Advertisment

ବିଟ୍‌ ଜୁସ୍‌ ବଦଳାଇ ଦେବ ହେୟାର ଷ୍ଟାଇଲ

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ତଥାପି ଶରୀରକୁ ଫିଟ୍‌ ରଖିବା ପାଇଁ ସମସ୍ତଙ୍କର ଇଛା। ଏହାମଧ୍ୟରୁ କେଶ ସମସ୍ୟା ହେଉଛି ଅନ୍ୟତମ। ଧଳା କେଶର ସମସ୍ୟା ଏକ ସାଧାରଣ କଥା। ଅନେକ ଲୋକ କେଶକୁ ରଙ୍ଗବିରଙ୍ଗ କରିବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗକୁ ବ୍ୟବହାର କରିଥାନ୍ତି। ଯାହାଦ୍ୱାରା କେଶ ଛିଣ୍ଡିବା ସହିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଯଦି ଆପଣ କେଶକୁ ଗାଢ଼ ନାଲି କିମ୍ୱା ବରଗଣ୍ଡି ରଙ୍ଗ କରିବାକୁ ଚାହୁଁଛନ୍ତି, ତେବେ ଆପଣ ବିନା […]

ବିଟ୍‌ ଜୁସ୍‌ ବଦଳାଇ ଦେବ ହେୟାର ଷ୍ଟାଇଲ

bit

Advertisment

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ତଥାପି ଶରୀରକୁ ଫିଟ୍‌ ରଖିବା ପାଇଁ ସମସ୍ତଙ୍କର ଇଛା। ଏହାମଧ୍ୟରୁ କେଶ ସମସ୍ୟା ହେଉଛି ଅନ୍ୟତମ। ଧଳା କେଶର ସମସ୍ୟା ଏକ ସାଧାରଣ କଥା। ଅନେକ ଲୋକ କେଶକୁ ରଙ୍ଗବିରଙ୍ଗ କରିବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗକୁ ବ୍ୟବହାର କରିଥାନ୍ତି। ଯାହାଦ୍ୱାରା କେଶ ଛିଣ୍ଡିବା ସହିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଯଦି ଆପଣ କେଶକୁ ଗାଢ଼ ନାଲି କିମ୍ୱା ବରଗଣ୍ଡି ରଙ୍ଗ କରିବାକୁ ଚାହୁଁଛନ୍ତି, ତେବେ ଆପଣ ବିନା ଦ୍ୱିଧାରେ ବିଟ୍‌ର ଜୁସ୍‌କୁ ବ୍ୟବହାର କରିପାରିବେ। ଫଳରେ କେଶର କୌଣସି ସମସ୍ୟା ହେବନାହିଁ। କେଶ ମଧ୍ୟ ଲାଲ ଦେଖାଯିବ। ତେବେ ବିଳମ୍ୱ ନକରି ଆସନ୍ତୁ ଜାଣିବା କେଶକୁ ଲାଲା କରିବାର ସରଳ ଉପାୟ…

Advertisment

-ପ୍ରଥମେ ବିଟ୍‌କୁ ଭଲଭାବେ ଧୋଇ ତା’ର ଚୋପାକୁ ବାହାର କରିଦିଅନ୍ତୁ।

-ତା’ପରେ ବିଟ୍‌କୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ। ସେହି ଖଣ୍ଡକୁ ନେଇ ଗ୍ରାଇଣ୍ଡରରେ ପକାଇ ଭଲଭାବରେ ପେଷ୍ଟ କରନ୍ତୁ। ବିଟ୍‌ର ପେଷ୍ଟଟି ପୂରା ଚିକ୍କଣ ହେବା ଆବଶ୍ୟକ। ସେଥିରେ କୌଣସି ଖଣ୍ଡ ନଥିବ।

-ପରେ ବିଟ୍‌ର ପେଷ୍ଟକୁ ଏକ ଛଣା ସାହାଯ୍ୟରେ ପାତ୍ରକୁ ଛାଣି ଦିଅନ୍ତୁ। ତା’ପରେ ସେଥିରେ ମହୁକୁ ମିଶାନ୍ତୁ।

Advertisment

-ଏହି ପେଷ୍ଟକୁ ଲଗାଇବା ପୂର୍ବରୁ ପ୍ରଥମେ ଚୁଟିକୁ ଭଲଭାବରେ ସାମ୍ପୁ କରନ୍ତୁ। କିନ୍ତୁ ଚୁଟିରେ କଣ୍ଡିସନର ମାରିବେ ନାହିଁ।

-ଯେତେବେଳେ ଆପଣଙ୍କ ଚୁଟି ସୁଖିଯିବ, ସେତେବେଳେ ଆପଣ ଏହି ବିଟ୍‌ର ପେଷ୍ଟକୁ ଲଗାଇବେ।

-ଚୁଟିରେ ଲଗାଇବା ସମୟରେ ସଜାଗ ହୋଇ ଲଗାଇବେ, ନଚେତ୍‌ ବିଟ୍‌ର ପେଷ୍ଟ ଶରୀରରେ ପଡି ଦାଗ ହେବାର ସମ୍ଭାବନା ରହିଥାଏ।

Advertisment

-ଚୁଟିରେ ଏହି ପେଷ୍ଟ ଲଗାଇବା ପରେ, ମୁଣ୍ଡକୁ ଏକ ପ୍ଲାଷ୍ଟିକ୍‌ ଜରିରେ ଘୋଡାଇ ଦିଅନ୍ତୁ।

-ଯଦି ଚୁଟିରେ ଏହି ପେଷ୍ଟର ପ୍ରଭାବ ଦେଖିବାକୁ ଚାହୁଁଛନ୍ତି, ତେବେ ଏହାକୁ ୪ରୁ୫ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ପରେ ଚୁଟିକୁ ଧୋଇଦିଅନ୍ତୁ। ଧୋଇସାରିଲା ପରେ ଚୁଟିରେ କଣ୍ଡିସନର ଲଗାନ୍ତୁ।

ବିଟ୍‌ର ଏହି ପେଷ୍ଟ କେଶରେ ରାସାୟନିକ ରଙ୍ଗ ଭଳି ବେଶି ଗାଢ଼ ଦିଖାଯିବ ନାହିଁ। କିନ୍ତୁ କେଶ ଲାଲା ରଙ୍ଗ ଦେଖାଯିବ। ଏହି ପେଷ୍ଟ କେଶରେ ଅତି କମ୍‌ରେ ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ରହିବ। ଖରାରେ ବାହାରକୁ ବାହାରିଲେ କେଶକୁ ଘୋଡାଇ ରଖନ୍ତୁ।  ଯଦି ଆପଣଙ୍କ ଚୁଟି ଡ୍ରାଏ ହୋଇଥାଏ ତେବେ ବିଟ୍‌ର ପେଷ୍ଟରେ ନଡିଆ ତେଲକୁ ମିଶାଇ ଲଗାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