Advertisment

ମହାମାରୀ କାରଣରୁ ଆପଣଙ୍କ ପିଲାଙ୍କ ଠାରେ ମାନସିକ ଚାପ ବଢୁଛି କି? ତେବେ ଧ୍ୟାନ ଦିଅନ୍ତୁ

କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱରେ ନିଃସଙ୍ଗତା ଓ ମାନସିକ ଚାପକୁ ପ୍ରୋତ୍ସାହିତ କରିଛି। ଗୃହ ସଂଘରୋଧ ଯୋଗୁଁ ସବୁ ବୟସର ଲୋକମାନେ ଏହା ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କ ପାଖରେ ଉଦାସୀନତା ଓ ମାନସିକ ଚାପର ଏକ ଗୁରୁତର ଅବସ୍ଥା ଦେଖିବାକୁ ମିଳୁଛି। ଆମେରିକୀୟ ଏକାଡେମୀ ଅଫ୍ ଚାଇଲ୍ଡ ଆଣ୍ଡ୍ ଆଡୋଲେସେଣ୍ଟ୍ ସାଇକିଆଟ୍ରି (JAACAP) ସାଇନ୍ସ ଡେଲିରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହାକି କୋଭିଡ କାରଣରୁ ୪ ବର୍ଷରୁ ୨୧ ବର୍ଷ ବୟସର ପିଲାମାନଙ୍କୁ ନେଇ […]

author-image
Pramod Behera
ମହାମାରୀ କାରଣରୁ ଆପଣଙ୍କ ପିଲାଙ୍କ ଠାରେ ମାନସିକ ଚାପ ବଢୁଛି କି? ତେବେ ଧ୍ୟାନ ଦିଅନ୍ତୁ

Untitled-1

କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱରେ ନିଃସଙ୍ଗତା ଓ ମାନସିକ ଚାପକୁ ପ୍ରୋତ୍ସାହିତ କରିଛି। ଗୃହ ସଂଘରୋଧ ଯୋଗୁଁ ସବୁ ବୟସର ଲୋକମାନେ ଏହା ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କ ପାଖରେ ଉଦାସୀନତା ଓ ମାନସିକ ଚାପର ଏକ ଗୁରୁତର ଅବସ୍ଥା ଦେଖିବାକୁ ମିଳୁଛି। ଆମେରିକୀୟ ଏକାଡେମୀ ଅଫ୍ ଚାଇଲ୍ଡ ଆଣ୍ଡ୍ ଆଡୋଲେସେଣ୍ଟ୍ ସାଇକିଆଟ୍ରି (JAACAP) ସାଇନ୍ସ ଡେଲିରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହାକି କୋଭିଡ କାରଣରୁ ୪ ବର୍ଷରୁ ୨୧ ବର୍ଷ ବୟସର ପିଲାମାନଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ ଏହି ବୟସର ପିଲା ଏବଂ ଯୁବକମାନଙ୍କଠାରେ ମାନସିକ ସ୍ଵାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ଦେଖାଦେଇଛି।

Advertisment

ସାଇକିଆଟ୍ରିକ୍ ଟାଇମ୍ସ ଅନୁଯାୟୀ, ସ୍କୁଲ ବନ୍ଦ ହେବା ଏବଂ ବାହାରେ ସାଙ୍ଗମାନଙ୍କ ସହିତ ଖେଳକୁଦ ନ ହେବା କାରଣରୁ ଶିଶୁ ଏବଂ ଯୁବକମାନଙ୍କ ମଧ୍ୟରେ ନିଃସଙ୍ଗତା ବୃଦ୍ଧି ପାଇଛି, ଯେଉଁ କାରଣରୁ ଉଦାସୀନତା ଏବଂ ଚିନ୍ତାର ସମସ୍ୟା ବଢୁଛି। ଏହି ଲକ୍ଷଣଗୁଡ଼ିକ ପିଲାମାନଙ୍କର ଶାରୀରିକ ଏବଂ ମାନସିକ ବିକାଶକୁ ବହୁତ ପ୍ରଭାବିତ କରିଥାଏ ଏବଂ ଦୀର୍ଘ ସମୟ ଧରି ସେମାନଙ୍କ ଜୀବନକୁ କବଳିତ କରିଥାଏ। ଏଭଳି ପରିସ୍ଥିତିରେ ପିଲାମାନଙ୍କର ଶାରୀରିକ ସ୍ୱାସ୍ଥ୍ୟ ତଥା ମାନସିକ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ପିତାମାତାଙ୍କ ଦାୟିତ୍ଵ। ଏଠାରେ ଆମେ କୋଭିଡ୍ ପରିସ୍ଥିତିରେ କିଛି ପ୍ୟାରେଣ୍ଟିଂ ଟିପ୍ସ ଦେଉଛୁ, ଯାହା ସାହାଯ୍ୟରେ ଆପଣ ପିଲାମାନଙ୍କୁ ଘରେ ଆରାମ ଏବଂ ଚାପମୁକ୍ତ କରିପାରିବେ।

