Advertisment

କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା | Kadali Patra Sukha Kankada

ଭୁବନେଶ୍ୱର: କଙ୍କଡ଼ା ତରକାରୀ, କଷା ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଖାସ୍‌ କରି ଏସବୁ ଅପେକ୍ଷା କଙ୍କଡ଼ା ଝୋଳ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆଜି ଆପଣଙ୍କୁ କଦଳୀ ପତ୍ରରେ କଙ୍କଡ଼ାର ଏକ ସ୍ୱାଦିଷ୍ଟ ଆଇଟମ୍ ତିଆରି କରିବା ଶିଖାଇବୁ ଯାହା କମ୍‌ ତେଲରେ ପ୍ରସ୍ତୁତ ହେବା ସହ କମ୍‌ ସମୟ ବି ଲାଗିଥାଏ। ଜାଣନ୍ତୁ କିପରି ପ୍ରସ୍ତୁତ କରିବେ କଦଳୀ ପତ୍ର ଶୁଖା କଙ୍କଡ଼ା ଆବଶ୍ୟକ ସାମଗ୍ରୀ କଙ୍କଡ଼ା, ନଡ଼ିଆ ରସ, ପିଆଜ ପେଷ୍ଟ, ଅଦା ରସୁଣ […]

author-image
Rajalaxmi Sahoo
କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା | Kadali Patra Sukha Kankada

Kadali Patra Sukha Kankada

ଭୁବନେଶ୍ୱର: କଙ୍କଡ଼ା ତରକାରୀ, କଷା ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଖାସ୍‌ କରି ଏସବୁ ଅପେକ୍ଷା କଙ୍କଡ଼ା ଝୋଳ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆଜି ଆପଣଙ୍କୁ କଦଳୀ ପତ୍ରରେ କଙ୍କଡ଼ାର ଏକ ସ୍ୱାଦିଷ୍ଟ ଆଇଟମ୍ ତିଆରି କରିବା ଶିଖାଇବୁ ଯାହା କମ୍‌ ତେଲରେ ପ୍ରସ୍ତୁତ ହେବା ସହ କମ୍‌ ସମୟ ବି ଲାଗିଥାଏ।

Advertisment

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ କଦଳୀ ପତ୍ର ଶୁଖା କଙ୍କଡ଼ା

ଆବଶ୍ୟକ ସାମଗ୍ରୀ

କଙ୍କଡ଼ା, ନଡ଼ିଆ ରସ, ପିଆଜ ପେଷ୍ଟ, ଅଦା ରସୁଣ ପେଷ୍ଟ, କଞ୍ଚା ଲଙ୍କା, ଚିନି, ଲୁଣ, ତେଲ ଏବଂ କଦଳୀ ପତ୍ର।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଙ୍କଡ଼ାକୁ ଭଲରେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହା ପରେ ସେଥିରେ ନଡ଼ିଆ ରସ, ପିଆଜ ପେଷ୍ଟ, ଅଦା ରସୁଣ ପେଷ୍ଟ, କଞ୍ଚା ଲଙ୍କା, ଚିନି, ଲୁଣ ଏବଂ ଅଳ୍ପ ତେଲ ଦେଇ ଭଲରେ ଗୋଳାଇ ଦିଅନ୍ତୁ। ଆପଣ ଏହାକୁ କଦଳୀ ପତ୍ର ଗୁଡ଼ାଇ ଭାଜିବେ। ଏଥିରେ ଅଳ୍ପ ତେଲ ଦେଲେ ମସଲା ଭଲ ଭାବେ ସିଝି ଯିବ।

Advertisment

ଆହୁରି ପଢ଼ନ୍ତୁ: How to Make Shahi Parwal

ଏହାକୁ ଏବେ କଦଳୀ ପତ୍ରରେ ଗୁଡ଼ାଇ ଦିଅନ୍ତୁ। କଦଳୀ ପତ୍ରକୁ ଆପଣ ଅଳ୍ପ ନିଆଁରେ ସେକି ଦେଇଥିବେ। ଏହା ନ କଲେ କଦଳୀ ପତ୍ର ଫାଟି ଯାଇପାରେ। ଏବେ କଦଳୀ ପତ୍ରରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କଙ୍କଡ଼ା ମ୍ୟାରିନେଟ୍‌କୁ ଗୋଟେ ଗୋଟେ କରି ଗୁଡ଼ାଇ ଏକ ସୂତା ବାନ୍ଧି ଦିଅନ୍ତୁ।

ଏବେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ଅଳ୍ପ ତେଲ ଦିଅନ୍ତୁ। କଦଳୀ ପତ୍ର ଗୁଡ଼ା ହୋଇଥିବା କଙ୍କଡ଼ାକୁ ଭାଜନ୍ତୁ। କିଛି ସମୟ ପରେ ଆର ପାଖ ଆଉ ଥରେ ଓଲଟାଇ ଦିଅନ୍ତୁ। ଆପଣ କଙ୍କଡ଼ାକୁ ଘୋଡ଼ଣୀ ଦେଇ ଅଳ୍ପ ଆଞ୍ଚରେ ଭାଜିବେ।

୧୫ରୁ ୨୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର କଦଳୀ ପତ୍ର ଶୁଖା କଙ୍କଡ଼ା। ଏବେ ଏହାକୁ ଗରମ ଗରମ ପରଷନ୍ତୁ।

Odia Food Recipes
Advertisment
Advertisment