CYCLONE RAGASA Photograph: (OTV)
ଉଡିଲେ ମଣିଷ, ଉଡିଲା ଟ୍ରକ... ଦୋହଲିଗଲା ବଡ ବଡ ସହର । ସ୍କୁଲ କଲେଜ, ଫ୍ୟାକ୍ଟ୍ରି, ଅଫିସ୍, ଯାତାୟତ ସେବା... ସବୁକିଛି ଠପ୍ । ଜୀବନ ବଞ୍ଚାଇବାକୁ ଘରଦ୍ୱାର ଛାଡିଲେ ଲକ୍ଷ ଲକ୍ଷ ଲୋକ । ମହାବାତ୍ୟା ନୁହେଁ ତ ଏଇ ମହାବିପତ୍ତି ।
ଖେଳନା ଗାଡି ପରି ପବନରେ ଓଲଟି ପଡୁଥିବା ଏ ଟ୍ରକ ଓ ଗାଡିମୋଟର ଦେଖି କଳନା କରିପାରିବେ ବାତ୍ୟାର ପ୍ରକୋପକୁ (Ragasa cyclone) । ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଜଳପ୍ରଳୟ Ragasa cyclone
ଫିଲିଫାଇନ୍ସରୁ ଆରମ୍ଭ ହୋଇଥିଲା ରାଗାସାର ମହାତାଣ୍ଡବ । ପରେ ତାଇୱାନ, ଚୀନର ହଂକଂ, ଗୁଆଙ୍ଗଡଙ୍ଗ ଓ ଭିଏତନାମକୁ ବି କରିଦେଇଛି ଛାରଖାର୍ । ଘଣ୍ଟା ପ୍ରତି ୨୮୦ କିଲୋମିଟର ବେଗରେ ମାଡ ହୋଇଛି ବାତ୍ୟା । ପବନ ସହ ମୂଷଳଧାରାରେ ବର୍ଷା ବିଭିନ୍ନ ଜିଲ୍ଲାରେ ଜଳପ୍ରଳୟ ଆଣିଛି । ବନ୍ୟାରେ ବୁଡିଛି ଘରଦ୍ୱାର, ଦୋକାନ ବଜାର, ରାସ୍ତାଘାଟ । ଏହି ଟାଇଫୁନରେ ଏବେ ଯାଏଁ ୧୭ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି ।
'ରାଗାସା'କୁ ଦୁନିଆର ସବୁଠୁ ପାୱାରଫୁଲ ବାତ୍ୟା (ragasa typhoon) କୁହାଯାଉଛି । 'ରାଗାସା'କୁ କ୍ୟାଟେଗେରୀ-୫ ବାତ୍ୟାରେ ରଖାଯାଇଛି, ଏହାର ଅର୍ଥ ସବୁଠୁ ଖତରନାକ୍ ଲେବୁଲର ବାତ୍ୟା ।
ତେବେ ପ୍ରଶ୍ନ ଉଠୁଛି, କାହିଁକି ଆସୁଛି ଏତେ ବଡ ବଡ଼ ବାତ୍ୟା ? ଏହା ପଛରେ ମୁଖ୍ୟ କାରଣ ହେଲା ଜଳବାୟୁ ପରିବର୍ତ୍ତନ ଓ ବଢୁଥିବା ମହାସାଗର ତାପମାତ୍ରା ।
ଗତ ୮ ବର୍ଷ ହେଲା ପୃଥିବୀରେ ମହାସାଗରଗୁଡିକର ତାପମାତ୍ରା ରେକର୍ଡ ସ୍ତରରେ ରହିଛି । ଆଉ ଏହି ଗରମ ପାଣି ବାତ୍ୟା ପାଇଁ ଇନ୍ଧନ ଭଳି କାମ କରୁଛି । ପାଣି ଯେତେ ଗରମ ହେଉଛି ସେତେ ଶକ୍ତିଶାଳୀ ହେଉଛି ବାତ୍ୟା ।
ତେଣୁ ରାଗାସା କେବଳ ଏକ ବାତ୍ୟା ନୁହେଁ, ସତର୍କ ଘଣ୍ଟି ମଧ୍ୟ । ଜଳବାୟୁ ପରିବର୍ତ୍ତନର ପରିଣାମ କେତେ ଯେ ଭୟଙ୍କର, ଏହା ତା'ର ଏକ ସଦ୍ୟ ଝଲକ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/27/cyclone-ragasa-2025-09-27-10-01-50.jpg)