Advertisment

ଟିନ୍‌ ଏଜ୍‌ ପିଲା ଛାଡ଼ନ୍ତୁ ଏହି ସବୁ ଅଭ୍ୟାସ, ଆଉ ଦୁର୍ଘଟଣାରୁ ରକ୍ଷା ପାଆନ୍ତୁ

ଆଜିର ବ୍ୟସ୍ତବହୁଳ ଜୀବନରେ ସଡ଼କ ଦୁର୍ଘଟଣା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି। ଟିଭି ଖୋଲିଲେ ଦୁର୍ଘଟଣା। ଖବରକାଗଜ ଖୋଲୁଖୋଲୁ ଦୁର୍ଘଟଣା ଖବର। ସୋଶାଲ ମିଡିଆରେ ବି ଦୁର୍ଘଟଣାର ଲାଇଭ୍‌। ପ୍ରତି ବର୍ଷ ଭାରତରେ ପ୍ରାୟ ୧ଲକ୍ଷ ୨୦ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ୧୨ ଲକ୍ଷ ୭୦ ହଜାର ଲୋକ ଗୁରୁତର ଆହତ ହେଉଛନ୍ତି। ପ୍ରତି ୪ମିନିଟ୍‌ରେ ଜଣେ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏକ ସର୍ବେକ୍ଷଣ କହୁଛି, ପ୍ରତିଦିନ ପ୍ରାୟ […]

author-image
Otv Khabar Bureau
ଟିନ୍‌ ଏଜ୍‌ ପିଲା ଛାଡ଼ନ୍ତୁ ଏହି ସବୁ ଅଭ୍ୟାସ, ଆଉ ଦୁର୍ଘଟଣାରୁ ରକ୍ଷା ପାଆନ୍ତୁ

student1

ଆଜିର ବ୍ୟସ୍ତବହୁଳ ଜୀବନରେ ସଡ଼କ ଦୁର୍ଘଟଣା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି। ଟିଭି ଖୋଲିଲେ ଦୁର୍ଘଟଣା। ଖବରକାଗଜ ଖୋଲୁଖୋଲୁ ଦୁର୍ଘଟଣା ଖବର। ସୋଶାଲ ମିଡିଆରେ ବି ଦୁର୍ଘଟଣାର ଲାଇଭ୍‌।

Advertisment

ପ୍ରତି ବର୍ଷ ଭାରତରେ ପ୍ରାୟ ୧ଲକ୍ଷ ୨୦ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ୧୨ ଲକ୍ଷ ୭୦ ହଜାର ଲୋକ ଗୁରୁତର ଆହତ ହେଉଛନ୍ତି। ପ୍ରତି ୪ମିନିଟ୍‌ରେ ଜଣେ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏକ ସର୍ବେକ୍ଷଣ କହୁଛି, ପ୍ରତିଦିନ ପ୍ରାୟ ୨୦ ଜଣ ପିଲା ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଯେଉଁମାନଙ୍କର ବୟସ ୧୪ ବର୍ଷରୁ କମ୍‌। ଏହା ସମସ୍ତଙ୍କୁ ଚକିତ କଲା ଭଳି ଖବର, କିନ୍ତୁ ସତ୍ୟ। ଆପଣ ଆଜି ସଚେତନ ନ ହେଲେ ଆଉ ସେମାନଙ୍କୁ ସଚେତନ ନ କଲେ କେଉଁ ମୁହୂର୍ତ୍ତରେ ବି ଆପଣଙ୍କ ପିଲାକୁ ହରାଇବେ।

ଆମେ ରାସ୍ତାରେ ଗଲା ବେଳେ ଦେଖିଥାଉ ଯେ, ଅନେକ ସ୍କୁଲ ପିଲା ଗାଡ଼ି ଚଳାଇ ସ୍କୁଲ ଯାଇଥାନ୍ତି। ପିଲାମାନେ ଗାଡ଼ି ଚଳାଇବାର ନିୟମ ନ ଜାଣିବା ସହ ସାଙ୍ଗ ସାଥିଙ୍କ ସହ ମିଶି ବେପରୁଆ ଢଙ୍ଗରେ ଗାଡ଼ି ଚଳାଇଥାନ୍ତି। ଯାହା ଫଳରେ ଦୁର୍ଘଟଣା ଘଟିଥାଏ। ତେଣୁ ଏ ବିଷୟରେ ଅଭିଭାବକମାନେ ପିଲାମାନଙ୍କୁ ସଚେତନ କରାଇବା ସହ ନିଜେ ମଧ୍ୟ ସଚେତନ ରହିଲେ ଦୁର୍ଘଟଣାକୁ ରୋକିହେବ।

