Advertisment

ଆପଣ କୋଷ୍ଠକାଠିନ୍ୟରେ ପୀଡିତ କି, କରନ୍ତୁ ଏହି ଯୋଗ

କରୋନା ଭାଇରସ୍ ଦ୍ୱିତୀୟ ତରଙ୍ଗ ଯୋଗୁଁ ଲକଡାଉନ୍ ପୁଣି ଥରେ ଜାରି ରହିଛି। ଏଭଳି ପରିସ୍ଥିତିରେ ଘରେ ବସି ଅନେକ ଲୋକଙ୍କ ଶାରୀରିକ କାର୍ଯ୍ୟକଳାପ ଯଥେଷ୍ଟ କମିଛି ଫଳରେ ସେମାନେ କୋଷ୍ଠକାଠିନ୍ୟର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ଏହି ସମୟ ମଧ୍ୟ…

author-image
Pramod Behera
ଅଦ୍ୟତନ ହୋଇଛି
ଆପଣ କୋଷ୍ଠକାଠିନ୍ୟରେ ପୀଡିତ କି, କରନ୍ତୁ ଏହି ଯୋଗ

Untitled-1

କରୋନା ଭାଇରସ୍ ଦ୍ୱିତୀୟ ତରଙ୍ଗ ଯୋଗୁଁ ଲକଡାଉନ୍ ପୁଣି ଥରେ ଜାରି ରହିଛି। ଏଭଳି ପରିସ୍ଥିତିରେ ଘରେ ବସି ଅନେକ ଲୋକଙ୍କ ଶାରୀରିକ କାର୍ଯ୍ୟକଳାପ ଯଥେଷ୍ଟ କମିଛି ଫଳରେ ସେମାନେ କୋଷ୍ଠକାଠିନ୍ୟର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ଏହି ସମୟ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢେଇବା ପାଇଁ। ଏପରି ପରିସ୍ଥିତିରେ, ଏହି ସମସ୍ୟାର ସମାଧାନ ପାଇଁ ସୁସ୍ଥ ଖାଦ୍ୟର ଆବଶ୍ୟକତା ସହିତ ନିୟମିତ ଯୋଗ ଅଭ୍ୟାସ କରାଯିବା ମଧ୍ୟ ମଧ୍ୟ ଉଚିତ। ଯୋଗ ଅଭ୍ୟାସ ଦ୍ଵାରା ଶରୀରରେ ଶକ୍ତି  ସଂଚାର ହୁଏ ଏବଂ ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ।

Advertisment

ତେବେ ସାମର୍ଥ୍ୟ ଅନୁଯାୟୀ ଯୋଗ କରିବା ଉଚିତ। ଯୋଗ କରିବା ଦ୍ଵାରା କୋଷ୍ଠକାଠିନ୍ୟ ତ ଦୂର ହୋଇଥାଏ ଏହା ସହିତ ରୋଗପ୍ରତିରୋଧକ ପ୍ରକ୍ରିୟା ମଧ୍ୟ ସୂଚାରୁ ରୂପେ ଚାଲିଥାଏ। ଏପରି ପରିସ୍ଥିତିରେ ଶରୀରକୁ ସୁସ୍ଥ ରଖିବା ପାଇଁ ଦିନକୁ ଅନ୍ତତ ଏକ ଘଣ୍ଟା ଯୋଗ କରିବା ଜରୁରୀ। ତେବେ ଆସନ୍ତୁ କେଉଁ କେଉଁ ସରଳ ଯୋଗ କରିବା ଦ୍ଵାରା ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇବେ ସେ ବିଷୟରେ ଜାଣିବା।

ତିର୍ଯକ ତାଡାସନ:

publive-image

ତିର୍ଯକ ତାଡାସନ କରିବା ଦ୍ଵାରା ଅଣ୍ଟାର ଚର୍ବି ହ୍ରାସ ହୁଏ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳେ। ଏହା ଦ୍ଵାରା ଅନେକ ପେଟଜନିତ ସମସ୍ୟାରୁ ବି ମୁକ୍ତି ମଳିଥାଏ। କୋଷ୍ଠକାଠିନ୍ୟ, ଅଣ୍ଟା ନିକଟରେ ଜମି ରହିଥିବା ଚର୍ବି ଓ ଶରୀରକୁ ନମନୀୟ କରିବା ପାଇଁ ତିର୍ଯକ ତାଡାସନ ଅନେକ ଲାଭ ଦେଇଥାଏ।

Advertisment

ମଳାସନ:

publive-image

ମଳତ୍ୟାଗ କରିବା ବେଳେ ଆମେ ଯେଉଁ ଅବସ୍ଥାରେ ବସିଥାଉ ତାହାକୁ ମଳାସନ କୁହାଯାଏ। ଏଭଳି ବସିବା ଅବସ୍ଥା ପେଟ ଏବଂ ପିଠି ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।

