Advertisment

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ର ଏହି ସୁଆଦିଆ ଆଇଟମ୍‌

ଅଧିକାଂଶ ଲୋକଙ୍କୁ ଚିକେନ୍‌ ଖାଇବାକୁ ଭଲ ଲାଗିଥାଏ। କେହି କେହି ଚିକେନ୍‌କୁ ଝୋଳ କରି ଖାଆନ୍ତି ତ ଆଉ କେହି ଏହାକୁ କଷା କରି ଖାଆନ୍ତି। ହେଲେ ବିନା ପିଆଜ, ରସୁଣରେ ଏସବୁ ପ୍ରସ୍ତୁତ କଲେ ଖାଇବାରେ ସ୍ୱାଦ ଆସି ନ ଥାଏ ବୋଲି ସମସ୍ତେ ଭାବନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଚିକେନ୍‌ର ଏମିତି ଏକ ଆଇଟମ୍‌ କହିବୁ ଯାହାକୁ ଆପଣ ବିନା ପିଆଜ, ରସୁଣ ଓ ଅଦାରେ ପ୍ରସ୍ତୁତ କରି ଖାଇ ପାରିବେ। ଏହା […]

author-image
Rajalaxmi Sahoo
ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ର ଏହି ସୁଆଦିଆ ଆଇଟମ୍‌

prepare chicken curry without ginger garlic

ଅଧିକାଂଶ ଲୋକଙ୍କୁ ଚିକେନ୍‌ ଖାଇବାକୁ ଭଲ ଲାଗିଥାଏ। କେହି କେହି ଚିକେନ୍‌କୁ ଝୋଳ କରି ଖାଆନ୍ତି ତ ଆଉ କେହି ଏହାକୁ କଷା କରି ଖାଆନ୍ତି। ହେଲେ ବିନା ପିଆଜ, ରସୁଣରେ ଏସବୁ ପ୍ରସ୍ତୁତ କଲେ ଖାଇବାରେ ସ୍ୱାଦ ଆସି ନ ଥାଏ ବୋଲି ସମସ୍ତେ ଭାବନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଚିକେନ୍‌ର ଏମିତି ଏକ ଆଇଟମ୍‌ କହିବୁ ଯାହାକୁ ଆପଣ ବିନା ପିଆଜ, ରସୁଣ ଓ ଅଦାରେ ପ୍ରସ୍ତୁତ କରି ଖାଇ ପାରିବେ। ଏହା ପ୍ରସ୍ତୁତ ପ୍ରଣାଳୀ ଯେତିକି ସହଜ, ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ।  ଏମିତିରେ ବି ଏବେ ପିଆଜ ଦର ଯେଉଁଭଳି ଆକାଶ ଛୁଆଁ ହେଲାଣି ସେଥିରେ ବିନା ପିଆଜରେ ବି ଲୋକ କୌଣସି ଖାଦ୍ୟ ଖାଇବା ପାଇଁ ପ୍ରସ୍ତୁତ ଅଛନ୍ତି।

Advertisment

ଆବଶ୍ୟକ ସାମଗ୍ରୀ...

  • ଚିକେନ୍‌
  • ସିଝା ଟମାଟୋ
  • କଞ୍ଚାଲଙ୍କା
  • ହଳଦୀ ଗୁଣ୍ଡ
  • ତେଲ
  • ଜିରା ପାଉଡର୍‌
  • ଧନିଆ ପାଉଡର
  • ଗରମ ମସଲା
  • ଲୁଣ।

ପ୍ରସ୍ତୁତ ପ୍ରଣାଳୀ..(How to prepare Chicken Recipe without Onion Ginger Garlic)

Advertisment

ସର୍ବପ୍ରଥମେ ଏକ ପାତ୍ରରେ ତେଲ ପକାଇ ଏହାକୁ ଗରମ କରନ୍ତୁ। ଏହାପରେ ପୂର୍ବରୁ ଭଲ ଭାବରେ ଧୁଆ ହୋଇ ରଖାଯାଇଥିବା ଚିକେନ୍‌କୁ ଏଥିରେ ପକାନ୍ତୁ।

କିଛି ସମୟ ଏହାକୁ ଫ୍ରାଏ କରନ୍ତୁ। ଚିକେନ୍‌ ଫ୍ରାଏ ହେବାଯାଏ ଆପଣ ସିଝା ଟମାଟୋରୁ ଏହାର ଚୋପା ଛଡ଼ାଇ ଦିଅନ୍ତୁ।

ଏହାପରେ ଟମାଟୋ ଓ କଞ୍ଚା ଲଙ୍କାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଚିକେନ୍‌ ଫ୍ରାଏ ହୋଇଗଲା ପରେ ଏହାକୁ ଆପଣ ଅନ୍ୟ ଏକ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।

Chicken fry ହୋଇଥିବା ତେଲରେ ଟମାଟୋ ଓ କଞ୍ଚା ଲଙ୍କାର ପେଷ୍ଟ୍‌ ପକାନ୍ତୁ। ଏଥିରେ ହଳଦୀ ଓ ଧନିଆ ପାଉଡର୍‌ ଏବଂ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଏହି ମସଲାକୁ ଭଲ ଭାବରେ fry କରନ୍ତୁ।

ଏହାପରେ ଚିକେନ୍‌କୁ ଏହି ମସଲାରେ ମିଶାଇ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଅଳ୍ପ ଗରମ ମସଲା ମଧ୍ୟ ଏଥିରେ ପକାନ୍ତୁ।

ଚିକେନ୍‌ ସିଝିବା ପାଇଁ ଆବଶ୍ୟକ ଅନୁସାରେ ପାଣି ଏଥିରେ ଦେଇ ଏହାକୁ ଢାଙ୍କୁଣୀ ଦେଇ ବନ୍ଦ କରି ରଖନ୍ତୁ ଏବଂ ଏହାକୁ ସିଝିବାକୁ ଛାଡ଼ି ଦିଅନ୍ତୁ।

ଅଳ୍ପ କିଛି ସମୟ ପରେ ଏହା ସିଝି ଯିବ। ତା’ପରେ ଏଥିରେ ଆପଣ ଧନିଆ ପତ୍ର ପକାନ୍ତୁ ଓ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବିନା ପିଆଜ ରସୁଣରେ ପ୍ରସ୍ତୁତ ଏହି ଚିକେନ୍ ଆଇଟମ୍‌। ଆପଣ ଏହାକୁ ଉଭୟ ଭାତ ଓ ରୁଟି ସହିତ ଖାଇପାରିବେ।

ଆହୁରି ପଢ଼ନ୍ତୁ:How to Prepare Mati Handi Posta Chicken(ମାଟି ହାଣ୍ଡି ପୋସ୍ତ ଚିକେନ୍‌)

Odia Food Recipe
Advertisment
Advertisment