/odishatv-khabar/media/post_attachments/uploadimage/library/16_9/16_9_0/7-2_1626428978.jpg)
ଭୁବନେଶ୍ୱର : ଖରା ଦିନ ହେଲେ ତାତିରେ ଅତିଷ୍ଠ ହୋଇପଡନ୍ତି ଲୋକେ। ଏଥିରେ ଛଟପଟ ହେବା ସହ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି। ଏହି ଦିନେ ସାଧାରଣତଃ ଇମ୍ୟୁନିଟି ସିଷ୍ଟମ ପ୍ରଭାବିତ ହୋଇଥାଏ। ପାଚନ ଓ ତ୍ୱଚା ସମ୍ବନ୍ଧିତ ସମସ୍ୟା ସହ ଫ୍ଲୁ ଓ ସଂକ୍ରମଣର ଆଶଙ୍କା ବି ରହିଥାଏ। ତେଣୁ ଏହାକୁ ପ୍ରତିହତ କରିବାକୁ ଜାଣିବା କିଛି ସରଳ ଉପାୟ।
ଖରା ଦିନେ ବହୁତ ଶୋଷ ଲାଗୁଥିବା ବେଳେ ଝାଳ ମଧ୍ୟ ପ୍ରବଳ ବୋହିଥାଏ। ଏହି ସମୟରେ ଶରୀରକୁ ହାଇଡ୍ରେଡ ରଖିବା ବହୁତ ଜରୁରୀ ହୋଇପଡ଼େ। ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଜଳୀୟ ଅଂଶ ଥିଲେ ଆପଣ ବହୁ ରୋଗ ପ୍ରତିରୋଧ କରି ପାରିବେ।
/odishatv-khabar/media/post_attachments/wp-content/uploads/2019/05/9-2.jpg)
ଶରୀରରେ ଫାଇବର ମାତ୍ରା ବୃଦ୍ଧି କରାଇବା ନିମନ୍ତେ ଆପଣ ପନିପରିବା, ଫଳମୂଳ, ଆଦି ଖାଇବାକୁ ଗୁରୁତ୍ୱ ଦିଅନ୍ତୁ। ଏହି ଦିନରେ ଯଥାସମ୍ଭବ ତେଲ ମସଲା ଖାଦ୍ୟରୁ ଦୂରେଇ ରୁହନ୍ତୁ। ଫାଇବର ସ୍ରୋତର ଖାଦ୍ୟ ପଦାର୍ଥ ଆପଣଙ୍କ ପାଚନ କ୍ରିୟାକୁ ଠିକ୍ ରଖିଥାଏ। କବଜ୍ ସସମ୍ୟା ମଧ୍ୟ ଏହା ଦୂର କରିଥାଏ।
ଖରା ଦିନେ ଚା, କଫି ଆଦି ଅଧିକ ସେବନ କରିବା କ୍ଷତିକାରକ। ଏହାଦ୍ୱାରା ଅଲସର, ଏସିଡ଼ିଟି ଓ ପେଟ ଜଳାପୋଡା ହେବା ଆଦି ସମସ୍ୟା ଦେଖାଦେଇଥାଏ।ଏଥିପାଇଁ ଖରା ଦିନେ ଯଥାସମ୍ଭବ ଏହାଠୁ ଦୂରରେ ରୁହନ୍ତୁ। ପ୍ରତି ବଦଳରେ ଆପଣ ଦହି, ଜୁସ୍, ଲସି ଆଦି ଥଣ୍ଡା ଜାତୀୟ ପାନୀୟ ଡାଏଟରେ ସାମିଲ କରନ୍ତୁ।
ଝାଳ ନିର୍ଗତ ହେବା ଶରୀର ଲାଗି ବହୁତ ଲାଭଦାୟକ ହୋଇଥାଏ। କାରଣ ଏହାଦ୍ୱାରା ଆପଣଙ୍କ ଶରୀରରୁ ଅପରିଷ୍କାର ପଦାର୍ଥ ନିର୍ଗତ ହୋଇଯାଇଥାଏ। ଏହାସହ ଆପଣଙ୍କୁ ସୁସ୍ଥ ଓ ଫିଟ୍ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଏଥିପାଇଁ ଖରା ଦିନେ ବି ଆପଣ ଏକ୍ସରସାଇଜ କରିବା ଛାଡନ୍ତୁ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)