କିପରି କରିବେ ମଳାସନ:ଉଭୟ ଆଣ୍ଠୁକୁ ଭାଙ୍ଗି ମଳତ୍ୟାଗ କରିବା ଭଳି ଅବସ୍ଥାରେ ବସ। ତା’ପରେ ଡାହାଣ କାଖକୁ ଡାହାଣ ଆଣ୍ଠୁରେ ଓ ବାମ କାଖକୁ ବାମ ଆଣ୍ଠୁ ଉପରେ ରଖି ଦୁଇ ହାତକୁ ନମସ୍କାର ମୁଦ୍ରାରେ ରଖ। ଏହିଭଳି ଅବସ୍ଥାରେ କିଛି ସମୟ ରହିବା ପରେ, ସ୍ୱାଭାବିକ ଅବସ୍ଥାକୁ ଆସନ୍ତୁ।

publive-image

ମଳାସନର ଉପକାରିତା: ମଳାସନ ଦ୍ଵାରା ଆଣ୍ଠୁ, ଗଣ୍ଠି, ପିଠି ଓ ପେଟର ଯନ୍ତ୍ରଣା ଲାଘବ ହୋଇଥାଏ। ଏହା କୋଷ୍ଠକାଠିନ୍ୟ ଓ ଗ୍ୟାସ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

ପ୍ରଜାପତି ଆସନ:

publive-image

ପ୍ରଜାପତିର ଆସନକୁ ତିତଲି ଆସନ ମଧ୍ୟ କୁହାଯାଏ। ଏହି ଆସନ ମହିଳାମାନଙ୍କ ପାଇଁ ବିଶେଷ ଲାଭଦାୟକ ଅଟେ। ପ୍ରଜାପତି ଆସନ କରିବା ପାଇଁ, ଗୋଡକୁ ସାମ୍ନାରେ ବିସ୍ତାର କରି ବସନ୍ତୁ, ମେରୁଦଣ୍ଡକୁ ସିଧା ରଖନ୍ତୁ। ଦୁଇ ଆଣ୍ଠୁକୁ ଭାଙ୍ଗି ଗୋଡକୁ ଶ୍ରୋଣୀ ଆଡକୁ ଆଣନ୍ତୁ। ଦୁଇ ପାଦକୁ ଦୁଇ ହାତରେ ଜୋରରେ ଧରି ରଖନ୍ତୁ। ସାହାରା ପାଇଁ ହାତକୁ ପାଦ ତଳେ ରଖିପାରିବେ। ଗୋଇଠିକୁ ଯଥାସମ୍ଭବ ଯୌନାଙ୍ଗ ଆଡକୁ ଆଣିବାକୁ ଚେଷ୍ଟା କରନ୍ତୁ। ଏକ ଲମ୍ବା, ଗଭୀର ନିଶ୍ୱାସ ନିଅନ୍ତୁ ଏବଂ ଶ୍ଵାସ ଛାଡ଼ି ଆଣ୍ଠୁ ଓ ଜଙ୍ଘକୁ ଭୂମି ଆଡକୁ ଦବାନ୍ତୁ। ପ୍ରଜାପତିର ଡେଣା ପରି ଉଭୟ ଗୋଡକୁ ଉପର ତଳ କରନ୍ତୁ। ଧୀରେ ଧୀରେ ବଢାନ୍ତୁ। ନିଶ୍ୱାସ ନିଅନ୍ତୁ ଏବଂ ଛାଡନ୍ତୁ। ଆରମ୍ଭରେ, ଯେତିକି ସମ୍ଭବ ସେତିକି କରନ୍ତୁ। ଅଭ୍ୟାସକୁ ଧୀରେ ଧୀରେ ବଢାନ୍ତୁ।

ନଉକାସନ:

publive-image

ନଉକାସନ ଶବ୍ଦ ହିଁ ଆସନର ସ୍ଥିତିକୁ ସୂଚେଇ ଥାଏ। ଶରୀରକୁ ଡଙ୍ଗା ଆକୃତିର କରିବାକୁ ପଡେ। ଏହି ଆସନ କରିବା ଦ୍ୱାରା ପେଟ ଓ ପିଚା ଉପରେ ବହୁତ ଚାପ ପଡେ, ଫଳରେ ସେଗୁଡିକ ମସାଜ ହୋଇଥାଏ। ଏଥିସହ, ଶ୍ରୋଣୀ ଅଞ୍ଚଳର ମାଂସପେଶୀରେ ବହୁତ ଟାଣ ଓ ଶକ୍ତିଶାଳୀ ହୋଇଥାଏ। ଏହି ଆସନ କରିବାକୁ, ପ୍ରଥମେ ପିଠି ଉପରେ ଶୋଇବାକୁ ହୁଏ। ପରେ ଦୁଇ ଗୋଡକୁ ଏକତ୍ର କରି ଦୁଇ ହାତକୁ ଶରୀର ସହିତ ସଂଲଗ୍ନ କରିବାକୁ ହିଏ। ଏକ ଦୀର୍ଘ ନିଶ୍ୱାସ ନେଇ ଛାଡିବା ବେଳେ ଦୁଇ ହାତକୁ ପାଦ ଆଡକୁ ଟାଣିବା ସହିତ ଛାତି ସହିତ ପାଦକୁ ଉଠାଇବାକୁ ହୁଏ। ବର୍ତ୍ତମାନ ଏକ ଦୀର୍ଘ ଓ ଗଭୀର ଶ୍ୱାସ ନେଇ ସ୍ଥିତିକୁ ବଜାୟ ରଖିବାକୁ ହୁଏ। ପରେ ଶ୍ୱାସ ଛାଡି ବିଶ୍ରାମ ନେବାକୁ ହୁଏ।

Advertisment
Advertisment