Advertisment

'କଖାରୁ ଫୁଲ ଅଣ୍ଡା ଚାଟ୍‌'

ଆବଶ୍ୟକ ସାମଗ୍ରୀ: ଲୁଣ, କଟା ଟମାଟୋ, କଖାରୁ ଫୁଲ, ସିଝା ଅଣ୍ଡା, କଟା ପିଆଜ, ଧନିଆପତ୍ର, ଲେମ୍ବୁ, ଚାଟ ମସଲା, ଜଲଜିରା ପାଉଡର, ଚାଉଳ ପିଠଉ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ରଖନ୍ତୁ ଓ ଚାଉଳ ପିଠଉରେ ଲୁଣ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ଗୋଳାଇ ରଖନ୍ତୁ। ଏହାପରେ ସିଝାଅଣ୍ଡାକୁ ଛୋଟ ଛୋଟ କାଟି ସେଥିରେ କଟା ପିଆଜ, କଟା ଟମାଟୋ, ଧନିଆପତ୍ର, ଲେମ୍ବୁ ରସ, ଚାଟ ମସଲା ଓ ଜଲଜିରା ପାଉଡର ପକାଇ […]

author-image
Otv Khabar Bureau
'କଖାରୁ ଫୁଲ ଅଣ୍ଡା ଚାଟ୍‌'

pitha

ଆବଶ୍ୟକ ସାମଗ୍ରୀ: ଲୁଣ, କଟା ଟମାଟୋ, କଖାରୁ ଫୁଲ, ସିଝା ଅଣ୍ଡା, କଟା ପିଆଜ, ଧନିଆପତ୍ର, ଲେମ୍ବୁ, ଚାଟ ମସଲା, ଜଲଜିରା ପାଉଡର, ଚାଉଳ ପିଠଉ ଓ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଅଣ୍ଡାକୁ ସିଝାଇ ରଖନ୍ତୁ ଓ ଚାଉଳ ପିଠଉରେ ଲୁଣ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ଗୋଳାଇ ରଖନ୍ତୁ। ଏହାପରେ ସିଝାଅଣ୍ଡାକୁ ଛୋଟ ଛୋଟ କାଟି ସେଥିରେ କଟା ପିଆଜ, କଟା ଟମାଟୋ, ଧନିଆପତ୍ର, ଲେମ୍ବୁ ରସ, ଚାଟ ମସଲା ଓ ଜଲଜିରା ପାଉଡର ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। କଖାରୁ ଫୁଲ ଭିତରେ ପ୍ରସ୍ତୁତ ହୋଇଥିବା ଅଣ୍ଡା ଚାଟ ମସଲାର ପୁରକୁ ପୁରାଇ ରଖନ୍ତୁ।

ଗ୍ୟାସ ଲଗାଇ ତାୱାରେ ତେଲ ଗରମ କରି ଅଣ୍ଡା ପୁର ଦିଆ କଖାରୁ ଫୁଲକୁ ଚାଉଳ ପିଠଉରେ ଗୋଳାଇ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଖାରୁ ଫୁଲ ଅଣ୍ଡା ଚାଟ। ଏହାକୁ ଆପଣ ଗରମା ଗରମ ଖାଇପାରିବେ।

Advertisment

Advertisment
Advertisment