Advertisment

First White Lynx: କ୍ୟାମେରାରେ କଏଦ ହେଲା ରହସ୍ୟମୟ ଜୀବ ! ଦେଖିଲେ ଡରିଯିବେ

ଫୁଟେଜ୍ ଯାଞ୍ଚ କରିଥିବା ବିଶେଷଜ୍ଞ କହିଛନ୍ତି, ଏହି ଭିଡିଓ ପ୍ରମାଣ ନିଶ୍ଚିତ କରିଛି କି, ଲିଙ୍କସ୍ ରେ ଲ୍ୟୁସିଜିମ୍ ଅଛି । ଏକ ବିରଳ ଜେନେଟିକ୍ ସ୍ଥିତି ଏହି ବଣଭୁଆ ପାଖରେ ରହିଛି ବୋଲି ମତ ପ୍ରକାଶ ପାଇଛି।

Spotted in Spain

Spotted in Spain Photograph: (OTV)

Advertisment

ସାମନାକୁ ଆସିଛି ବିଶ୍ବର ପ୍ରଥମ ଧଳା ବଣଭୁଆ। ସ୍ପେନରେ ଦେଖିବାକୁ ମିଳିଛି ଏହି ରହସ୍ୟମୟ ଆଇବେରିଆନ୍ ଲିଙ୍କସ । ସ୍ପେନର ଜାଏନ୍ ପର୍ବତମାଳାରେ ବିରଳ ଫିକା ଆବରଣର ବଣଭୁଆ ଏବେ ସମସ୍ତଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି। ଏହି ପ୍ରମାଣ ମିଳିବା ପରେ ଏବେ ବଣଭୂଆ ପ୍ରଜାତିର ସଂରକ୍ଷଣ ପାଇଁ ସହାୟକ ହେବ ବୋଲି କୁହାଯାଉଛି।

Advertisment

ଦକ୍ଷିଣ ସ୍ପେନ୍ ର ଜାଏନ୍  ପର୍ବତମାଳାରେ ବଣଭୁଆର ପ୍ରଥମ ଡକ୍ୟୁମେଣ୍ଟେସନ୍  । କାହିଁକି ନା ଆଗରୁ ଏନେଇ କୌଣସି ପ୍ରମାଣ ନଥିଲା। ସ୍ପେନର ବନ୍ୟପ୍ରାଣୀ ଫଟୋଗ୍ରାଫର ଆଞ୍ଜେଲ ହିଡାଲ୍ଗୋଙ୍କ ଦ୍ୱାରା କଏଦ କରାଯାଇଥିବା ଭିଡିଓରେ ଏକ ଫିକା, କ୍ରିମ୍  ରଙ୍ଗର ଆବରଣ ସହିତ ବଣଭୁଆକୁ କଏଦ କରାଯାଇଛି। ଆଞ୍ଜେଲ କହିଛନ୍ତି, ମୁଁ ଅନେକ ବର୍ଷ ଧରି ଏଠାରେ କ୍ୟାମେରା ବସାଇ ବନ୍ୟପ୍ରାଣୀଙ୍କ ଭିଡିଓ କଏଦ କରିଆସୁଛି। ଅନେକ ଥର ବିଫଳ ହୋଇଛି, ଘଣ୍ଟା ଘଣ୍ଟା ପରିଶ୍ରମ କରିଛି। କିନ୍ତୁ ଏଥର, ପ୍ରକୃତି ମୋତେ କିଛି ବଡ ଉପହାର ଦେଇଛି।

ଫୁଟେଜ୍ ଯାଞ୍ଚ କରିଥିବା ବିଶେଷଜ୍ଞ କହିଛନ୍ତି, ଏହି ଭିଡିଓ ପ୍ରମାଣ ନିଶ୍ଚିତ କରିଛି କି, ଲିଙ୍କସ୍ ରେ ଲ୍ୟୁସିଜିମ୍ ଅଛି । ଏକ ବିରଳ ଜେନେଟିକ୍ ସ୍ଥିତି ଏହି ବଣଭୁଆ ପାଖରେ ରହିଛି ବୋଲି ମତ ପ୍ରକାଶ ପାଇଛି। ବିରଳ ବଣ ବିଲେଇ ସଂରକ୍ଷଣ ପାଇଁ ଏକ ଐତିହାସିକ ସଫଳତା ବୋଲି ପରିବେଶବିତ କହିଛନ୍ତି। ଏକଦା ଏହି ପ୍ରଜାତି ବିଲୁପ୍ତ ପ୍ରାଣୀ ଭାବରେ ଗଣାଯାଇ ଥିଲା। 2002 ରେ ଶିକାର ଏବଂ ବାସସ୍ଥାନ  ଉଜୁଡି ଯିବାରୁ ଏମାନଙ୍କ ସଂଖ୍ୟା ପ୍ରାୟ କମିଯାଇଥିଲା। ସ୍ପେନ ସରକାର, ଏନଜିଓ ଏବଂ ୟୁରୋପୀୟ ସଂଘର ସଂରକ୍ଷଣ ପ୍ରୟାସ ପାଇଁ ଏହା ସମ୍ଭବ ହୋଇପାରିଛି। 

Advertisment

ସାମନାକୁ ଆସିଛି ବିଶ୍ବର ପ୍ରଥମ ଧଳା ବଣଭୁଆ
ସ୍ପେନରେ ଦେଖିବାକୁ ମିଳିଛି ରହସ୍ୟମୟ ବଡ଼ ବିଲେଇ
ଜାଏନ୍ ପର୍ବତମାଳାରେ କ୍ୟାମେରାରେ କଏଦ ହେଲା ବଣଭୁଆ
ବଣଭୂଆ ପ୍ରଜାତିର ସଂରକ୍ଷଣ ପାଇଁ ସହାୟକ ହେବ ବୋଲି କୁହାଯାଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