ବାଙ୍ଗଲାଦେଶ ଯିବେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ନୂଆ ସରକାର ଶପଥ ଗ୍ରହଣରେ ଯୋଗ ଦେବେ କି ? ବାଙ୍ଗଲାଦେଶରୁ ଆସିଛି ସ୍ବତନ୍ତ୍ର ନିମନ୍ତ୍ରଣ ପତ୍ର।
ବାଂଲାଦେଶର ସାଧାରଣ ନିର୍ବାଚନରେ ବାଜି ମାରିଛି ବିଏନପି। ଆଉ ପ୍ରଧାମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି BNP ମୁଖିଆତାରିକ ରେହମାନ। ଆସନ୍ତା ୧୭ ତାରିଖରେ ତାରିକଙ୍କ ସହ ବାଂଲାଦେଶର ନୂଆ କ୍ୟାବିନେଟ ସଦସ୍ୟମାନେ ମଧ୍ୟ ଶପଥ ନେବେ। ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଆସିଛି ନିମନ୍ତ୍ରଣ।
ତେବେ ସଭିଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା କଣ ଏହି ଉତ୍ସବରେ ଯୋଗ ଦେବା ପାଇଁ ବାଙ୍ଗଲାଦେଶ ଯିବେ ମୋଦି ? ତେବେ ମିଳିଥିବା ଖବର ମୁତାବକ, ଏହି ଉତ୍ସବରେ ଯୋଗ ଦେବେ ନାହିଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଏକ ବିବୃତି ଜାରି କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। ଏହା ମୁତାବକ, ବାଂଲାଦେଶ ନବନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଆଉ ଫେବୃଆରୀ ୧୭ ତାରିଖ ଦିନ ଢାକା ଗସ୍ତ କରିବେ।
ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି କାର୍ଯ୍ୟକ୍ରମରେ ବାଚସ୍ପତିଙ୍କ ଅଂଶଗ୍ରହଣ ଭାରତ ଏବଂ ବାଂଲାଦେଶ ଲୋକଙ୍କ ମଧ୍ୟରେ ଗଭୀର ଏବଂ ଦୃଢ଼ ବନ୍ଧୁତାକୁ ପ୍ରତିଫଳିତ କରେ। ଏବଂ ଦୁଇ ଦେଶକୁ ବାନ୍ଧି ରଖିଥିବା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ନିଶ୍ଚିତ କରେ।
ଦକ୍ଷିଣ ଏସୀୟ ରାଜନୀତିରେ ବାଂଲାଦେଶର ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ସ୍ଥିର ଏବଂ ଗଣତାନ୍ତ୍ରିକ ବାଂଲାଦେଶ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ଅଞ୍ଚଳରେ ଶାନ୍ତି ପାଇଁ ଅତ୍ୟାବଶ୍ୟକ। ଭାରତ ସରକାର ତାରିକ ରହମାନଙ୍କ ନେତୃତ୍ୱାଧୀନ ସରକାରଙ୍କ ସହିତ କାମ କରିବାକୁ ଇଚ୍ଛା ପ୍ରକାଶ କରିଛି। ବାଙ୍ଗଲାଦେଶର ନୂତନ ସରକାରଙ୍କ ଠାରୁ ଭାରତ ବାଣିଜ୍ୟ, ସୁରକ୍ଷା ଏବଂ ସଂଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଉନ୍ନତ ହେବ ବୋଲି ଆଶା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/modi-will-join-bangla-oath-pkg-2026-02-16-17-00-35.jpg)