Advertisment

ପଢ଼ନ୍ତୁ କିପରି ପିଲାମାନଙ୍କୁ ସଚେତନ କରାଇବା ସହ ନିଜେ ସତର୍କ ରହିବେ

୧. ମୋବାଇଲ୍‌ ପାଇଁ ବାଇକ୍‌ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ବିଷେଶ କରି ଟିନ୍‌ ଏଜ୍‌ ପିଲାମାନେ ସାଙ୍ଗ ସାଥିଙ୍କ ମେଳରେ ସେଲ୍‌ଫି ନେଇ ସୋଶାଲ ମିଡିଆରେ ଛାଡ଼ିବା ବା ଲାଇଭ୍‌ କରିବା ଏକ ଫେଶନ୍‌  ହୋଇଗଲାଣି। ଏଭଳି କରୁଥିବା ଲୋକଙ୍କୁ ଫେସ୍‌ବୁକ୍‌ରେ କମେଣ୍ଟ୍‌ ଦେଇ  ଏମିତି ନ କରିବାକୁ କୁହନ୍ତୁ। ଏହା ଏକ ସାମାଜିକ ଦାୟିତ୍ୱ।publive-image

୨.ଆମେ ଦେଖିଥାଉ ଯେ ସ୍କୁଲ୍‌ କଲେଜ୍‌ ପିଲାମାନେ  ନିଜର ପାରିବାପଣ ଦେଖାଇବାକୁ ଗାଡ଼ିରେ ତିନି ଚାରି ଜଣଙ୍କୁ ବସାଇ ନେଇଥାନ୍ତି। ଏଥିପାଇଁ ମଧ୍ୟ ବହୁତ ଦୁର୍ଘଟଣା ଘଟିଥାଏ। ତେଣୁ ଅଭିଭାବକମାନେ ପିଲାମାନଙ୍କୁ ଏମିତି କରିବାକୁ ବାରଣ କରିବା ସହ ନିଜେ ସଚେତନ ହୁଅନ୍ତୁ।

୩. ଅଧିକାଶଂ ସ୍କୁଲ୍‌ କଲେଜ୍‌ ପିଲା ଗାଡ଼ି ଚଳାଇଲା ବେଳେ ହେଡ୍‌ଫୋନ୍‌ ବ୍ୟବହାର କରିଥାନ୍ତି। ଏହା ଦୁର୍ଘଟଣାକୁ ଡାକି ଆଣିଥାଏ । ତେଣୁ ଏହା କରନ୍ତୁ ନାହିଁ।

୪.ଛାତ୍ରଛାତ୍ରୀମାନେ ରାସ୍ତାରେ ଡ୍ରାଇଭ୍‌ କଲା ବେଳେ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିଥାନ୍ତି। ଏଥିପାଇଁ ନଜେ ଦୁର୍ଘଟଣାର ଶିକାର ହେବା ସହ ରାସ୍ତାରେ ଯାଉଥିବା ଅନ୍ୟଲୋକ ମାନଙ୍କୁ ମଧ୍ୟ ଅସୁବିଧାରେ ପକାଇଥାନ୍ତି। ତେଣୁ ଏହା କରନ୍ତୁ ନହିଁ।publive-image

୫. ନିଶା ଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା ଦୁର୍ଘଟଣାର ମୁଖ୍ୟ କାରଣ। ଦେଖିଥାଉ ଯେ ଟିନ୍‌ ଏଜ୍‌ ପିଲାମାନେ ସାଙ୍ଗ ସାଥିଙ୍କ ମେଳରେ ନିଶା ଦ୍ରବ୍ୟ ସେବନ କରି ଗାଡ଼ି ଚଳାଇଥାନ୍ତି। ତେଣୁ ଏଥରୁ ସବୁବେଳେ ନିବୃତ ରୁହନ୍ତୁ।

