/odishatv-khabar/media/post_attachments/uploadimage/library/16_9/16_9_0/Untitled-1-111_1625224718.jpg)
Untitled-1
ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ହେଉଛି ସର୍ବୋତ୍ତମ ସାଧନା। ଏହାର ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର କରାଯାଇପାରେ। ଏନେଇ ଆଜିକାଲି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଯୋଗକୁ ସେମାନଙ୍କ ଦିନଚର୍ଯ୍ୟାରେ ସାମିଲ କରିଛନ୍ତି। ବଲିଉଡ ଜଗତ ମଧ୍ୟ ଏଥିରୁ ବାଦ ପଡିନି। ଅନେକ ସେଲିବ୍ରିଟି ସୁସ୍ଥ ରହିବା ଏବଂ ନିଜକୁ ଫିଟ୍ ରଖିବା ପାଇଁ ଏହାକୁ ଗ୍ରହଣ କରିବାରେ ସଫଳ ହୋଇଛନ୍ତି। ସେଥିମଧ୍ୟରୁ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଅନ୍ୟତମ। ୫୪ ବର୍ଷ ବୟସରେ ମଧ୍ୟ ସେ ଏତେ ଫିଟ୍ ଦେଖାଯାଉଛନ୍ତି।
/odishatv-khabar/media/post_attachments/wp-content/uploads/2021/06/1-85.jpg)
ଏହା ପଛର କାରଣ ହେଉଛି ସେ ସ୍ୱାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ସହିତ ତାଙ୍କ ରୁଟିନ୍ରେ ଯୋଗକୁ ଅନ୍ତର୍ଭୁକ୍ତ କରିଛନ୍ତି। ସେ ତାଙ୍କ ଫିଟନେସ୍ ଉପରେ ପୂର୍ଣ୍ଣ ଧ୍ୟାନ ଦିଅନ୍ତି ଏବଂ ସମୟ ସମୟରେ ତାଙ୍କ ଭିଡିଓ ଏବଂ ଫଟୋ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରନ୍ତି। ନିକଟରେ ସେ ତାଙ୍କ ଯୋଗର କିଛି ଭିଡିଓ ସୋସିଆଲ ମିଡିଆରେ ସେୟାର କରି ତାଙ୍କ ଫିଟ୍ନେସ୍ର ରହସ୍ୟ ବିଷୟରେ କହିଛନ୍ତି।
ମାଧୁରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିବା ସହ ସମୟ ସମୟରେ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ତାଙ୍କ ପ୍ରଶଂସକଙ୍କ ସହ ବାଣ୍ଟିଥାନ୍ତି ପାଇଁ ତଥ୍ୟ ଦେଇଥାନ୍ତି। କିଛି ଦିନ ପୂର୍ବରୁ, ସେ ନିଜ ପ୍ରଶଂସକମାନଙ୍କୁ କେଶ ସୁରକ୍ଷା ନେଇ କହିଥିଲେ। କେଶ ଝଡିବାରୁ ରକ୍ଷା ପାଇବା ପାଇଁ କିପରି DIY କେଶ ତେଲ ତିଆରି କରିବେ ସେ କହିଥିଲେ। ଏହା ବ୍ୟତୀତ ସେ ନିଜ ଫିଟ୍ନେସ୍ ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତି ଏବଂ ଅନେକ ସମୟରେ ଯୋଗର ଭିଡିଓ ସେୟାର କରନ୍ତି।
/odishatv-khabar/media/post_attachments/wp-content/uploads/2021/06/2-72.jpg)
ଏହି ସବୁ ଯୋଗ ଭିଡିଓରେ ସେ ଭୁଜଙ୍ଗାସନ, ଧନୁରାସନ ଓ ଯୋଗମୁଦ୍ରା ଆସନ କରୁଥିବା ଦେଖାଯାଏ। ଏହିସବୁ ଆସନ ସେ ନିୟମିତ କରୁଥିବା ଜଣାଯାଏ। ମାଧୁରୀ ଧନୁରାସନ ବିଷୟରେ କହିଛନ୍ତି ଯେ ଏହା ଶରୀରର ସମ୍ମୁଖ ଭାଗକୁ ଷ୍ଟ୍ରେଚ୍ କରିଥାଏ। ଏହା ସହିତ ଏହି ଆସନ ପିଠିର ମାଂସପେଶୀକୁ ମଜବୁତ୍ କରିବା ସହ ଶରୀରର ମୁଦ୍ରାରେ ସୁଧାର ଆଣିବାରେ ସହଯୋଗ କରିଥାଏ।
/odishatv-khabar/media/post_attachments/wp-content/uploads/2021/06/3-50.jpg)
ସେହିପରି ଯୋଗ ମୁଦ୍ରା ଆସନ ବିଷୟରେ ସେ କହିଛନ୍ତି ଯେ ଏହା ପାକକ୍ରିୟାଜନିତ ଅଙ୍ଗଗୁଡିକୁ ମଜବୁତ କରିବା ସହ ଏହା ଏକ ଆଦର୍ଶ ମୁଦ୍ରା ମଧ୍ୟ। ଏହି ଆସନ ମଧ୍ୟ ତାଙ୍କ ନିତ୍ୟକର୍ମରେ ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ, ସେ ନିଜ ସୋସିଆଲ ମିଡିଆରେ ଭୁଜଙ୍ଗାସନ ବିଷୟରେ ଲେଖିଛନ୍ତି ଯେ ମେରୁଦଣ୍ଡକୁ ମଜବୁତ କରିବା, ପେଟର ଅଙ୍ଗକୁ ଉତ୍ତେଜିତ କରିବା ଏବଂ ଚାପ, ଥକାପଣରୁ ମୁକ୍ତି ଦେବାରେ ବି ସାହାଯ୍ୟ କରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)