Advertisment

ଘଞ୍ଚ ଓ ରେଶମୀ କେଶ ପାଇଁ ଏହି ଖାଦ୍ୟ ଖାଆନ୍ତୁ

ବୟସ ବଢିବା ସାଙ୍ଗକୁ ଶରୀରର ଅନେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସେ। ସେଥିରୁ କେଶ ଅନ୍ୟତମ। ଏହି ସମୟରେ କେଶରେ ଅନେକ ସମସ୍ୟା ଦେଖାଯାଏ। ତେବେ କେଶ ହେଉଛି ଏକ ଏପରି ଜିନିଷ ଯାହା ମଣିଷର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଏହାର ଯତ୍ନ ନେବା ଜରୁରୀ। କେଶର ସମସ୍ୟା ମୂଳରେ ଅନେକ ମାତ୍ରାରେ ଖାଦ୍ୟ ଓ ଜୀବନଶୈଳୀ ରହିଥାଏ। କେଶ ସମସ୍ୟା ପଛରେ ଯଦିଓ ବୟସ ବୃଦ୍ଧି ରହିଛି, ତେବେ ଆମେ ବୟସକୁ ତ ରୋକିପାରିବାନି […]

author-image
Pramod Behera
ଘଞ୍ଚ ଓ ରେଶମୀ କେଶ ପାଇଁ ଏହି ଖାଦ୍ୟ ଖାଆନ୍ତୁ

a

ବୟସ ବଢିବା ସାଙ୍ଗକୁ ଶରୀରର ଅନେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସେ। ସେଥିରୁ କେଶ ଅନ୍ୟତମ। ଏହି ସମୟରେ କେଶରେ ଅନେକ ସମସ୍ୟା ଦେଖାଯାଏ। ତେବେ କେଶ ହେଉଛି ଏକ ଏପରି ଜିନିଷ ଯାହା ମଣିଷର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଏହାର ଯତ୍ନ ନେବା ଜରୁରୀ। କେଶର ସମସ୍ୟା ମୂଳରେ ଅନେକ ମାତ୍ରାରେ ଖାଦ୍ୟ ଓ ଜୀବନଶୈଳୀ ରହିଥାଏ। କେଶ ସମସ୍ୟା ପଛରେ ଯଦିଓ ବୟସ ବୃଦ୍ଧି ରହିଛି, ତେବେ ଆମେ ବୟସକୁ ତ ରୋକିପାରିବାନି କିନ୍ତୁ ଆମେ ଚେଷ୍ଟାକଲେ ନିଶ୍ଚିତଭାବେ ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଏହି ସମସ୍ୟା ଦୂର କରିପାରିବା। ଆମେ ଯଦି ନ୍ୟୁଟ୍ରିଶନ ଆଧାରରେ ଭୋଜନ କରିବା ଏବଂ ସୁସ୍ଥକର ଖାଦ୍ୟ ସେବନର ଅଭ୍ୟାସରେ ପଡିଯିବା ତେବେ ଆମେ ବୟସ ବୃଦ୍ଧିରେ କେଶର ପରିବର୍ତ୍ତନକୁ ଲଗାମ ଦେଇପାରିବା। ଆଜି ଆମେ ଆପଣଙ୍କୁ ଏହିପରି ୧୧ଟି ଖାଦ୍ୟର ସୂଚନା ଦେଉଛୁ ଯାହାକୁ ଆପଣ ଦୈନିକ ଗ୍ରହଣ କରିବା ଦ୍ୱାରା ନିଶ୍ଚିତ ତ ସୁନ୍ଦର କେଶ ପାଇବେ ତାହା ସହିତ ଏହି ସବୁ ଖାଦ୍ୟ କେଶ ବଢିବାରେ ମଧ୍ୟ ସାହାଯ୍ୟ କରିବ।

Advertisment

ଅଣ୍ଡା:

publive-image

ଅଣ୍ଡାରେ ଭରପୁର ପରିମାଣର ପ୍ରୋଟିନ ଓ ବାୟୋଟିନ ମିଳେ, ଯାହା କେଶ ବୃଦ୍ଧିକରିବା ଓ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହି ଦୁଇ ଉପାଦାନର ଅଭାବରେ ହିଁ କେଶ ଝଡେ।

କୋଳି:

publive-image

ବିଭିନ୍ନ ପ୍ରକାର କୋଳିରେ ଭରପୁର ମାତ୍ରାରେ ଏଣ୍ଟିଆକ୍ସିଡେଣ୍ଟ ଓ ଭିଟାମିନ ମିଳେ। ଏହା ମଧ୍ୟ ବାଳକୁ ଲମ୍ବା କରିଥାଏ। ଉଦାହରଣଭାବେ ଷ୍ଟ୍ରବେରୀରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ-ସି ଥାଏ ଯାହା ଶରୀରର ଅସ୍ଥି ଓ ତନ୍ତୁରେ ପ୍ରୋଟିନ ଉତ୍ପାଦନକୁ ବଢେଇବା ସହିତ କେଶରେ ଥିବା ଅସମୋସିସକୁ ବୃଦ୍ଧି କରିଥାଏ। କେଶ ବଢିବାରେ ଏହି ଦୁଇ ଉପାଦାନର ବହୁତ ଜରୁରୀ ଅଛି।

