Advertisment

ଗ୍ରୀଷ୍ମ ତାପରେ କେମିତି ରଖିବେ ନିଜକୁ ଫିଟ୍‌ ? ଜାଣନ୍ତୁ କିଛି ଟିପ୍ସ

ଋତୁ ପରିବର୍ତ୍ତନ ସହ ନିଜକୁ ଖାପଖୁଆଇ ଚଳିଲେ କିଛି ଅସୁବିଧା ହୋଇନଥାଏ। ଦିନଚର୍ଯ୍ୟା ବି ଠିକ୍‌ରେ ହୋଇଥାଏ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଏବେ ଧିରେ ଧିରେ ଖରା ବଢିବାକୁ ଲାଗିଲାଣି। ଆଉ ଅସହ୍ୟ ଖରାରେ ଘର ବାହାରକୁ ଯିବାକୁ ବି ଇଚ୍ଛା ହେଉନି। ପ୍ରବଳ ଗ୍ରୀଷ୍ମ ତାପରେ ସ୍ୱାସ୍ଥ୍ୟ ବିଗିଡିବାର ଭୟ ଥାଏ। ଆପଣ ଚାହିଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ସେଥିପାଇଁ କିଛି ଉପାୟ ଜାଣନ୍ତୁ। ୧ –  ଖରାରେ ବାବାରକୁ ଗଲେ […]

ଗ୍ରୀଷ୍ମ ତାପରେ କେମିତି ରଖିବେ ନିଜକୁ ଫିଟ୍‌ ? ଜାଣନ୍ତୁ କିଛି ଟିପ୍ସ

health

Advertisment

ଋତୁ ପରିବର୍ତ୍ତନ ସହ ନିଜକୁ ଖାପଖୁଆଇ ଚଳିଲେ କିଛି ଅସୁବିଧା ହୋଇନଥାଏ। ଦିନଚର୍ଯ୍ୟା ବି ଠିକ୍‌ରେ ହୋଇଥାଏ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଏବେ ଧିରେ ଧିରେ ଖରା ବଢିବାକୁ ଲାଗିଲାଣି। ଆଉ ଅସହ୍ୟ ଖରାରେ ଘର ବାହାରକୁ ଯିବାକୁ ବି ଇଚ୍ଛା ହେଉନି। ପ୍ରବଳ ଗ୍ରୀଷ୍ମ ତାପରେ ସ୍ୱାସ୍ଥ୍ୟ ବିଗିଡିବାର ଭୟ ଥାଏ। ଆପଣ ଚାହିଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ସେଥିପାଇଁ କିଛି ଉପାୟ ଜାଣନ୍ତୁ।
୧ -  ଖରାରେ ବାବାରକୁ ଗଲେ ଛତା କିମ୍ୱା କୌଣସି ଟୋପି ଆଦିରେ ମୁଣ୍ଡକୁ ସୁରକ୍ଷା ଦିଅନ୍ତୁ। ରାତିରେ ଠିକ୍‌ ସମୟରେ ଶୁଅନ୍ତୁ ଓ ସକାଳେ ଠିକ୍‌ ସମୟରେ ଶଯ୍ୟାତ୍ୟାଗ କରନ୍ତୁ।

Advertisment

publive-image୨- ସୂର୍ଯ୍ୟୋଦୟ ପୂର୍ବରୁ ଉଠିଲେ ସକାଳର ତାଜା ପବନରେ ଦେହକୁ ସତାଜ ଲାଗେ। ଏହି ସମୟରେ ବ୍ୟାୟାମ କଲେ ଥକ୍କା ଲାଗେ ନାହିଁ।

୩- ପ୍ରାତଃ କାଳରେ ଯୋଗ,ପ୍ରାଣାୟମ ଓ ଧ୍ୟାନ କରିଲେ ଆପଣ ଖରାଦିନେ ମଧ୍ୟ ସହଜରେ ଥକିବେ ନାହିଁ। ଖାଲି ସେତିକି ନୁହେଁ ମାନସିକ ଚିନ୍ତା,ଅବସାଦରୁ ମଧ୍ୟ ମୁକ୍ତି ପାଇବେ।

Advertisment

୪-ଯେତେବେଳେ ଶୋଷ ହେବ,ସେତେବେଳେ ପାଣି ପିଅନ୍ତୁ। ଖରାଦିନେ କୃତ୍ରିମ ପାନୀୟ ନ ପିଇ ଥଣ୍ଡା ଜଳ ,ଦହି ଓ ଫଳ ସରବତ୍‌ ପିଇଲେ ଭଲ।

୫- ଖରାଦିନେ ତାଜା ଓ ହାଲୁକା ଭୋଜନ କରନ୍ତୁ। ଶୀଘ୍ର ହଜମ ହେଉଥିବା ଖାଦ୍ୟ,ସାଲାଡ଼୍‍ ଓ ଫଳ ଆଦି ଖାଇଲେ ବି ଖରାର ପ୍ରଭାବ ପଡ଼ିବନି ଆପଣଙ୍କ ଉପରେ।

Advertisment

publive-image୬- ,ପ୍ରତ୍ୟହ ଖରାଦିନେ ଦୁଇ ଥର ସ୍ନାନ କରନ୍ତୁ। ଉଭୟ ସମୟରେ ଥଣ୍ଡାଜଳରେ ଗାଧୋଇଲେ କ୍ଳାନ୍ତି ମେଣ୍ଟିଯିବ ଓ ଆପଣ ଫ୍ରେସ୍‌ ଅନୁଭବ କରିବେ।

୭- ଖରାଦିନେ ପିନ୍ଧୁଥିବା ପୋଷାକ ଉପରେ ମଧ୍ୟ ଟିକେ ଧ୍ୟାନ ଦିଅନ୍ତୁ। ଗ୍ରୀଷ୍ମରୋଧକ କପଡ଼ା ପିନ୍ଧନ୍ତୁ। ତା’ଛଡ଼ା ବଜାରରେ ଉପଲବ୍ଧ ସନ୍‌ସ୍କ୍ରିନ୍‌ କ୍ରିମ୍‌ ବା ଲୋସନ୍‌ର ଉପଯୋଗ ମଧ୍ୟ କରିପାରନ୍ତି।

ଉପରୋକ୍ତ ଏହି ସବୁ ଟିପ୍ସକୁ ଆପଣେଇଲେ , ଆପଣ ଖରାରେ ନିଜକୁ ସୁସ୍ଥ ରଖିପାରିବେ ଓ ଖରାରେ ସେସ୍ୟାରେ ପଡିବେନି।

Health Care Hot Day Summer Season
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