Advertisment

ଗୋଟା ରସୁଣ ଚିକେନ୍‌ ଲଟ୍‌ପଟ୍‌ | How to Prepare Chicken Latpat

ଚିକେନ୍‌ ସମସ୍ତଙ୍କର ପ୍ରିୟ ଖାଦ୍ୟ। ସବୁବେଳେ ଆମେ ବିଭିନ୍ନ ପ୍ରକାର ମସଲା ପକାଇ ଚିକେନ୍‌ର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ। କିନ୍ତୁ ‘ଗୋଟା ରସୁଣ ଚିକେନ୍‌ ଲଟ୍‌ପଟ୍‌’ ନାଁ ଆପଣ କେବେ ଶୁଣିଛନ୍ତି କି? ଏଥିରେ ପଡ଼ୁଥିବା ରସୁଣ କୋଲା ପାଇଁ ହିଁ ଏହି ଆଇଟମ୍‌ ଅନ୍ୟ ସବୁ ଆଇଟମ୍‌ ଠାରୁ ଭିନ୍ନ ସ୍ୱାଦ ଦେଇଥାଏ। ଯେଉଁମାନେ ଖାଦ୍ୟ ସହ କଞ୍ଚା ରସୁଣ ଖାଇବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଚିକେନ୍‌ରେ ଏହିପରି ରସୁଣ ପକାଇ […]

author-image
Rosalin Rath
ଗୋଟା ରସୁଣ ଚିକେନ୍‌ ଲଟ୍‌ପଟ୍‌ | How to Prepare Chicken Latpat

chicken latpat in odia

ଚିକେନ୍‌ ସମସ୍ତଙ୍କର ପ୍ରିୟ ଖାଦ୍ୟ। ସବୁବେଳେ ଆମେ ବିଭିନ୍ନ ପ୍ରକାର ମସଲା ପକାଇ ଚିକେନ୍‌ର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାଉ। କିନ୍ତୁ ‘ଗୋଟା ରସୁଣ ଚିକେନ୍‌ ଲଟ୍‌ପଟ୍‌’ ନାଁ ଆପଣ କେବେ ଶୁଣିଛନ୍ତି କି? ଏଥିରେ ପଡ଼ୁଥିବା ରସୁଣ କୋଲା ପାଇଁ ହିଁ ଏହି ଆଇଟମ୍‌ ଅନ୍ୟ ସବୁ ଆଇଟମ୍‌ ଠାରୁ ଭିନ୍ନ ସ୍ୱାଦ ଦେଇଥାଏ। ଯେଉଁମାନେ ଖାଦ୍ୟ ସହ କଞ୍ଚା ରସୁଣ ଖାଇବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଚିକେନ୍‌ରେ ଏହିପରି ରସୁଣ ପକାଇ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ପାରିବେ।

Advertisment

ତେବେ ରସୁଣ ଖାଇବା ଦ୍ୱରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିବା ସହ ସ୍ୱାସ୍ଥ୍ୟ ପାଇଁ ଏହା ଅନେକ ଉପକାରୀ ହୋଇଥାଏ।

How to Prepare Chicken Latpat

ତେବେ କମ୍‌ ସମୟରେ ଏବଂ କମ୍‌ ମସଲାରେ ପ୍ରସ୍ତୁତ ଏହି ବ୍ୟଞ୍ଜନ କିପରି ତିଆରି କରିବେ ଜାଣନ୍ତୁ।

Advertisment

ଗୋଟା ରସୁଣ ଚିକେନ୍‌ ଲଟ୍‌ପଟ୍‌ ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ

ଚିକେନ୍‌ ଲେଗ୍‌ ପିସ୍‌, ରସୁଣ କୋଲା, ପିଆଜ, ତେଲ, ଗରମ ମସଲା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଏବଂ ଆବଶ୍ୟକୀୟ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚୁଲାରେ କଡେଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇ ଆସିଲେ ସେଥିରେ କଟା ହୋଇଥିବା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେଲା ପରେ ସେଥିରେ ପୂର୍ବରୁ ଲୁଣ, ହଳଦୀ ଗୋଳା ହୋଇ ରଖା ହୋଇଥିବା ଚିକେନ୍‌ ପକାଇ ଭଲ ଭାବେ ଭବେ ମିଶାନ୍ତୁ।

ଆହୁରି ପଢ଼ନ୍ତୁ: How to Prepare Apple Sweet 

ଏହା ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଗରମ ମସଲା ଏବଂ ରସୁଣ କୋଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ ପରେ କିଛି ସମୟ ପାଇଁ ଘୋଡ଼ାଇ ଚିକେନ୍‌କୁ ସିଝିବାକୁ ଛାଡ଼ି ଦିଅନ୍ତୁ।

କିଛି ସମୟ ପରେ ଢାଙ୍କୁଣି କାଢ଼ି ପୁଣି ଚିକେନ୍‌କୁ ଗୋଳାନ୍ତୁ। ଚିକେନ୍‌ ସିଝିବା ପଯ୍ୟନ୍ତ ମଝିରେ ମଝିରେ ଢାଙ୍କୁଣି କାଢ଼ି ଗୋଳାନ୍ତୁ।

କିଛି ସମୟ ପରେ ଚିକେନ୍‌ ସିଝି ହୋଇଯିବ। ଏହା ପରେ ପ୍ରସ୍ତୁତ ହୋଇଯିବ ଗୋଟା ରସୁଣ ଚିକେନ୍‌ ଲଟ୍‌ପଟ୍‌।

ତା’ ପରେ ଚିକେନ୍‌କୁ ଏକ ପ୍ଲେଟ୍‌କୁ କାଢ଼ି ପରଷନ୍ତୁ।

ଏହାକୁ ଆପଣ ରୁଟି କିମ୍ବା ପରଟା ସହ ଖାଇ ପାରିବେ।

Odia Food Recipes
Advertisment
Advertisment