Advertisment

ଏସିଡିଟିକୁ ନେଇ ଚିନ୍ତିତ କି ? କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ବ୍ୟସ୍ତ ଜୀବନଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁଁ ଲୋକଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ଏସିଡିଟି ଗୋଟିଏ। ଏସିଡିଟି ହେବା ଫଳରେ ପେଟ ଜ୍ୱଳନ ,ଆମ୍ୱିଳା ହାକୁଟି ହୋଇଥାଏ। ଏହାର ଉପଶମ ପାଇଁ ଲୋକେ ଅନେକ ଔଷଧ ସେବନ କରିଥାନ୍ତି। ଆପଣ ଚାହିଁଲେ ବିନା ଔଷଧରେ ଘରୋଇ ଉପଚାର ଦ୍ୱାରା ଏସିଡିଟି ସମସ୍ୟାକୁ ଦୂରେଇ ପାରିବେ। ୧ – ଲବଙ୍ଗ : ଯଦି ଆପଣଙ୍କୁ ଏସିଡିଟି  ହୋଇଛି , ତେବେ ଲବଙ୍ଗ ଚୋବାନ୍ତୁ। ଲବଙ୍ଗ […]

ଏସିଡିଟିକୁ ନେଇ ଚିନ୍ତିତ କି ? କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

acidity-1

Advertisment

ଆଜିକାଲି ବ୍ୟସ୍ତ ଜୀବନଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁଁ ଲୋକଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ଏସିଡିଟି ଗୋଟିଏ। ଏସିଡିଟି ହେବା ଫଳରେ ପେଟ ଜ୍ୱଳନ ,ଆମ୍ୱିଳା ହାକୁଟି ହୋଇଥାଏ। ଏହାର ଉପଶମ ପାଇଁ ଲୋକେ ଅନେକ ଔଷଧ ସେବନ କରିଥାନ୍ତି। ଆପଣ ଚାହିଁଲେ ବିନା ଔଷଧରେ ଘରୋଇ ଉପଚାର ଦ୍ୱାରା ଏସିଡିଟି ସମସ୍ୟାକୁ ଦୂରେଇ ପାରିବେ।

Advertisment

publive-image୧ - ଲବଙ୍ଗ : ଯଦି ଆପଣଙ୍କୁ ଏସିଡିଟି  ହୋଇଛି , ତେବେ ଲବଙ୍ଗ ଚୋବାନ୍ତୁ। ଲବଙ୍ଗ ପାଣିକୁ ଗରମ କରି ମଧ୍ୟ ପିଇ ପାରିବେ। ଏହା କରିବା ଦ୍ୱାରା ଗ୍ୟାସ୍‌ ଓ ଏସିଡିଟି ସମସ୍ୟା ଦୂର ହୋଇପାରିବ।

୨ -କଦଳୀ : ଏସିଡିଟି ବେଳେ କଦଳୀ ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।  କଦଳୀର ଆଲ୍‌କାଇନ୍‌ ଗୁଣ ପେଟରେ ଏସିଡିଟିକୁ କମାଇ ଦେଇଥାଏ। ଯେତେବେଳେ ଖଟା ହାକୁଟି ଆସୁଛି ତ ତୁରନ୍ତ କଦଳୀ ଖାଆନ୍ତୁ।

Advertisment

publive-image୩ -ଲେମ୍ୱୁ ଓ ବେକିଂ ସୋଡ଼ା: ଏକ ଗ୍ଲାସ୍‌ ଥଣ୍ଡା ପାଣିରେ ଏକ ଚାମଚ ଲେମ୍ୱୁ ରସ ପକାନ୍ତୁ। ପୁଣି ଏଥିରେ ୧ଚାମଚ ବେକିଂ ସୋଡ଼ା ପକାଇ ତୁରନ୍ତ ପିଅନ୍ତୁ। ଏଥିରେ ଏସିଡିଟି ଦୂର ହୋଇଯିବ।

୪ - ଅଦା: ପେଟରେ ଜ୍ୱଳନ ହେଲେ , ଏପରି ସ୍ଥିତିରେ ଅଦାର ଏକ ଛୋଟ ଖଣ୍ଡ ନେଇ ଚୋବାନ୍ତୁ। ଏଥିରେ ଆରାମ ଲାଗିବ। ଏହା ବ୍ୟତୀତ  ୧ଚାମଚ ମହୁ ମହ ଅଦା ରସମିଶାଇ ପିଅନ୍ତୁ।

Advertisment

୫- ଥଣ୍ଡା କ୍ଷୀର : ଯେଉଁ ଲୋକଙ୍କୁ ସବୁବେଳେ ଏସିଡିଟିର ସମସ୍ୟା  ଥାଏ, ସେ ପ୍ରତିଦିନ ୧ ଗ୍ଲାସ୍‌ ଥଣ୍ଡା କ୍ଷୀର ପିଇଲେ ଖୁବ୍ ଭଲ। କ୍ଷୀର ପେଟକୁ ଯାଇ ଏସିଡିଟିକୁ ନ୍ୟୁଟିଲାଇଟ୍‌ କରିଥାଏ ଓ ପେଟକୁ ଥଣ୍ଡା ରଖିଥାଏ ।

Home Remedies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