/odishatv-khabar/media/post_attachments/uploadimage/library/16_9/16_9_0/W_1626258692.jpg)
W
ଆଜିକାଲି ପ୍ରାୟ ସମସ୍ତେ ନିଜର ମୋଟାପାକୁ ନେଇ ଚିନ୍ତିତ। ଏନେଇ କିଏ ଡାଏଟ ଉପରେ ଧ୍ୟାନ ଦେଉଛନ୍ତି ତ ଆଉ କେହି ଡାକ୍ତରଙ୍କ ପରାମର୍ଶ ଲୋଡୁଛନ୍ତି। କେହି କେହି ଜିମ ଯାଇ ଝାଳ ବୁହାଉଛନ୍ତି। ତେବେ ଆମେ ଆଜି ଆପଣଙ୍କୁ କିଛି ଯୋଗ ବିଷୟରେ କହିବୁ ଯାହାକୁ ଆପଣ ଆପଣେଇ ଘରେ କରି ଉପକୃତ ହୋଇପାରିବେ। ଯୋଗ ଯେ କେବଳ ଶାନ୍ତି ଆଣେ ତାହା ନୁହେଁ, ଏହା ମଧ୍ୟ ଶାରୀରିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥାଏ। ତେଣୁ ଯୋଗ ଅଭ୍ୟାସ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଜଣକୁ ଲାଭବାନ କରିଥାଏ। ଯୋଗାସନ ସୁସ୍ଥିଆ ହୋଇଥାଇ ପାରେ କିନ୍ତୁ ଏହା ଶରୀରରେ ଚମତ୍କାର ପ୍ରଭାବ ପକେଇଥାଏ।
ଯୋଗ ମନକୁ ଆୟତ୍ତରେ ରଖିବା ସହିତ ଚେତନ ଇନ୍ଦ୍ରିୟକୁ ଠିକଭାବେ ପରିଚାଳନା କରେ ଓ ଦିନସାରା ଜଣକୁ ଚଳଚଞ୍ଚଳ ରଖେ। ଜଣେ ଚେତନାରେ ଜାଗ୍ରତ ହୋଇଗଲେ ସେ କ’ଣ ଖାଇବ, କେତେ ଖାଇବ ଓ ଜୀବନ ଶୈଳୀ ଉପରେ ଅବଗତ ହୋଇଯାଏ, ଯାହା ଓଜନ ହ୍ରାସ କରିବାରେ ସହଯୋଗ କରେ।
ତେବେ ଏହି ୫ଟି ଯୋଗାସନକୁ ଆପଣ ଦୈନନ୍ଦୀନ ଯଦି ଅଭ୍ୟାସ କରିବେ ତେବେ ସତ ପ୍ରତିଶତ ଉପକୃତ ହୋଇପାରିବେ।
୧- ନୌକାସନ:
/odishatv-khabar/media/post_attachments/wp-content/uploads/2021/04/Nauka.jpg)
ନୌକାସନ ସମ୍ପୂର୍ଣ୍ଣ ଶରୀରର ଏକ ବ୍ୟାୟାମ। ଏହା ପେଟରୁ ଚର୍ବି କମେଇବା ସହିତ ମାଂସପେଶିରେ ଶକ୍ତି ଆଣି ବିପାକ ପ୍ରକ୍ରିୟାକୁ ନିଯନ୍ତ୍ରଣ କରିଥାଏ।
- ତଳେ ଆସନ ପାରି ଦୁଇ ଗୋଡ଼କୁ ଲମ୍ବେଇ ସିଧା ବସନ୍ତୁ
- ଆଣ୍ଠୁ ପାଖରୁ ଭାଙ୍ଗନ୍ତୁ
- ନିଶ୍ୱାସ ଛାଡ଼ି ପେଟ ଖାଲିକରି ପାଦକୁ ଉପରକୁ ଉଠାଇ ଗୋଡ଼କୁ ସିଧା କରନ୍ତୁ
- ହାତକୁ ଭୂମି ସହ ସମାନ୍ତରଳ ଭାବେ ସିଧା ରଖନ୍ତୁ
- ଏହି ଅବସ୍ଥାରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ
- ନିଶ୍ୱାସ ନେଇ ମୂଳ ଅବସ୍ଥାକୁ ଆସନ୍ତୁ
- ଏହି ପ୍ରକ୍ରିୟାକୁ ୫ ଚକ୍ର କରନ୍ତୁ
୨- ପୂର୍ବୋତ୍ତାନସନ:
/odishatv-khabar/media/post_attachments/wp-content/uploads/2021/04/Untitled-1-1.jpg)
ପ୍ରାରମ୍ଭିକ ଅବସ୍ଥାରେ ଏହା କଷ୍ଟ ଲାଗିଲେ ବି ପରେ ସହଜ ହୋଇଯାଏ। ଯେଉଁମାନେ ନିଜର ଆବ୍ସକୁ ଶକ୍ତ କରିବାକୁ ଚାହାନ୍ତି ତେବେ ସେମାନେ ସହି ଆସନ ନିହାତି ଅଭ୍ୟାସ କରିବା ଉଚିତ। ଏହା ମଧ୍ୟ ଓଜନ ହ୍ରାସ କରିବାରେ ବହୁତ ଉପକାର ହୋଇଥାଏ।
