Advertisment

ପ୍ରାକୃତିକ ଉପାୟରେ ଘରକୁ କେମିତି ରଖିବେ ଥଣ୍ଡା ?  ଜାଣନ୍ତୁ କିଛି ପ୍ରକ୍ରିୟା

ଖରା ଦିନରେ ଗରମ ଓ ଗୁଳୁଗୁଳିରେ ବଡ଼ ଅସହ୍ୟବୋଧ ଲାଗେ। ଏଣୁ ବାହାରେ ବେଶି ସମୟ ନରହି ଘରେ ରହିବାକୁ ସମସ୍ତେ ପସନ୍ଦକରନ୍ତି। ଖରାଦିନେ ଘରକୁ ଥଣ୍ଡା ରଖିବାକୁ ସାଧାରଣତଃ କୁଲର, ଏସି ଆଦି ବ୍ୟବହାର କରନ୍ତି ଲୋକେ। କିନ୍ତୁ ଯେତେବେଳେ ବିଦ୍ୟୁତ୍‌ ନଥାଏ ତ ଏସବୁ କିଛି କାମରେ ଆସେ ନାହିଁ। ଗରମରେ ବଡ଼ ହନ୍ତସନ୍ତ ହେବାକୁ ପଡ଼େ। ଆମେ ଆପଣଙ୍କୁ କିଛି ଭଲ ପ୍ରକ୍ରିୟା  କହୁଛୁ, ଯାହା ଦ୍ୱାରା ଆପଣ କିଛି ପ୍ରାକୃତିକ ଉପାୟରେ […]

author-image
Otv Khabar Bureau
ପ୍ରାକୃତିକ ଉପାୟରେ ଘରକୁ କେମିତି ରଖିବେ ଥଣ୍ଡା ?  ଜାଣନ୍ତୁ କିଛି ପ୍ରକ୍ରିୟା

room

ଖରା ଦିନରେ ଗରମ ଓ ଗୁଳୁଗୁଳିରେ ବଡ଼ ଅସହ୍ୟବୋଧ ଲାଗେ। ଏଣୁ ବାହାରେ ବେଶି ସମୟ ନରହି ଘରେ ରହିବାକୁ ସମସ୍ତେ ପସନ୍ଦକରନ୍ତି। ଖରାଦିନେ ଘରକୁ ଥଣ୍ଡା ରଖିବାକୁ ସାଧାରଣତଃ କୁଲର, ଏସି ଆଦି ବ୍ୟବହାର କରନ୍ତି ଲୋକେ। କିନ୍ତୁ ଯେତେବେଳେ ବିଦ୍ୟୁତ୍‌ ନଥାଏ ତ ଏସବୁ କିଛି କାମରେ ଆସେ ନାହିଁ। ଗରମରେ ବଡ଼ ହନ୍ତସନ୍ତ ହେବାକୁ ପଡ଼େ। ଆମେ ଆପଣଙ୍କୁ କିଛି ଭଲ ପ୍ରକ୍ରିୟା  କହୁଛୁ, ଯାହା ଦ୍ୱାରା ଆପଣ କିଛି ପ୍ରାକୃତିକ ଉପାୟରେ ଘରକୁ ଥଣ୍ଡା ରଖିପାରିବେ।  ଖରାରେ ଘରେ ରହି ଆରାମ ପାଇ ପାରିବେ।

Advertisment

publive-image୧ – ଘରେ  ଯଦି ଏ.ସି ରଖି ନାହାନ୍ତି ତ ରୁମ୍‌ର ଫ୍ଲୋର୍‌ରେ କାର୍ପେଟ୍‌ ବିଛାନ୍ତୁ ନାହିଁ। କାରଣ କାର୍ପେଟ୍‌ ଗରମ ବଢାଇଥାଏ। ଫ୍ଲୋର୍‌ ଖାଲି ରହିଲେ ଘର ଥଣ୍ଡା ଲାଗେ। ଘରର ତାପମାତ୍ରା ବୃଦ୍ଧି ହୁଏନାହିଁ।

୨ –କୌଣସି ବାଲଟି ବା ଟବ୍‌ରେ ପାଣି ଭର୍ତ୍ତି କରି ଘରେ ରଖନ୍ତୁ। ଏଥିରେ ଝରକା ଦେଇ ଆସୁଥିବା ପବନ ବା ଫ୍ୟାନ୍‌ ପବନରେ ଘର ଥଣ୍ଡା ଲାଗିବ।

Advertisment

publive-image୩ – ଘରକୁ ସୂର୍ଯ୍ୟ କିରଣରୁ ରୋକିବା ପାଇଁ ଝରକା, କବାଟରେ ମୋଟା ଓ ଗାଢ଼ ରଙ୍ଗର ସ୍କ୍ରିନ୍‌ ଲଗାନ୍ତୁ। ଗାଢ଼ ରଙ୍ଗ ମଧ୍ୟରେ ଲାଲ୍, ନୀଳ, ସବୁଜ ଆଦି ରଙ୍ଗ ବାଛିପାରିବେ। ଏହା ଗରମକୁ ନିଜେ ଟାଣିଦେଇ ଘରକୁ ଥଣ୍ଡା ରଖିଥାଏ।

୪- ଶୋଇବା ଘରେ ବେଡ୍‌ଶିଟ୍‌ଟି ହାଲକା ରଙ୍ଗର ହେବା ଉଚିତ୍‌। ହାଲକା ନୀଳ ଓ ସବୁଜ ରଙ୍ଗର  ବେଡ୍‌ଶିଟ୍‌  ଶୋଇବା ପାଇଁ ଆରାମ୍‌ ଦାୟକ।

୫- ଘରର ଛାତ ଉପରେ ଓଦା ନଡା ରଖନ୍ତୁ। ଘରର ତାପମାତ୍ରା କମ୍‌ ରହିବ।

publive-image୬- ଯଦି ଘରେ କୁଲର ରଖିଛନ୍ତି ତ ସେହି ଘରର ଝରକାରେ ଜାଲି ଲଗାନ୍ତୁ। ଫଳରେ ଶୀତଳ ପବନ ଘରକୁ ଆସିବ।

୭- ଆଉ ମଧ୍ୟ ଆପଣ ଚାହିଁଲା ସକାଳ, ସନ୍ଧ୍ୟାରେ ଘରର ଚଟାଣକୁ ପାଣିରେ ଧୋଇପାରିବେ। ଯାହାକୁ ଘରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିବ।

House In Summer Natural Way
Advertisment
Advertisment