Advertisment

Baba Vanga Prediction for 2026: ମାଡି ଆସିବ ପ୍ରଳୟ! ଛାରଖାର୍ କରିବ ଭୂମିକମ୍ପ ଆଉ ବନ୍ୟା-ବାତ୍ୟା, ମହାଯୁଦ୍ଧ ଦେଖିବ ବିଶ୍ୱ

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୬ରେ ବିଶ୍ୱରେ ହେବ ବଡ଼ ଓଲଟପାଲଟ। ପୁରୁଣା ଶକ୍ତିର ବିନାଶ ହେବ, ନୂଆ ଶକ୍ତି ରାଜ୍ କରିବ। ୨୦୨୬ରେ ସମଗ୍ର ବିଶ୍ୱରେ ଶକ୍ତିଶାଳୀ ରାଷ୍ଟ୍ର ହେବ ଋଷ।

Baba Vanga Prediction for 2026

Baba Vanga Prediction for 2026 Photograph: (OTV)

Advertisment

ମାଡିଆସିବ ପ୍ରଳୟ! ଛାରଖାର୍ କରିବ ଭୂମିକମ୍ପ, ବନ୍ୟା-ବାତ୍ୟା। ମହାଯୁଦ୍ଧ ଦେଖିବ ବିଶ୍ୱ। ସୁନା ରେଟ୍‌ରେ ହେବ ବଡ ପରିବର୍ତ୍ତନ। ୨୦୨୬କୁ ନେଇ ସାମ୍ନାକୁ ଆସିଛି ବାବା ଭେଙ୍ଗାଙ୍କ ଏମିତି କିଛି ଭବିଷ୍ୟବାଣୀ। ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୬ରେ ବିଶ୍ୱରେ ହେବ ବଡ଼ ଓଲଟପାଲଟ। ପୁରୁଣା ଶକ୍ତିର ବିନାଶ ହେବ, ନୂଆ ଶକ୍ତି ରାଜ୍ କରିବ। ୨୦୨୬ରେ ସମଗ୍ର ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଉଭା ହେବ ଋଷ୍। ଋଷିଆ ସୁପରପାୱର ବା 'ଲର୍ଡ ଅଫ୍ ଦ ୱାର୍ଲ୍ଡ' ହେବ। ସେହିପରି ଚୀନ ଦୁନିଆର ସବୁଠୁ ବଡ ମିଲିଟାରୀ ଫୋର୍ସ ଓ ଆର୍ଥିକ ଶକ୍ତି ବନିବ।

Advertisment

ଏହାସହ ବିଶ୍ୱରେ ଏକ ବଡ ଯୁଦ୍ଧ ହେବ। ଏହା ପୂର୍ବ ପଟରୁ ଆରମ୍ଭ ହୋଇ ପୂରା ଦୁନିଆକୁ ବ୍ୟାପିବ। ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ଆଉ ଏକ ଭୟଙ୍କର ଭବିଷ୍ୟବାଣୀ ହେଉଛି, ଏହି ବୈଶ୍ୱିକ ସଂଘର୍ଷ ଦ୍ୱାରା ଅନେକ ପାଶ୍ଚାତ୍ୟ ଦେଶ ଧ୍ୱଂସ ହୋଇଯିବ।

ଭିଡିଓ ଦେଖନ୍ତୁ:

ସେ ଆହୁରି ଭବିଷ୍ୟବାଣୀ କରିଛନ୍ତି କି, ୨୦୨୬ରେ ପୃଥିବୀକୁ ଏଲିୟନ ଆସିପାରନ୍ତି। ବିଶ୍ୱରେ ବଡ ଆର୍ଥିକ ସଙ୍କଟ ଦେଖାଯିବ। ମାର୍କେଟ୍ କ୍ରାସ, ବ୍ୟାଙ୍କ୍ ଫେଲ୍ୟୁଅର, ଅହେତୁକ ଦରଦାମ୍‌ ବୃଦ୍ଧି ଘଟିବ। ସୁନା ରେଟ୍‌ରେ ବଡ ପରିବର୍ତ୍ତନ ହେବ। ସେହିପରି ବିଭିନ୍ନ ଦେଶରେ ବନ୍ୟା, ବାତ୍ୟା, ଭୂମିକମ୍ପ ଆଦି ବଡ ବଡ ପ୍ରାକୃତିକ ବିପର୍ଯ୍ୟୟ ଆସି ଛାରଖାର୍ କରିବ।

Advertisment

ପୂର୍ବରୁ ମଧ୍ୟ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି, ତାହା ଯୁଦ୍ଧ ହେଉକି ମହାମାରୀ। ଆଉ ଏବେ ୨୦୨୬ ପାଇଁ ତାଙ୍କର ଭୟଙ୍କର ଭବିଷ୍ୟବାଣୀକୁ ନେଇ ଚାରିଆଡେ ଜୋର୍ ଧରିଛି ଚର୍ଚ୍ଚା।

ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ମହିଳା ବାବା ଭେଙ୍ଗା। ୧୯୯୬ରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ନିଜ ମୃତ୍ୟୁର ତାରିଖ ଓ ବର୍ଷ ପୂର୍ବରୁ ଘୋଷଣା କରିଥିଲେ। ଆଜି ବି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏବେ ଦେଖିବା ବାକି ରହିଲା, ୨୦୨୬କୁ ନେଇ ତାଙ୍କର ଭବିଷ୍ୟବାଣୀ କେତେ ସତ ହେଉଛି।

Advertisment
Baba Vanga Predictions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