Advertisment

ଏହି ସବୁ ଯୋଗ କରି ବଢାନ୍ତୁ ରକ୍ତ ସଂଚାଳନ ଓ ଅମ୍ଳଯାନ ସ୍ତର

ଯୋଗ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଅଭ୍ୟାସ। ଯୋଗ ମନ, ଶରୀର, ଆତ୍ମାକୁ ସନ୍ତୁଳନ କରିବା ସହିତ ଏକ ସୁସ୍ଥ ଜୀବନ ଜୀଇବାରେ ମାର୍ଗ ଦେଖାଇଥାଏ। ଏକ ସକରାତ୍ମକ ଓ ସର୍ଜନାତ୍ମକ ଜୀବନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଅନେକ…

author-image
Pramod Behera
ଏହି ସବୁ ଯୋଗ କରି ବଢାନ୍ତୁ ରକ୍ତ ସଂଚାଳନ ଓ ଅମ୍ଳଯାନ ସ୍ତର

Untitled-1

ଯୋଗ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଅଭ୍ୟାସ। ଯୋଗ ମନ, ଶରୀର, ଆତ୍ମାକୁ ସନ୍ତୁଳନ କରିବା ସହିତ ଏକ ସୁସ୍ଥ ଜୀବନ ଜୀଇବାରେ ମାର୍ଗ ଦେଖାଇଥାଏ। ଏକ ସକରାତ୍ମକ ଓ ସର୍ଜନାତ୍ମକ ଜୀବନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଅନେକ ପ୍ରକାର ରୋଗର ସ୍ଥାୟୀ ନିରାକରଣ ଯୋଗ ମାଧ୍ୟମରେ ହୋଇଥାଏ। ତେବେ ଗୋଟିଏ ଦିନରେ ଯୋଗରେ କେହି ନିପୁଣ ହୋଇଯାଆନ୍ତି ନାହିଁ। ଏଥିପାଇଁ ଅଣେକ ସାଧନା କରିବାକୁ ହୋଇଥାଏ। ଜଣେ ନିୟମିତ ଭାବେ ଯଦି ଯୋଗ ଅଭ୍ୟାସ ଜାରି ରଖେ ତେବେ ଏହାର ସୁଫଳ ନିଶ୍ଚୟ ମିଳିବ। ତେବେ ଆପଣଙ୍କ ଶରୀରରେ ରକ୍ତ ସଂଚାଳନକୁ ମଜବୁତ କରିବା ସହିତ ଶ୍ଵାସକ୍ରିୟାଜନିତ ସମସ୍ୟା ଲାଘବ ନେଇ କେଉଁ କେଉଁ ଯୋଗ ଅଭ୍ୟାସ କରିବାକୁ ହେବ ସେ ବିଷୟରେ ଆସନ୍ତୁ ଜାଣିନେବା।

Advertisment

publive-image

ଥୋରାସିକ୍ ବ୍ରିଦିଙ୍ଗ୍ :ଥୋରାସିକ୍ ବ୍ରିଦିଙ୍ଗକୁ ଅକ୍ଷତ ଶ୍ଵସନ ମଧ୍ୟ କୁହାଯାଏ। ଗଭୀର ନିଶ୍ୱାସ ଦ୍ଵାରା ଫୁସଫୁସକୁ ଭରିବା ପରେ ଭିତରେ କିଛି ସମୟ ରଖି ଶ୍ଵାସକୁ ଛାଡିବା ପ୍ରକ୍ରିୟାକୁ ଥୋରାସିକ୍ ବ୍ରିଦିଙ୍ଗ କୁହାଯାଏ। ତେବେ ଏହା କରିବାକୁ ହେଲେ ଧୀରେ ଧୀରେ ନିଶ୍ୱାସ ନେଇ ଧୀରେ ଧୀରେ ଛାଡିବାକୁ ହୋଇଥାଏ। ଏହା କରିବା ଦ୍ଵାରା ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ପ୍ରବାହ ହୋଇଥାଏ। ଆଖି ବନ୍ଦ କରି ଏହି ଅଭ୍ୟାସ କରିବା ଦ୍ଵାରା ଭଲ ଫଳାଫଳ ମିଳିଥାଏ।