- ଉଭୟ ଗୋଡ଼କୁ ସିଧାକରି ଆସନ ଉପରେ ବସ
- ଦୁଇ ହାତକୁ ପିଚା ପଛପଟେ ରଖନ୍ତୁ, ଆଙ୍ଗୁଠିଗୁଡ଼ିକ ପାଦ ଆଡ଼କୁ ରହିବ
- ଧିରେ ଧିରେ ଅଣ୍ଟାକୁ ଉପରକୁ ଉଠାନ୍ତୁ, ପାଦ ଭୂମିରେ ସମ୍ପୂର୍ଣ୍ଣ ଲାଗି ରହିବ
- ଉଠିବା ବେଳେ ମୁଣ୍ଡକୁ ପଛକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ
- ୧୫ ରୁ ୨୦ ସେକେଣ୍ଡ ରହିବା ପରେ ମୂଳ ଅବସ୍ଥାକୁ ଆସନ୍ତୁ
- ୫ ରୁ ୧୦ ଚକ୍ର ଅଭ୍ୟାସ କରନ୍ତୁ
୩- ବୀରଭଦ୍ରାସନ:
/odishatv-khabar/media/post_attachments/wp-content/uploads/2021/04/Worrior-1.jpg)
ଏହି ଆସନ ସରଳ ହୋଇଥିଲେ ମଧ୍ୟ ଅତ୍ୟନ୍ତ ଉପକାରୀ।
- ପାଦକୁ ଯୋଡି ସିଧା ଠିଆ ହୁଅ
- ଗୋଟିଏ ଗୋଡ ଧିରେ ପଛକୁ ନିଅ
- ଆଗ ଗୋଡକୁ ଆଣ୍ଠୁ ପାଖରୁ ଭାଙ୍ଗନ୍ତୁ ଏବଂ ଅନ୍ୟ ଗୋଡକୁ ଭୂମି ସହ ସମାନ୍ତରାଳ ଭାବେ ରଖନ୍ତୁ।
- ଉଭୟ ହାତକୁ ଉପରକୁ ଉଠାଇ ରଖନ୍ତୁ
- ଯେତେ ସମୟ ସମ୍ଭବ ଏହି ଅବସ୍ଥାରେ ରୁହନ୍ତୁ
- ବିପରୀତ ଗୋଡରେ ମଧ୍ୟ ସମାନ ପ୍ରକ୍ରିୟା କରନ୍ତୁ
୪- ତ୍ରିକୋଣାସନ:
/odishatv-khabar/media/post_attachments/wp-content/uploads/2021/04/Trikona.jpg)
ତ୍ରିକୋଣାସନ ଅନେକଗୁଡିଏ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଲାଘବ କରିବାରେ ସାହାଯ୍ୟ କରିଥାଏ। ଏହା ହଜମ ପ୍ରକ୍ରିୟାକୁ ଠିକ ଭାବେ ସଞ୍ଚାଳନ କରି ପେଟରୁ ଚର୍ବି ଅଂଶ କମାଏ।
- ହାତକୁ ମୁଣ୍ଡ ଉପରକୁ ଉଠାଇ ସିଧା ଠିଆ ହୁଅ
- ଦୁଇ ଗୋଡକୁ ପ୍ରସାରିତ କର
- ଡାହାଣ ପାଖକୁ ନଇଁ ଡାହାଣ ପାଦକୁ ଡାହାଣ ହାତରେ ସ୍ପର୍ଶକର
- ଅନ୍ୟ ହାତକୁ ସିଧା ଉପରକୁ ଉଠାଅ ଓ ଚାହଁ
- ୫ ରୁ ୧୦ ସେକେଣ୍ଡ ଏହି ଅବସ୍ଥାରେ ରୁହ
- ମୂଳ ଅବସ୍ଥାକୁ ଫେରିଆସି ବିପରୀତ ଗୋଡରେ କର
୫- ଅଦ୍ଧୋମୁଖିଶ୍ୱାନାସନ/ପର୍ବତାସନ:
/odishatv-khabar/media/post_attachments/wp-content/uploads/2021/04/Parvata.jpg)
ଏହି ଆସନ ଓଜନ ହ୍ରାସ କରିବାରେ ବହୁତ ସହଯୋଗ କରିଥାଏ
- ପେଟ ପଟିଆ ଆସନ ଉପରେ ଶୋଇଯାଅ
- ଶ୍ୱାସ ଛାଡି ପଛକୁ ଝୁଙ୍କି ଧିରେ ଧିରେ ଅଣ୍ଟାକୁ ଉପରକୁ ଉଠାଅ, ଏକ ଛୋଟ ପର୍ବତ ଭଳି ରୁହ
- ଯେତେ ସମୟ ସମ୍ଭବ ଏହିପରି ଅବସ୍ଥାରେ ରୁହ ଓ ପେଟରେ ପଡୁଥିବା ପ୍ରଭାବକୁ ଅନୁଭବ କର
- ଶ୍ୱାସ ନେଇ ଧିରେ ଧିରେ ମୂଳ ଅବସ୍ଥାକୁ ଆସ
- ଏହି ପ୍ରକ୍ରିୟାକୁ ୫ରୁ ୧୦ ବାର କର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)