/odishatv-khabar/media/post_attachments/uploadimage/library/16_9/16_9_0/sleeping-young-woman_1626430362.jpg)
sleeping-young-woman
ମଣିଷ ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ଖାଇବା ପିଇବା ସହିତ ଠିକ୍ ସମୟରେ ଶୋଇବା ନିହାତି ଆବଶ୍ୟକ। ଅନେକ ବ୍ୟକ୍ତି ନିଜର ଖିଆଲି ଜୀବନଶୈଳୀ ଯୋଗୁଁ ଶୋଇବା ଅବହେଳା କରନ୍ତି। ଠିକ୍ ସମୟରେ ନଶୋଇ ବିଳମ୍ବରେ ଶୋଇଥାନ୍ତି। ଏପରି କରିବା ଦ୍ୱାରା ନିଦ୍ରାହୀନତା ଭଳି ରୋଗ ଦେଖାଦିଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ଏ ନେଇ ଆମେରିକାରର ‘ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍’ ପକ୍ଷରୁ ଶୋଇବା ଅଭ୍ୟାସ, ଆବଶ୍ୟକତା ଓ ଏହାର ପ୍ରଭାବ ଉପରେ ଏକ ଗବେଷଣା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ବୟସ ଅନୁଯାୟୀ ମଣିଷର ଶୋଇବାର ସମୟ ପରିବର୍ତ୍ତନ ହୋଇଥାଏ। ବୟସ ଅନୁସାରେ କେତେ ସମୟ ଶୋଇବା ଆବଶ୍ୟକ। ଏ ବିଷୟରେ କ’ଣ କହୁଛି ସର୍ଭେ ରିପୋର୍ଟ ଆସନ୍ତୁ ଜାଣିବା।
୧. ଜନ୍ମ ହେବାରୁ ୩ ମାସ ପର୍ଯ୍ୟନ୍ତ ଜଣେ ଶିଶୁ ୧୪ରୁ ୧୭ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ଗବେଷଣାରୁ ଜଣାପଡ଼ିଛି।
୨. ସେହିପରି ୪ରୁ ୧୧ ମାସର ଶିଶୁ ୧୨ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ।
୩. ୧ରୁ ୨ ବର୍ଷର ପିଲା ୧୧ରୁ୧୪ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ। ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
୪. ସେହିପରି ୩ରୁ ୫ବର୍ଷ ପର୍ଯ୍ୟନ୍ତ ପିଲାମାନେ ୧୦ ରୁ ୧୩ ଘଣ୍ଟା ଶୋଇବା ଆବଶ୍ୟକ।
୫. ୧୪ରୁ ୧୭ ବର୍ଷ ପର୍ଯ୍ୟନ୍ତ ପିଲା ୮ରୁ ୧୦ ଘଣ୍ଟା ଶୋଇବା ଦରକାର ବୋଲି ସର୍ଭେରୁ ଜଣାପଡ଼ିଛି।
୬. ୧୮ରୁ ୬୪ ବୟସ ପର୍ଯ୍ୟନ୍ତ ୭ରୁ ୯ ଘଣ୍ଟା ଶୋଇବା ଶରୀର ପାଇଁ ଭଲ ବୋଲି ରିପୋର୍ଟରୁ ଜଣାପଡ଼ିଛି।
୭. ୬୫ ବର୍ଷରୁ ଅଧିକ ବୟସ ବ୍ୟକ୍ତି ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ଗବେଷଣାରୁ ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)