୬. ଟ୍ରାଫିକ୍‌ ନିୟମ ମାନି ଓ ସର୍ବଦା ହେଲ୍‌ମେଟ୍‌ ପିନ୍ଧି ଗାଡ଼ି ଚଳାନ୍ତୁ। ଟ୍ରେନ୍‌ ଫାଟକରେ ନିୟମ ନ ମାନିବାରୁ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଥାନ୍ତି। ଏହା ସବୁବେଳେ ପାଳନ କରନ୍ତୁ।

୭.ଅନେକ ସମୟରେ ଆମେ ଦେଖିଥାଉ ଯେ ଛାତ୍ରଛାତ୍ରୀ ମାନେ ସାଙ୍ଗଙ୍କ ମେଳରେ ଦ୍ରୁତ ଗତିରେ ଗାଡ଼ି ଚଳାଇବା ସହ କାନଫଟା ହର୍ଣ୍ଣ ବଜାଇ ଯାଇଥାନ୍ତି। ଏହା କରିବା ଦ୍ୱାରା ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ମଧ୍ୟ ଗାଡ଼ି ଚଳାଇବାରେ ଧ୍ୟାନ ଦେଇପାରନ୍ତି ନାହିଁ। ତେଣୁ ଏହା ନ କରିବାକୁ ପିଲାମାନଙ୍କୁ ଅଭିଭାବକ ମାନେ ବାରଣ କରନ୍ତୁ।

୮.ରାତିରେ ମଧ୍ୟ ପିଲାମାନେ ରାସ୍ତାରେ ଗଲା ବେଳେ ରେସ୍‌ଲଗାଇ ହେଡ଼୍‌ ଲାଇଟ୍‌ ଅନ୍ୟମାନଙ୍କୁ ପକାଇଥାନ୍ତି। ଏଥିପାଇଁ ମଧ୍ୟ ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନଙ୍କର ଦୁର୍ଘଟଣା ହୋଇଥାଏ।publive-image

କେବଳ ଛାତ୍ରଛାତ୍ରୀ ମାନେ ନୁହେଁ ସାଧାରଣ ଲୋକମାନେ ମଧ୍ୟ ଏହି ସବୁ ବିଷୟ ଉପରେ ଧ୍ୟାନ ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାନ୍ତୁ।

  •  କାର୍‌ରେ ଗଲା ବେଳେ ସିଟ୍‌ ବେଲ୍ଟ୍ ବାନ୍ଧନ୍ତୁ।
  • ଛୋଟ ଛୁଆ ମାନେ ଗାଡ଼ିରେ ଶୋଇ ପଡ଼ିଥାନ୍ତି। ଏଥିପ୍ରତି ସଚେତନ ରୁହନ୍ତୁ। ସେମାନଙ୍କୁ ମଧ୍ୟ ହେଲ୍‌ମେଟ୍‌ ପିନ୍ଧାନ୍ତୁ।
  •  କେବଳ ଗାଡ଼ି ଚଳାଇଲା ବେଳେ ନୁହେଁ ଫୁଟ୍‌ଫାଥ୍‌ରେ ଚାଲିବା ବେଳେ ମଧ୍ୟ ଧ୍ୟାନ ଦିଅନ୍ତୁ।
  •  ରାସ୍ତା ପାର ହେବା ସମୟରେ ଗାଡ଼ି ଯିବା ଆସିବାର ଗତିବିଧିକୁ ଧ୍ୟନରେ ରଖି ରାସ୍ତା ପାର ହୁଅନ୍ତୁ।
  •  ଅନେକ ସମୟରେ ମହିଳାମାନେ ଗାଡ଼ି ଚଳାଇଲା ବେଳେ ଅସାବଧାନତା କାରଣରୁ ପିନ୍ଧିଥିବା  ଶାଢ଼ୀ ଓ ଓଢ଼ଣି ଯୋଗୁ ଦୁର୍ଘଟଣା ହୋଇଥାଏ। ତେଣୁ ମହିଳାମାନେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ।

( ତଥ୍ୟ ସଂଗ୍ରହ ଓ ସଂପାଦନା: ରୋଜାଲିନ୍‌ ରଥ)

Advertisment
Advertisment