Advertisment

କେଉଁ ସମୟରେ ଅଣ୍ଡା ଖାଇଲେ ଅଧିକ ଲାଭ ମିଳିଥାଏ ଜାଣନ୍ତୁ

ଭୁବନେଶ୍ୱର: ଆମିଶ ଖାଉଥିବା ଲୋକେ ପ୍ରାୟ ଅଣ୍ଡା ଖାଇବାକୁ ଭଲ ପାଆନ୍ତି। ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ଏଥିରେ ଫସ୍‌ଫରସ୍, ଭିଟାମିନ୍‌, ସେଲେନିୟମ୍‌, ପ୍ରୋଟିନ୍‌, ସୋଡିୟମ୍‌, କାର୍ବୋହାଇଡ୍ରେଡ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ପୋଟାୟିୟମ୍‌ ପରି ଅନେକ ତତ୍ତ୍ୱ ରହିଛି। ମାଂସପେଶୀ ତିଆରି କରିବା ପାଇଁ ଅଣ୍ଡାକୁ ସର୍ବୋକୃଷ୍ଟ ଖାଦ୍ୟ ବୋଲି କୁହାଯାଏ। ତେବେ କ’ଣ ଆପଣ ଜାଣିଛନ୍ତି, ଅଣ୍ଡା ଖାଇବା ପାଇଁ ମଧ୍ୟ ଏକ ଉପଯୁକ୍ତ ସମୟ ରହିଛି। ଏମିତିରେ ଲୋକମାନେ ଅଣ୍ଡାକୁ ଜଲଖିଆ, ମଧ୍ୟାହ୍ନ ଭୋଜନ […]

author-image
Sangita Sahu
କେଉଁ ସମୟରେ ଅଣ୍ଡା ଖାଇଲେ ଅଧିକ ଲାଭ ମିଳିଥାଏ ଜାଣନ୍ତୁ

egg

ଭୁବନେଶ୍ୱର: ଆମିଶ ଖାଉଥିବା ଲୋକେ ପ୍ରାୟ ଅଣ୍ଡା ଖାଇବାକୁ ଭଲ ପାଆନ୍ତି। ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ଏଥିରେ ଫସ୍‌ଫରସ୍, ଭିଟାମିନ୍‌, ସେଲେନିୟମ୍‌, ପ୍ରୋଟିନ୍‌, ସୋଡିୟମ୍‌, କାର୍ବୋହାଇଡ୍ରେଡ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ପୋଟାୟିୟମ୍‌ ପରି ଅନେକ ତତ୍ତ୍ୱ ରହିଛି। ମାଂସପେଶୀ ତିଆରି କରିବା ପାଇଁ ଅଣ୍ଡାକୁ ସର୍ବୋକୃଷ୍ଟ ଖାଦ୍ୟ ବୋଲି କୁହାଯାଏ। ତେବେ କ’ଣ ଆପଣ ଜାଣିଛନ୍ତି, ଅଣ୍ଡା ଖାଇବା ପାଇଁ ମଧ୍ୟ ଏକ ଉପଯୁକ୍ତ ସମୟ ରହିଛି।
ଏମିତିରେ ଲୋକମାନେ ଅଣ୍ଡାକୁ ଜଲଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ସମୟରେ ଖାଇଥାନ୍ତି। କିନ୍ତୁ ଜଳଖିଆରେ ଅଣ୍ଡାକୁ ସାମିଲ୍‌ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଜଳଖିଆରେ ଅଣ୍ଡାକୁ ସାମିଲ୍‌ କରିବା କାହିଁକି ଲାଭଦାୟକ ହୋଇଥାଏ।

Advertisment

publive-image• ଜଳଖିଆରେ ଅଣ୍ଡା ଖାଇବା ଦ୍ୱାରା ଲମ୍ୱା ସମୟ ପର୍ଯ୍ୟନ୍ତ ପେଟ ଭରି ରହିଥାଏ ଏବଂ ଆପଣଙ୍କୁ ବାରମ୍ୱାର ଭୋକ ଲାଗି ନ ଥାଏ। ଦିନସାରା ଆପଣଙ୍କୁ ଥକା ମଧ୍ୟ ଲାଗି ନ ଥାଏ। ଜଳଖିଆରେ ଅଣ୍ଡା ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ୍‌ ବଢ଼ି ନଥାଏ। ଏହାସହ ଓଜନ ମଧ୍ୟ କମିଥାଏ।

• ଅଣ୍ଡାରେ କୋଲିନ୍‌ ନାମକ ଏକ ତତ୍ତ୍ୱ ରହିଛି, ଯାହା ଆପଣଙ୍କ ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀକୁ ଠିକ୍‌ ରଖିଥାଏ ଏବଂ ସ୍ମୃତିଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।

Advertisment

publive-image

• ଅଣ୍ଡାରେ ଆଣ୍ଟି-ଅକ୍ସିଡାଣ୍ଟ୍‌ ପ୍ରଚୁର ମାତ୍ରାରେ ରହିଛି। ଏହି ଆଣ୍ଟି -ଅକ୍ସିଡାଣ୍ଟ୍‌ ଦୃଷ୍ଟିଶକ୍ତି ବୃଦ୍ଧି କରିବା ପାଇଁ ସହାୟକ ହୋଇଥାଏ।

• ଯଦି ଆପଣ ଅଫିସ୍‌ ଯିବା ପୂର୍ବରୁ ଜିମ୍ ଯାଉଛନ୍ତି, ତେବେ ଜଳଖିଆରେ ଅଣ୍ଡା ଖାଆନ୍ତୁ। ଏହା ଆପଣଙ୍କୁ ଦିନସାରା ଶକ୍ତି ଦେଇଥାଏ। ଏହା ସହିତ ଆପଣଙ୍କ ମାଂସପେଶୀ ମଧ୍ୟ ମଜବୁତ୍‌ ହୋଇଥାଏ।

publive-imageତେବେ ଅଣ୍ଡାରେ ତିଆରି ହେଉଥିବା ସବୁଠାରୁ ସହଜ ଜିନିଷ ହେଉଛି, ଆମ୍‌ଲେଟ୍‌। ଆପଣ ଏହାକୁ ସବୁଜ ପନିପରିବା ପକାଇ ତିଆରି ମଧ୍ୟ କରିପାରିବେ। ଯଦି ଆପଣ ସିଝା ଅଣ୍ଡାରେ ତେଲ ମସଲା ପକାଇ ତରକାରୀ କରି ଖାଉଛନ୍ତି, ତେବେ ଏହାଠୁ ଦୂରେଇ ରୁହନ୍ତୁ। ଏପରି ଖାଦ୍ୟରେ ଫ୍ୟାଟ୍‌ ଅଧିକ ମାତ୍ରାରେ ରହିଥାଏ। ଏହା ସହିତ ଅଣ୍ଡାର ହଳଦିଆ ଅଂଶ କେଶରରେ ମଧ୍ୟ ଅଧିକ ଫ୍ୟାଟ୍‌ ରହିଥାଏ, ଯାହା ଆପଣଙ୍କ ଓଜନ ବଢ଼ାଇବାରେ ସାହାଯ୍ୟ କରେ। ତେଣୁ ଅଣ୍ଡାର କେବଳ ଧଳା ଅଂଶକୁ ଖାଆନ୍ତୁ।

Advertisment
Advertisment