Advertisment

ଘରେ ପ୍ରସ୍ତୁତ କରନ୍ତୁ ‘କ୍ରିସ୍ପି ଚିକେନ୍‌ ହନି ଚିଲି’ | Crispy Chicken Honey Chilli

How to Prepare Crispy Chicken Honey Chilli ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍ ବ୍ରେଷ୍ଟ୍‌ ପିସ୍ ଚିକେନ୍, କର୍ନଫ୍ଲୋର, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଅଦା ଓ ରସୁଣ କଟା, ଭୃସୁଙ୍ଗ ପତ୍ର, ଭଜା ରାଶି, ରିଫାଇନ୍ ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ Chicken ‌କୁ ଭଲଭାବେ ଧୋଇଦେବେ। ପରେ ଏହାକୁ ଛୋଟ ଓ ପତଳା କରି କାଟି ଦିଅନ୍ତୁ। ଏହାପରେ Chicken ‌ରେ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ […]

author-image
Sangita Sahu
ଘରେ ପ୍ରସ୍ତୁତ କରନ୍ତୁ ‘କ୍ରିସ୍ପି ଚିକେନ୍‌ ହନି ଚିଲି’ | Crispy Chicken Honey Chilli

CRISPY CHICKEN HONEY CHILLI in Odia

How to Prepare Crispy Chicken Honey Chilli

ଆବଶ୍ୟକ ସାମଗ୍ରୀ:

ବୋନ୍‌ଲେସ୍ ବ୍ରେଷ୍ଟ୍‌ ପିସ୍ ଚିକେନ୍, କର୍ନଫ୍ଲୋର, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଅଦା ଓ ରସୁଣ କଟା, ଭୃସୁଙ୍ଗ ପତ୍ର, ଭଜା ରାଶି, ରିଫାଇନ୍ ତେଲ ଓ ଲୁଣ।

Advertisment

CRISPY CHICKEN HONEY CHILLI in Odiaପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ Chicken ‌କୁ ଭଲଭାବେ ଧୋଇଦେବେ। ପରେ ଏହାକୁ ଛୋଟ ଓ ପତଳା କରି କାଟି ଦିଅନ୍ତୁ। ଏହାପରେ Chicken ‌ରେ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ସେଥିରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସ୍ୱାଦ୍ ଅନୁଯାୟୀ ଲୁଣ ପକାଇ ଗୋଳାଇ କିଛି ସମୟ ରଖି ଦିଅନ୍ତୁ।

ତା’ପରେ ସେଥିରେ କର୍ନଫ୍ଲୋର ଗୋଳାଇ ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଗୋଳା ହୋଇ ରହିଥିବା ଚିକେନ୍‌କୁ ଗୋଟି ଗୋଟି କରି ଫ୍ରାଏ କରନ୍ତୁ। ଚିକେନ୍‌ଗୁଡ଼ିକ ସୁନେଲି ରଙ୍ଗ ହେବା ଯାଏ Fry କରନ୍ତୁ ଓ ତା’ପରେ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏହାପରେ ଆଉ ଏକ କଡ଼େଇରେ ଅଳ୍ପ ତେଲ ଗରମ କରନ୍ତୁ। ତାପରେ ଏଥିରେ କିଛି ଭୃସୁଙ୍ଗ ପତ୍ର, କଞ୍ଚା ଲଙ୍କା, ରସୁଣ ଓ ଅଦା କଟା ପକାଇ ଭାଜନ୍ତୁ। ଏହାପରେ ଏଥିରେ ଅଳ୍ପ ଟମାଟୋ ସସ୍ ,ମହୁ, କିଛି ଭଜା ରାଶି ଓ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ।

Advertisment

ବର୍ତ୍ତମାନ ଏହାକୁ ୫ ମିନିଟ୍ ଫ୍ରାଏ କରି ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘କ୍ରିସ୍ପି ଚିକେନ୍ ହନି ଚିଲି’।

Also Read: How to make Chingudi Dum Biryani

Odia Food Recipes
Advertisment
Advertisment