Advertisment

ପୋଇ:

publive-image

ପୋଇରେ ପ୍ରଚୁର ପରିମାଣର ଆଇରନ, ଭିଟାମିନ-ଏ ଓ ଭିଟାମିନ-ସି ରହିଛି। ଏହା କେଶର ବିକାଶ ପାଇଁ ଅତ୍ୟନ୍ତ ଉପକାରୀ। କେଶରେ ଭିଟାମିନ୍-ଏ ଅଭାବ ହେଲେ କେଶ ଝଡିବାକୁ ଲାଗେ।

ଚର୍ବିଳ ମାଛ:

publive-image

ଚର୍ବିଳ ମାଛ ଯଥା ସାମଲନ, ହେରିଙ୍ଗ, ମାକେରେଲ ଭଳି ସମୁଦ୍ର ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ପ୍ରଚୁର ପରିମାଣରେ ଥାଏ। ଏହା କେଶକୁ ପତଳା ହେବାକୁ ଦିଏ ନାହିଁ।

କନ୍ଦମୂଳ:

publive-image

କନ୍ଦମୂଳ ବେଟା କେରୋଟିନର ଉତ୍ସ। ଏହା ଶରୀରରେ ଭିଟାମିନ-ଏ କୁ ବୃଦ୍ଧି କରିଥାଏ। ଏହା ଦ୍ୱାରା ଘଞ୍ଚ ବାଳ ହୋଇଥାଏ। ଖାଲି ଏତିକି ନୁହେଁ, ଏହାର ସେବନ ଫଳରେ ସେବମ ଉତ୍ପାଦନ ମଧ୍ୟ ବଢିଥାଏ ଯାହା କେଶ ବୃଦ୍ଧି ପାଇଁ ନିହାତି ଜରୁରୀ।

ଆଭୋକାଡ଼ୋ:

publive-image

ଭୋକାଡ଼ୋରେ ପ୍ରଚୁର ପରିମାଣର ଭିଟାମିନ୍-ଇ ଥାଏ। ଏହି ଉପଦାନ ମଧ୍ୟ କେଶର ବିକାଶ ପାଇ ଜରୁରୀ। ଏହାଛଡ଼ା ଏଥିରେ ଫ୍ୟାଟି ଏସିଡ୍ ମଧ୍ୟ ଥାଏ ଯାହା କେଶ ବୃଦ୍ଧିରେ ବହୁତ ପାଇଦା ଦେଇଥାଏ।

ବାଦାମ:

publive-image

ବିଭିନ୍ନ ପ୍ରକାର ବାଦାମରେ ଭରପୁର ମାତ୍ରାରେ ଭିଟାମିନ୍-ଇ, ଭିଟାମିନ-ବି, ଜିଙ୍କ୍, ଫ୍ୟାଟି ଏସିଡ୍ ରହିଛି। ଏହିସବୁ ଉପାଦାନ କେଶର ସବୁ ପ୍ରକାର ସମସ୍ୟା ଦୂର କରିଥାଏ।

କଦଳୀ:

publive-image

କଦଳୀରେ ସୁଗାର, ଫାଇବର, ଥାଇମିନ ଓ ଫଲିକ୍ ଏସିଡ୍ ରୂପରେ ଭିଟାମିନ୍-ଏ ଏବଂ ବି ରହିଛି। ନିୟମିତ କଦଳୀ ଖାଇବା ଦ୍ୱାରା କେଶ ବହୁତ ମଜବୁତ ହେବା ସହ ଶୀଘ୍ର ଶୀଘ୍ର ବଢିଥାଏ।

ଦହି:

publive-image

ଦହିରେ ପ୍ରୋଟିନ୍ ଓ ଭିଟାମିନ ବି-୫ର ମାତ୍ରା ବହୁତ ପରିମାଣର ରହିଛି। ଏହା କେଶକୁ ମସୃଣ ରଖିବା ସହିତ ଖପୁରୀ ଉପରେ ରୂପି ହେବାକୁ ଦିଏ ନାହିଁ।

ସବୁଜ ପନିପରିବା:

publive-image

ପୋଟଳ, କୋବି, ମେଥୀ, ଭେଣ୍ଡି, ବିନ୍ସ ଭଳି ସବୁଜ ପନିପରିବା କେଶ ପାଇଁ ବହୁତ ଉପକାରୀ।  ଏ ସବୁରେ ଭଳିକି ଭଳି ପୋଷକ ତତ୍ତ୍ୱ ଓ ଭିଟାମିନ ଆଦି ରହିଛି ଯାହା କେଶ ମୂଳ ମଜବୁତ ରଖିବାରେ ସହଯୋଗ କରିଥାଏ।

ସୂର୍ଯ୍ୟମୂଖୀ ମଞ୍ଜି:

publive-image

ସୂର୍ଯ୍ୟମୂଖୀ ମଞ୍ଜିରେ ଭିଟାମିନ୍-ଇ ମିଳେ। ଏହା ଶରୀରରେ ଠିକଭାବେ ରକ୍ତ ସଞ୍ଚାଳନ କରିଥାଏ।  ଏହା କେଶ ମୂଳକୁ ରକ୍ତ ପ୍ରବାହକୁ ବୃଦ୍ଧି କରେ, ଯାହା ଫଳରେ କେଶ ଲମ୍ବା ହେବା ସହ ରେଶମୀ ମଧ୍ୟ ହୋଇଥାଏ।

ତେବେ ଗୋଟିଏ କଥା ମନେରଖନ୍ତୁ, ଏହାକୁ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲିବେ ନାହିଁ।

Advertisment
Advertisment