବହୁତ ଭଲ କାମ କରିଥାଏ। ଏହିପରି ଲୋକଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ପ୍ରତିଦିନ ଏହାକୁ ଖାଇବାକୁ ପଡିବ। ଏଥିପାଇଁ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀର ସହିତ ଏକ ଚାମଚ ଜାଇଫଳ ମିଶେଇ ପିଅନ୍ତୁ।
ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି :
ଗଣ୍ଠି ଯନ୍ତ୍ରଣାର ଚିକିତ୍ସା ପାଇଁ ଏହା ବହୁତ ଭଲ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ଆପଣ ଗ୍ୟାସ ସମସ୍ୟାରୁ ମଧ୍ୟ ଆରାମ ପାଇପାରିବେ। ଏହା ହଜମ କ୍ରିୟାକୁ ମଧ୍ୟ ଭଲ ଭାବେ ସଂଚାଳନ କରବାରେ ବହୁତ ସହଯୋଗ କରିଥାଏ।
ଯୌନଶକ୍ତିରେ ସହାୟ :
/odishatv-khabar/media/post_attachments/wp-content/uploads/2021/05/Sex.jpg)
ଜାଇଫଳ ହଜମକାରୀ ଏନଜାଇମର ସ୍ରୋତକୁ ବଢାଇଥାଏ ଏବଂ ଏଥିରେ ଥିବା ଫାଇବର ପେଟ ସମସ୍ୟାକୁ ଦୂର କରିଥାଏ। ଜାଇଫଳ ଖାଇବା ଦ୍ୱାରା ଲୋକମାନଙ୍କର ଯୌନ ଶକ୍ତି ମଧ୍ୟ ଠିକ୍ ରହିଥାଏ। ଏହାକୁ ଖାଇବା ଦ୍ଵାର ଖାଦ୍ୟ ଲିବିଡୋ ବଢିଥାଏ ଯାହା ଗର୍ଭଧାରଣରେ ସହାୟ ହୋଇଥାଏ।
ଦାନ୍ତ ଯନ୍ତ୍ରଣାରୁ ମୁକ୍ତି :
ଜାଇଫଳ ଖାଇବା ଦ୍ୱାରା ଦାନ୍ତ ଯନ୍ତ୍ରଣା ମଧ୍ୟ ଦୂର ହୋଇପାରିବ। କାଢାରେ ଜାଇଫଳ ମିଶାଇ ସେବନ କଲେ ଦାନ୍ତ ଓ ମାଢି ସମସ୍ୟାରୁ ମୁକ୍ତି ମିଳିଥାଏ।
ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ :
ଜାଇଫଳ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣରେ ପରିପୂର୍ଣ୍ଣ ଥିବାରୁ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ। ଏଥିରେ ସାବିନେନ, ଟେରପିନୋଲ ଓ ପିନେନ ଥାଏ ଯାହାକି ଶରୀରରେ କ୍ରମିକ ପ୍ରଦାହ, ହୃଦସମ୍ବନ୍ଧୀୟ ରୋଗ, ମଧୁମେହ ଏବଂ ଆର୍ଥ୍ରାଇଟିସରୁ ମୁକ୍ତି ପାଇଁ କାମ କରିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)