Advertisment

ଲେମ୍ବୁ ପାଣି ପିଇଲେ କ’ଣ ହୋଇଥାଏ ଲାଭ ଓ କ୍ଷତି ଜାଣନ୍ତୁ

ଭୁବନେଶ୍ୱର: ଖରାଦିନ ଆସି ଗଲାଣି। ତେଣୁ ଏବେ ସମସ୍ତେ ଥଣ୍ଡା ପାଣି, କୋଲ୍‌ ଡ୍ରିଙ୍କ୍‌ ସହ ଲେମ୍ବୁ ପାଣି ଅଧିକ ମାତ୍ରାରେ ପିଇବାକୁ ପସନ୍ଦ କରିବେ। ଏପରିକି କିଛି ଲୋକ ମୋଟାରୁ ପତଳା ହେବା ପାଇଁ ମଧ୍ୟ ଲେମ୍ୱୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ବି ଲେମ୍ୱୁ ପାଣିକୁ ନିୟମିତ ଭାବରେ ପିଉଛନ୍ତି, ତେବେ ସାବଧାନ ରୁହନ୍ତୁ। କାରଣ ଅତ୍ୟଧିକ ଲେମ୍ୱୁପାଣି ଶରୀର ପାଇଁ ଲାଭଦାୟକ ନୁହେଁ। ଆବଶ୍ୟକତାଠାରୁ ଅଧିକ ଲେମ୍ବୁପାଣି ପିଇବା ଶରୀର […]

author-image
Sangita Sahu
ଲେମ୍ବୁ ପାଣି ପିଇଲେ କ’ଣ ହୋଇଥାଏ ଲାଭ ଓ କ୍ଷତି ଜାଣନ୍ତୁ

lemon

ଭୁବନେଶ୍ୱର: ଖରାଦିନ ଆସି ଗଲାଣି। ତେଣୁ ଏବେ ସମସ୍ତେ ଥଣ୍ଡା ପାଣି, କୋଲ୍‌ ଡ୍ରିଙ୍କ୍‌ ସହ ଲେମ୍ବୁ ପାଣି ଅଧିକ ମାତ୍ରାରେ ପିଇବାକୁ ପସନ୍ଦ କରିବେ।
ଏପରିକି କିଛି ଲୋକ ମୋଟାରୁ ପତଳା ହେବା ପାଇଁ ମଧ୍ୟ ଲେମ୍ୱୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି।
ଯଦି ଆପଣ ବି ଲେମ୍ୱୁ ପାଣିକୁ ନିୟମିତ ଭାବରେ ପିଉଛନ୍ତି, ତେବେ ସାବଧାନ ରୁହନ୍ତୁ। କାରଣ ଅତ୍ୟଧିକ ଲେମ୍ୱୁପାଣି ଶରୀର ପାଇଁ ଲାଭଦାୟକ ନୁହେଁ।

Advertisment

ଆବଶ୍ୟକତାଠାରୁ ଅଧିକ ଲେମ୍ବୁପାଣି ପିଇବା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ତେଣୁ ଯଦି ଲେମ୍ବୁପାଣି ପିଉଛନ୍ତି ତେବେ ନିୟନ୍ତ୍ରିତ ମାତ୍ରାରେ ପିଅନ୍ତୁ।

publive-imageତେବେ ଆସନ୍ତୁ ଜାଣିବା ଲେମ୍ବୁପାଣି କିପରି ଆପଣଙ୍କ ଶରୀର ଉପରେ କ୍ଷତି ପହଞ୍ଚାଇଥାଏ।
• ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ରହିଥାଏ, ଯାହାଦ୍ୱାରା ଆପଣଙ୍କ ଦାନ୍ତ କ୍ଷତିଗ୍ରସ୍ତ ହୋଇଥାଏ। ଏଥିପାଇଁ ଲେମ୍ବୁ ପାଣି ପିଇବା ସମୟରେ ଗ୍ଲାସ ପରିବର୍ତ୍ତେ ଷ୍ଟ୍ର’ ବ୍ୟବହାର କରନ୍ତୁ। ଏପରି କଲେ ଆପଣଙ୍କ ଦାନ୍ତ କ୍ଷତିଗ୍ରସ୍ତ ହେବନାହିଁ।
• ଯେଉଁମାନଙ୍କ ଅମ୍ଳପିତ୍ତ ସମସ୍ୟା ରହିଛି, ସେମାନେ ଲେମ୍ବୁ ପାଣି ପିଇବା ଅନୁଚିତ୍। ଏହା ଦ୍ୱାରା ପେଟ ସମସ୍ୟା ଦେଖା ଦେଇଥାଏ।
• ସେହିପରି ଯେଉଁମାନଙ୍କର ଅଲସର୍ ସମସ୍ୟା ରହିଛି, ସେମାନେ ଲେମ୍ବୁ ଖାଆନ୍ତୁ ନାହିଁ।
• କିଛି ଲୋକଙ୍କର ଖାଦ୍ୟ ଖାଇସାରିବା ପରେ ଲେମ୍ବୁ ପାଣି ପିଇ ଖାଦ୍ୟ ହଜମ କରିବାର ଅଭ୍ୟାସ ରହିଥାଏ। କିନ୍ତୁ ଜାଣି ରଖନ୍ତୁ, ଏହା ଏକ ଖରାପ ଅଭ୍ୟାସ। ଏହା ଯୋଗୁ ଆପଣଙ୍କ ପେଟ ସମସ୍ୟା ସୃଷ୍ଟି ହୋଇଥାଏ।
• ଲେମ୍ବୁକୁ ଖାଦ୍ୟରେ ମିଶାଇ ଖାଇ ପାରିବେ। ଆପଣ ଚାହିଁଲେ ଲେମ୍ବୁ ଆଚାର ମଧ୍ୟ ଖାଇ ପାରିବେ। ମାତ୍ର ଆବଶ୍ୟକତାଠାରୁ ଅଧିକ ଲେମ୍ବୁ ଖାଇଲେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ।

Advertisment
Advertisment
Advertisment