୧. ସାଙ୍ଗମାନଙ୍କ ସହିତ ସମ୍ପର୍କ ରଖିବାକୁ ସେମାନଙ୍କୁ ସାହାଯ୍ୟ କରନ୍ତୁ

publive-image

କରୋନାରେ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ପିଲାମାନେ ସେମାନଙ୍କ ବୟସର ସାଙ୍ଗମାନଙ୍କ ସହିତ ଯୋଗାଯୋଗର ମହତ୍ତ୍ୱ ବି ରହିଛି। ତେଣୁ ଏହାକୁ ବୁଝିବା ସହିତ ସେମାନଙ୍କୁ ଯୋଗାଯୋଗରେ ରହିବାକୁ ସାହାଯ୍ୟ କରନ୍ତୁ। ଏଥିପାଇଁ ଆପଣ ଭିଡିଓ କଲିଂ କିମ୍ବା ଫୋନର ସାହାଯ୍ୟ ନେଇପାରିବେ। ଏହା କରିବା ଦ୍ଵାରା ସେମାନଙ୍କର ଚାପ ଦୂର ହୋଇଯିବ ଏବଂ ସେମାନେ ନିଜକୁ ନିଃସଙ୍ଗ ଅନୁଭବ କରିବେ ନାହିଁ।

Advertisment

୨. କାର୍ଯ୍ୟକଳାପ ଯୋଡନ୍ତୁ

publive-image

ବିଦ୍ୟାଳୟ ବନ୍ଦ ହେତୁ ପିଲାମାନେ ଲଗାତାର ଘରେ ରହୁଛନ୍ତି। ଏପରି ପରିସ୍ଥିତିରେ, ସେମାନଙ୍କୁ କିଛି କାର୍ଯ୍ୟକଳାପରେ ଜଡିତ କର ଯାହାକି ସେମାନେ ଉପଭୋଗ କରିବେ। ରୋଷେଇ, ବଗିଚା କାମ, ସଫା କରିବା, ଧୋଇବା ଇତ୍ୟାଦି କାମ କରିବାକୁ ସେମାନଙ୍କୁ ବାଧ୍ୟ କର ନାହିଁ ଏବଂ ଭୁଲ କଲେ ଗାଳି ଦିଅ ନାହିଁ, ବରଂ ପ୍ରୋତ୍ସାହିତ କରନ୍ତୁ।

୩. ଅନଲାଇନ୍ କ୍ଲାସରେ ସାହାଯ୍ୟ କରନ୍ତୁ

publive-image

ଅନଲାଇନରେ ଅନେକ ଜିନିଷ ବୁଝିବା ପିଲାମାନଙ୍କ ପାଇଁ ସହଜ ନୁହେଁ। ଏପରି ପରିସ୍ଥିତିରେ, ଯଦି ସେମାନଙ୍କ ମନ ପାଠପଢାରେ ଲାଗୁନି ତେବେ ସେମାନଙ୍କୁ ସାହାଯ୍ୟ କରନ୍ତୁ। ସେମାନଙ୍କ ଠାରେ ଏକ ଇଛାଶକ୍ତି ସୃଷ୍ଟି କରନ୍ତୁ ଏବଂ ସେମାନଙ୍କୁ ଘରେ ଟେନସନ ସୃଷ୍ଟି ନ କରି ହସିଖେଳି ଶିଖାନ୍ତୁ।

୪. ପିଲାର ଚାପ ଦୂର କରନ୍ତୁ

publive-image

ଏହି ସମୟରେ ପିଲାଟି ଚିନ୍ତିତ ହେବା ସ୍ୱାଭାବିକ, କିନ୍ତୁ ଆପଣଙ୍କ ପିଲାଙ୍କ ଭାବପ୍ରବଣତାକୁ ଦେଖନ୍ତୁ ଏବଂ ସେମାନଙ୍କ ସହ ସେ ବିଷୟରେ କଥା ହୁଅନ୍ତୁ। ଏହି କଥା ଉପରେ ବିଶେଷ ଦୃଷ୍ଟି ଦିଅନ୍ତୁ ଯେ ପିଲାମାନେ ସେମାନଙ୍କର ଭାବନା ପ୍ରକାଶ କରୁଛନ୍ତି। କୋଭିଡ୍-୧୯ ସଂପର୍କିତ କୌଣସି ବି ପ୍ରଶ୍ନ ଯଦି ପିଲାମାନଙ୍କ ମନରେ ଉଙ୍କିମାରେ ତେବେ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ତାଙ୍କ ମନର ଚିନ୍ତା ଦୂର କରନ୍ତୁ।

୫. କରୋନା ବିଷୟରେ ସୂଚନା ଦିଅନ୍ତୁ

publive-image

କରୋନା ବିଷୟରେ ପିଲାମାନଙ୍କୁ ବୁଝାନ୍ତୁ ଯେ ଯଦି ଆମେ ସବୁ ନିୟମ ମାନିବା ତେବେ ଖୁବ ଶୀଘ୍ର ପରିସ୍ଥିତି ନିଯନ୍ତ୍ରଣକୁ ଆସିଯିବ। ଏହା କରିବା ଦ୍ଵାରା ପିଲାମାନଙ୍କ ଠାରେ ଆତ୍ମବିଶ୍ୱାସ ସୃଷ୍ଟି ହୁଏ ଏବଂ ସେମାନେ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରନ୍ତି। ଆପଣଙ୍କ ପିଲାମାନଙ୍କୁ କରୋନାରୁ ରକ୍ଷାକରିବା ପାଇଁ ସେମାନଙ୍କୁ କୋଭିଡ-୧୯ ସଂକ୍ରମଣ ବିଷୟରେ କୁହନ୍ତୁ। ରୋଗରୁ ସୁରକ୍ଷିତ ରହିବାର ଉପାୟ ବିଷୟରେ ମଧ୍ୟ ସେମାନଙ୍କୁ ଅବଗତ କରାନ୍ତୁ। ପିଲାମାନଙ୍କ ସହିତ ଗୁଣାତ୍ମକ ସମୟ ବିତାଇବା ଉଚିତ ଯାହା ଦ୍ଵାରା ସେମାନେ ଏକୁଟିଆ ଅନୁଭବ କରିବେ ନାହିଁ।

Advertisment
Advertisment