publive-image

ଡିପ୍ ବ୍ରିଦିଙ୍ଗ୍ : ଶରୀରକୁ ଢିଲା ଛାଡିଦିଅ। ନିଶ୍ୱାସକୁ ଧୀରେ ଧୀରେ ଭରିବା ପରେ ଧୀରେ ଧୀରେ ଛାଡ଼। ଏହି ସମୟରେ ପେଟ ଓ ଛାତିକୁ ଢିଲା କରିବାକୁ ହୁଏ। ଏହା ଆପଣଙ୍କ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିଥାଏ।

Advertisment

publive-image

କପାଳଭାତୀ:କପାଳଭାତୀ ପାଇଁ ପଦ୍ମାସନ ବା ସୁଖାସନରେ ବସ। ମେରୁଦଣ୍ଡକୁ ସିଧା ରଖିବା ସହିତ ଯେକୌଣସି ଧ୍ୟାନମୁଦ୍ରା କର। ଏହା ପରେ ନାକର ଉଭୟ ପୁଡାରେ କ୍ଷୀପ୍ର ଗତି ବାହାରକୁ ଶ୍ଵାସ ଛାଡ। ଏହି ସମୟରେ ପେଟକୁ ଯଥାସମ୍ଭବ ସଙ୍କୁଚିତ କରିବାକୁ ହୋଇଥାଏ। ଏହା ପରେ ତୁରନ୍ତ, ନାକର ଉଭୟ ପୁଡାରେ ସ୍ଵାଭାବିକ ଭାବେ ଶ୍ୱାସ ନେଇ ପେଟକୁ ଯଥାସମ୍ଭବ ବାହାରକୁ ଆଣିବାକୁ ହୋଇଥାଏ।

ଏହି କ୍ରିୟାକୁ ପ୍ରାଥମିକ ସ୍ତରରେ ନିଜ ଶକ୍ତି ଅନୁଯାୟୀ ୫୦ ଥର କରି ଧୀରେ ଧୀରେ ୫୦୦ ପର୍ଯ୍ୟନ୍ତ ବଢାଯାଇପାରେ। ଏହାକୁ ଅତିକମରେ ୫ ମିନିଟ୍ ଓ ଅତିବେଶିରେ ୩୦ ମିନିଟ ପର୍ଯ୍ୟନ୍ତ କରାଯାଇପାରେ। କପାଳଭାତୀ ଏକ ଅତ୍ୟନ୍ତ ଉର୍ଜାବାନ ଉଚ୍ଚ ଉଦର ଶ୍ୱାସଜନିତ ବାୟାମ। କପାଳ ଅର୍ଥ ମସ୍ତିଷ୍କ ଓ ଭାତୀ ଅର୍ଥ। କପାଳଭାତୀ ହେଉଛି ସେହି ପ୍ରାଣାୟାମ ଯାହା ମାଧ୍ୟମରେ ମସ୍ତିଷ୍କ ପରିଷ୍କାର କରାଯାଇଥାଏ। ଏହା ଦ୍ଵାରା ମଧ୍ୟ ମସ୍ତିଷ୍କର କାର୍ଯ୍ୟ ସୂଚରୁରୂପେ ପରିଚାଳିତ ହୋଇଥାଏ। ଖାଲି ଏତିକି ନୁହେଁ ଏହି ପ୍ରାଣାୟାମର ଅନ୍ୟାନ୍ୟ ଲାଭ ମଧ୍ୟ ଅଛି। ଲିଭର, କିଡନୀ ଓ ଗ୍ୟାସ ସମସ୍ୟା ପାଇଁ କପାଳଭାତୀ ଅତ୍ୟନ୍ତ ଲାଭଦାୟକ ଅଟେ।

Advertisment
Advertisment